www.samajalive.in
Sunday, December 14, 2025
26.1 C
Bhubaneswar

ମୌଳିକ ସୁବିଧାରୁ ବଞ୍ଚିତ ସୁନାଝରୀବାସୀ, ଭୋଟବର୍ଜନ ଚେତାବନୀ

କେନ୍ଦୁଝରଗଡ: ଆଦିବାସୀ ଅଧ୍ୟୁଷିତ ତଥା ଜିଲାର ସବୁଠାରୁ ପଛୁଆ ଅଞ୍ଚଳ ବାଂଶପାଳ ବ୍ଲକ କୁଆଁର ପଞ୍ଚାୟତ ସୁନାଝରୀ ଗ୍ରାମରେ ମୌଳିକ ସୁବିଧା ମିଳିବା ଗ୍ରାମବାସୀଙ୍କ ପାଇଁ ସାତସପନ ହୋଇପଡିଛି। ବିଶେଷକରି ଗାଁକୁ ଯାତାୟାତଯୋଗ୍ୟ ରାସ୍ତାଟିଏ ନିର୍ମାଣ ହୋଇ ପାରିନଥିବା ବେଳେ ବିଦ୍ୟାଳୟ ଓ ଅଙ୍ଗନବାଡି ଗୃହ ନଥିବା ଏବଂ ପାନୀୟଜଳ ଯୋଗାଣରୁ ବଞ୍ଚିତ ଗ୍ରାମବାସୀ ଆଗାମୀ ନିର୍ବାଚନରେ ଭୋଟବର୍ଜନ କରିବାକୁ ଚେତାବନୀ ଦେଇଛନ୍ତି। ୨୨୦ରୁ ଉଦ୍ଧ୍ୱର୍ ପରିବାରର ୮୦୦ରୁ ଉଦ୍ଧ୍ୱର୍ ଲୋକ ବସବାସ କରୁଥିବା ଲୋକଙ୍କ ପାଇଁ ୨ଟି ନଳକୂପ ଥିଲେ ହେଁ ନଳକୂପରୁ ନିର୍ଗତ ପାଣି ବ୍ୟବହାରଯୋଗ୍ୟ ହୋଇନଥିବାରୁ ଗ୍ରାମବାସୀ ବର୍ଷତମାମ୍‌‌ ନିକଟସ୍ଥ ମାଙ୍କଡାନାଳର ଦୂଷିତ ପାଣିକୁ ପାନୀୟଜଳ ଭାବେ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି।

ପ୍ରଥମରୁ ପଞ୍ଚମଶ୍ରେଣୀ ପର୍ଯ୍ୟନ୍ତ ସୁନାଝରୀ ପ୍ରାଥମିକ ବିଦ୍ୟାଳୟ ଗୃହ ଅସୁରକ୍ଷିତ ଦର୍ଶାଇ ନୂତନ ଗୃହ ନିର୍ମାଣ ନିମନ୍ତେ ଦୀର୍ଘ ବର୍ଷାଧିକ କାଳ ଭଙ୍ଗା ଯାଇଥିଲେ ହେଁ ଆଜି ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ଆରମ୍ଭ ନହେବାରୁ ଛାତ୍ରଛାତ୍ରୀ ବର୍ଷତମାମ୍‌‌ ଗଛ ମୂଳେ ପାଠପଢ଼ିବା ଛାତ୍ରଛାତ୍ରୀ ଓ ଅଭିଭାବକଙ୍କୁ ନିରାଶ କରିଛି। ସେହିଭଳି ଅଙ୍ଗନବାଡିଗୃହ ନଥିବାରୁ ଅଙ୍ଗନବାଡି ସହାୟିକାଙ୍କ ବାସଭବନରେ ଅଙ୍ଗନବାଡି କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଆସୁଛି। ଗାଁକୁ ଯାତାୟାତ ନିମନ୍ତେ ବଡପଡିଆରୁ ସୁନାଝରୀ ପର୍ଯ୍ୟନ୍ତ ୮କି.ମି.ରାସ୍ତା ମରଣଯନ୍ତା ପାଲଟିଥିବାରୁ ଲୋକେ ଯାତାୟାତରେ ବିଶେଷକରି ବର୍ଷାଦିନେ ଯାତାୟାତ କରିବା କଷ୍ଟସାଧ୍ୟ ହୋଇପଡିଛି।

- Advertisement -

ଗ୍ରାମ୍ୟରାସ୍ତାର ଉନ୍ନତିକରଣ ସହ ପକ୍କା ରାସ୍ତା ନିର୍ମାଣ, ବିଦ୍ୟାଳୟ ଓ ଅଙ୍ଗନବାଡିଗୃହ ନିର୍ମାଣ ସହ ଶୁଦ୍ଧ ପାନୀୟଜଳ ଯୋଗାଣ ନେଇ ତୁରନ୍ତ ପଦକ୍ଷେପ ଗ୍ରହଣ କରାନଗଲେ ଆଗାମୀ ନିର୍ବାଚନରେ ଗ୍ରାମବାସୀ ସମୂହ ଭାବେ ଭୋଟ ବର୍ଜନ କରିବେ ବୋଲି ୱାର୍ଡ ସଭ୍ୟା ପୂର୍ଣ୍ଣିମା ଦେହୁରୀ, ପୂର୍ବତନ ୱାର୍ଡ ସଭ୍ୟ ଘନଶ୍ୟାମ ସନଙ୍ଗୀ, କୃଷ୍ଣଚନ୍ଦ୍ର ଖିଲାର ପ୍ରମୁଖ ଚେତାବନୀ ଦେଇଛନ୍ତି। ଉପରୋକ୍ତ ମର୍ମରେ ଗ୍ରାମବାସୀଙ୍କ ଏକ ପ୍ରତିନିଧିମଣ୍ଡଳୀ ସୋମବାର ଅପରାହ୍ନରେ ଜିଲାପାଳଙ୍କୁ ଭେଟି ଲିଖିତ ଭାବେ ସମସ୍ୟାର ତ୍ୱରିତ୍‌‌ ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅନୁରୋଧ କରିଛନ୍ତି।

Hot this week

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

ପଙ୍କଜ ଚୌଧୁରୀ ୟୁପିର ନୂତନ ବିଜେପି ସଭାପତି

ଉତ୍ତରପ୍ରଦେଶ: ସବୁ କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ୟୁପି ବିଜେପିର...

ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି

ପୁରୀ: ପୁରୀ ଶ୍ରୀମନ୍ଦିର ମେଘନାଦ ପାଚେରୀରୁ ପୁଣି ଗଳୁଛି ପାଣି ।...

Related Articles

Popular Categories