www.samajalive.in
Saturday, December 13, 2025
26.1 C
Bhubaneswar

କାର୍‌‌କୁ ଧକ୍କା ଦେଲା କାର୍‌‌ ; ୬ ମୃତ, ୬ ଆହତ

ରେବାଡୀ : ହରିୟାଣାର ରେବାଡୀରେ ବିଳମ୍ବିତ ରାତିରେ ଦୁଇଟି କାର୍‌‌ ଧକ୍କା ହୋଇ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଛି। ୬ ଜଣ ଆହତ ହୋଇଛନ୍ତି। ମୃତକଙ୍କ ମଧ୍ୟରେ ୪ ଜଣ ମହିଳା ଓ ୨ ଜଣ ପୁରୁଷ ରହିଛନ୍ତି। ସମସ୍ତ ମୃତକ ଉତ୍ତରପ୍ରଦେଶର ଗାଜିଆବାଦରେ ଦିଲ୍ଲୀ ସୀମା ନିକଟରେ ସ୍ଥିତ ଅଞ୍ଚଳର ବାସିନ୍ଦା ବୋଲି ଜଣାପଡିଛି। ଏମାନେ ସମ୍ପର୍କରେ ପରସ୍ପରର ପଡୋଶୀ ହେବେ।
ସୂଚନା ଯୋଗ୍ୟ, ଗାଜିଆବାଦର କିଛି ବାସିନ୍ଦା ଏକ କାର୍‌‌ ଯୋଗେ ଦିଲ୍ଲୀରୁ ଯାତ୍ରା ଆରମ୍ଭ କରିଥିଲେ। ଖାଟୁ ଶ୍ୟାମ ବାବାଙ୍କ ଦର୍ଶନ କରିବା ପରେ ସମସ୍ତ ଲୋକେ ପୁଣି ଗାଜିଆବାଦ ଫେରୁଥିଲେ। ରେବାଡୀରୁ ଧାରୁହେଡା ରୋଡରେ ସ୍ଥିତ ଗାଁ ନିକଟରେ ତାଙ୍କ କାର୍‌‌ ପମ୍ପଚର ହୋଇ ଯାଇଥିଲା। ଚାଳକ ଓ ଅନ୍ୟ ମାନେ ଗାଡିକୁ ଠିକ୍‌‌ କରିବାକୁ ଚେଷ୍ଟା କରୁଥିଲେ। କିଛି ଲୋକେ ଗାଡି ଭିତରେ ଓ କିଛି ବାହାରେ ଥିଲେ। ଏହି ସମୟରେ ଅନ୍ୟ ଏକ କାର୍‌‌ ଏହି କାର୍‌‌କୁ ଧକ୍କା ଦେଇଥିଲା। ଧକ୍କା ଦେଇଥିବା କାର୍‌‌ରେ ଥିବା ଯାତ୍ରୀ ମାନେ ଏକ ବିବାହ ସମାରୋହରେ ଯୋଗ ଦେଇ ଫେରୁଥିଲେ। ରାସ୍ତାରେ ଅନ୍ଧାର ଥିବାରୁ ଚାଳକ ରାସ୍ତାରେ ଛିଡା ହୋଇଥିବା ଗାଡିକୁ ଦେଖି ନପାରି ଧକ୍କା ଦେଇଥିଲା ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡିଛି। ଖବର ପାଇବା ମାତ୍ରେ ପୁଲିସ ଓ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ମୃତାହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

 

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories