www.samajalive.in
Wednesday, December 10, 2025
23.1 C
Bhubaneswar

ବିବାହ ଭୋଜିରେ ଝଗଡା ହେବାରୁ ସାଙ୍ଗକୁ ହତ୍ୟା, ଦିନକ ପରେ ମୃତଦେହ ଉଦ୍ଧାର

ଫୁଲବାଣୀ : କନ୍ଧମାଳ ଜିଲ୍ଲା ବେଲଘର ଥାନା ଅନ୍ତର୍ଗତ ଲଂକାଗଡ଼ ପଞ୍ଚୟତର ସୁଲେରେଜୁ ଗ୍ରାମରେ ହତ୍ୟାକାଣ୍ଡ । ଅର୍ଥାବାଲି ଗ୍ରାମର କିଶୋର ମାଝୀ ଗତ ଶୁକ୍ରବାର ନିଜ ମାମୁଁ ଘର ସୁଲେରେଜୁ ବିବାହ ଭୋଜି ପାଇଁ ଆସିଥିଲେ । ଭୋଜି ଖାଇ ସେହି ଦିନ ନିଜ ଗ୍ରାମକୁ ଫେରି ନଥିଲେ । ପରିବାର ଲୋକ ବ୍ୟସ୍ତ ହୋଇ ଖୋଜାଖୋଜି କରି ଦିନକ ପରେ ଏକ ବିଲରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା । ଶନିବାର ବେଲଘର ଥାନାରେ ଏନେଇ ପରିବାର ଲୋକେ ଏତଲା ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ପହଁଞ୍ଚି ପ୍ରାଥମିକ ତଦନ୍ତ କରି ଜଣକୁ ଅଟକ ରଖିଥିବାବେଳେ ଅନ୍ୟଜଣେ ଫେରାର ଥିବା ଜଣାପଡିଛି ।

ଦିନବେଳା ଭୋଜିରେ ଅନ୍ୟ ୨ ବନ୍ଧୁଙ୍କ ସହ ତାଙ୍କର କୌଣସି କାରଣରୁ ଝଗଡା  ହୋଇଥିଲା । ଏହାକୁ ନେଇ ରାତ୍ରି ପ୍ରାୟ ୯ଟା ସମୟରେ ସନ୍ଦିପଦର ଗ୍ରାମର ଟେଙ୍ଗେ ମାଝି ଓ ବୁଡିଙ୍ଗଲୁ ଗ୍ରାମର ସେବେନା ମାଝୀ ପୂର୍ବରୁ ଯୋଜନା ପ୍ରକାରେ କିଶୋରଙ୍କୁ ଅନ୍ଧାର ରାତିର ସୁଯୋଗ ନେଇ ଗାଁ ଦାଣ୍ଡରେ ହତ୍ୟା କରି ପାଖ ବିଲରେ ଫିଙ୍ଗି ଦେଇ ଚୁପଚାପ ଚାଲିଆସିଥିଲେ । ପୋଲିସ ଆଜି ରବିବାର ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ତୁମୁଡିବନ୍ଧ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି । ତେବେ ଅଭିଯୁକୁ ସେବେନା ମାଝି ଫେରାର ଥିବାବେଳେ ସହଯୋଗୀ ଟେଣ୍ଡେ ମାଝିକୁ ପୁଲିସ ଗିରଫ କରିଥିବା ବେଲଘର ଥାନା ଭାରପ୍ରାପ୍ତ ଅଧିକାରୀ ସୌମ୍ୟ ରଂଜନ ପତି କହିଛନ୍ତି ।

Hot this week

ଭାରତରେ ପ୍ରତିଦିନ ୫୨ଗର୍ଭବତୀ ମହିଳାଙ୍କ ମୃତ୍ୟୁ: ବିଶ୍ୱରେ ପ୍ରତି ୨ମିନିଟରେ ଜଣେ, କାରଣ କ’ଣ?

ସମାଜ ଡିଜିଟାଲ ଡେସ୍କ: ବିଶ୍ୱରେ ୨୦୨୩ ମସିହାରେ, ଗର୍ଭାବସ୍ଥା କିମ୍ବା ପ୍ରସବ...

ଗୋଆ ନାଇଟ୍‌ କ୍ଲବ ଅଗ୍ନିକାଣ୍ଡ ଘଟଣା; ଲୁଥ୍ରା ଭ୍ରାତାଙ୍କ ବିରୋଧରେ ବ୍ଲୁ କର୍ଣ୍ଣର ନୋଟିସ

ପାଣାଜୀ: ଗୋଆ ରାଜଧାନୀ ପାଣାଜୀସ୍ଥିତ ଏକ ନାଇଟ୍‌ କ୍ଲବରେ ଗତ ରବିବାର...

ଶରୀରରେ ଭିଟାମିନ୍‌ ବି-୧୨ର ଅଭାବ ହେଉଛି କି? ଏହି ଶାଗ ଖାଆନ୍ତୁ

ସମାଜ ଡିଜିଟାଲ ଡେସ୍କ: ଶରୀରର ବିକାଶ ପାଇଁ ଭିଟାମିନ ଅତ୍ୟନ୍ତ ଜରୁରୀ।...

ବିଦ୍ୟୁତ୍ ଫାଶ ନେଲା ଜୀବନ

ପାଲଲହଡା : ପାଲଲହଡା କଣିହାଁ ବ୍ଲକ ଚିପିରିମା ଗାଁରେ ଅଭାବନୀୟ ଘଟଣା...

ବନ୍ଦ ଘରେ ଝୁଲନ୍ତା ମୃତଦେହ

ବଲାଙ୍ଗୀର: ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ୍‌ କଲୋନୀ ବନ୍ଦ ଘରୁ ଝୁଲନ୍ତା...

Related Articles

Popular Categories