ଫେବୃୟାରୀରେ କାର୍ ବିକ୍ରି ୧୦.୮ ପ୍ରତିଶତ ବଢିଲା
ନୂଆଦିଲ୍ଲୀ : ଫେବୃୟାରୀ ମାସରେ ଘରୋଇ ଯାତ୍ରୀବାହୀ କାର୍ ବିକ୍ରି ବଢିଛି । ଗତ ବର୍ଷ ଫେବୃୟାରୀ ମାସ ଅପେକ୍ଷା ଚଳିତ ବର୍ଷ ସମାନ ମାସରେ କାର୍ ବିକ୍ରି ୧୦.୮ ପ୍ରତିଶତ ବୃଦ୍ଧି ପାଇଛି । ଘରୋଇ ଏବଂ ବାଣିଜ୍ୟିକ ସମେତ ସମୁଦାୟ ବିକ୍ରି ମଧ୍ୟ ଫେବୃୟାରୀରେ ବଢି ୨୩,୦୩,୩୨୨ ୟୁନିଟ୍ସ ହୋଇଯାଇଛି । ଗତ ବର୍ଷ ଫେବୃୟାରୀ ୨୦୨୩ରେ ଏହା ୧୭,୭୨,୦୧୨ ୟୁନିଟ୍ସ ଥିଲା ।
କାର୍ ବିକ୍ରି ସବୁଠାରୁ ଅଧିକ ଫେବୃୟାରୀ ୨୦୨୪ରେ ହୋଇଛି । ବାର୍ଷିକ ଆଧାରରେ ଏହା ୧୦.୮ ପ୍ରତିଶତ ବୃଦ୍ଧି ପାଇଛି । ଫେବୃୟାରୀରେ ୩,୭୦,୭୮୬ ୟୁନିଟ୍ସ ବିକ୍ରି ହୋଇଛି । ଯାହା କି ଗତ ବର୍ଷ ୩,୩୪,୭୯୦ ୟୁନିଟ୍ସ ରହିଥିଲା । ଦୁଇଚକିଆ ଯାନ କଥା କହିବା ତ ଫେବୃୟାରୀରେ ୩୫ ପ୍ରତିଶତ ବୃଦ୍ଧି ପାଇ ୧୫,୨୦,୭୬୧ ୟୁନିଟ୍ସ ହୋଇଯାଇଛି ଯାହା ଗତ ବର୍ଷ ଏହି ମାସରେ ୧୧,୨୯,୬୬୧ ଥିଲା ।
Comments are closed.