www.samajalive.in
Thursday, December 11, 2025
16.1 C
Bhubaneswar

ହତ୍ୟାକାରୀ ପୁଅକୁ ଆଜୀବନ ଜେଲ,ପ୍ରମାଣ ଅଭାବରୁ ବାପା ଓ ମା’ ନିର୍ଦ୍ଦୋଷରେ ଖଲାସ

କେନ୍ଦୁଝରଗଡ: ତେଲକୋଇ ଥାନା ସିରିଗିଡା ଗ୍ରାମରେ ୨୭ ଅପ୍ରେଲ ୨୦୧୭ରେ ଘଟିଥିବା ଜଘନ୍ୟ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ରିକୁ ସାହୁକୁ ଅତିରିକ୍ତ ଜିଲାଜଜ୍‌‌ କେନ୍ଦୁଝର ସୋମବାର ଦୋଷୀ ସାବ୍ୟସ୍ତ କରି ଆଜୀବନ ଜେଲ ଦଣ୍ଡାଦେଶ କରିଛନ୍ତି। ସିରିଗିଡା ଗ୍ରାମର ଭୁବନ ଦଳନାୟକଙ୍କ ପରିବାର ଶୋଇଥିବା ବେଳେ ୨୦୧୭ ମସିହା ଅପ୍ରେଲ ୨୭ ତାରିଖ ରାତି ପ୍ରାୟ ୧୨ଟାରେ ସେହି ଗ୍ରାମର ରିକୁ ସାହୁ ଏକ ଧାରୁଆ ଟାଙ୍ଗିଆ ସାହାର୍ଯ୍ୟରେ ଭୁବନଙ୍କ ପତ୍ନୀ କଳାବତୀ ଓ ୧୩ବର୍ଷର ନାବାଳିକା ଝିଅ ସୀମା ବେକକୁ ହାଣି ହତ୍ୟା କରିଥିବା ବେଳେ ଭୁବନ ଓ ତାଙ୍କର ପୁଅ ବିଜୟଙ୍କୁ ମଧ୍ୟ ରିକୁ ଆକ୍ରମଣ କରି ଗୁରୁତର ଭାବେ ଛାଡି ଫେରାର ହୋଇଯାଇଥିଲା।

ଏ ସମ୍ପର୍କରେ ତହିଁ ପରଦିନ ଭୁବନ ତେଲକୋଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ପ୍ରାଥମିକ ତଦନ୍ତ କରି ଅଭିଯୁକ୍ତ ରିକୁ ସାହୁ ସମେତ ତା’ର ବାପା ପ୍ରଶାନ୍ତ ସାହୁ ଓ ମା’ ସତ୍ୟଭାମା ସାହୁଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ଏହି ମାମଲାରେ ମୋଟ ୨୦ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତିକରି ଅତିରିକ୍ତ ଜିଲାଜଜ୍‌‌ ମମିତା ଦାସ ସୋମବାର ଚୂଡାନ୍ତ ଶୁଣାଣୀ କରି ଅଭିଯୁକ୍ତ ରିକୁ ସାହୁକୁ ଆଜୀବନ ଜେଲ ସହ ୧୭ହଜାର ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୩ମାସ ସଶ୍ରମ କାରାଦଣ୍ଡ ଆଦେଶ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପି.ପି.ରାଜକିଶୋର ଭୂୟାଁ ମକଦ୍ଦମା ପରିଚାଳନା କରୁଥିଲେ।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories