www.samajalive.in
Saturday, December 13, 2025
26.1 C
Bhubaneswar

ଯୁବକଙ୍କ ପାଇଁ ସୁନିଶ୍ଚିତ ନିଯୁକ୍ତିର ଗ୍ୟାରେଣ୍ଟି ଦେଲେ ରାହୁଲ ଗାନ୍ଧୀ

ଭୁବନେଶ୍ୱର : ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ ରାହୁଲ ଗାନ୍ଧୀଙ୍କର “ଯୁବ ନ୍ୟାୟ” କାର୍ଯ୍ୟକ୍ରମର ପୋଷ୍ଟର ଉଦ୍‌ଘାଟନ କରାଯାଇଥିଲା । ଏହି ଅବସରରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସ ପକ୍ଷରୁ କୁହାଯାଇଛି ଯେ ଦେଶ ଓ ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ରହିଛି । ଯୁବକ ଯୁବତୀମାନଙ୍କୁ ମିଥ୍ୟା ପ୍ରଲୋଭନ ଦେଇ ଭୋଟ ଲୁଟି ନିଆଯାଇଛି।କେନ୍ଦ୍ର ସରକାରରେ ଖାଲି ପଡ଼ିଥିବା ୧୦ଲକ୍ଷ ପଦବୀ ଏବଂ ଓଡ଼ିଶା ସରକାରଙ୍କର ଖାଲି ପଡ଼ିଥିବା ୨ଲକ୍ଷ ୨୬ ହଜାର ପଦବୀ ଏପର୍ଯ୍ୟନ୍ତ ପୂରଣ ହୋଇପାରିଲା ନାହିଁ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ପକୋଡ଼ା ନିଯୁକ୍ତି ପ୍ରସଙ୍ଗ ଏ ଦେଶର ବେକାରୀ ଯୁବକଯୁବତୀ ମାନଙ୍କ ପାଇଁ ଏକ ଉପହାସ । କରୋନା ସମୟରେ ଯେଉଁ ଉତ୍କଟ ବେକାରୀ ଦେଖାଦେଇଥିଲା ଏବଂ ଯେଉଁଭଳି ଭାବରେ ବେକାରୀ ଯୁବକ ଯୁବତୀମାନେ ରୋଜଗାର ହରାଇଥିଲେ ତାହାର ସେ ସମସ୍ୟାର ସମାଧାନ ଉଭୟ ମୋଦୀ ଓ ନବୀନ ସରକାର ଏପର୍ଯ୍ୟନ୍ତ କଲେ ନାହିଁ ।  ଏହି ଅବସରରେ ରାହୁଲ ଗାନ୍ଧୀଙ୍କର “ଯୁବ ନ୍ୟାୟ” କାର୍ଯ୍ୟକ୍ରମ ଘୋଷଣା ଅଗଣିତ ବେକାର ଯୁବକ ଯୁବତୀଙ୍କ ମନରେ ଆଶା ସଂଚାର କରିଛି ।

କେନ୍ଦ୍ର ସରକାରରେ ୩୦ଲକ୍ଷ ପଦବୀ ସୃଷ୍ଟି ପାଇଁ “ଯୁବ ନ୍ୟାୟ” ଯୋଜନାରେ ଭରସା ପ୍ରଦାନ କରାଯାଇଛି। ଖାଲିପଡ଼ିଥିବା ୧୦ଲକ୍ଷ  କେନ୍ଦ୍ର ସରକାରଙ୍କ ପଦବୀ ତୁରନ୍ତ ପୂରଣ ହେବ । ଶିକ୍ଷାନବୀଶ ଆଇନ ଅଧିକାରର ଗ୍ୟାରେଣ୍ଟି କଂଗ୍ରେସ ଦଳ ପ୍ରଦାନ କରିବ । ଏହି ଆଇନ ଅନୁସାରେ ପ୍ରତ୍ୟେକ ଶିକ୍ଷାନବୀଶ ଘରୋଇ ବା ସରକାରୀ ଉଦ୍ୟୋଗରେ ପ୍ରତ୍ୟେକ ଡିପ୍ଲୋମା ବା ସ୍ନାତୋକ ଡିଗ୍ରୀଧାରୀ ଯେଉଁମାନେ ୨୫ ବର୍ଷରୁ କମ ବୟସର ହୋଇଥିବେ ସେମାନଙ୍କୁ ବାର୍ଷିକ ୧ଲକ୍ଷ ଟଙ୍କା ବା ମାସକୁ ୮୫୦୦ ଟଙ୍କା ପ୍ରଦାନ କରାଯିବାର ଗ୍ୟାରେଣ୍ଟି ଦିଆଯାଇଛି । କଂଗ୍ରେସ ଦଳ ପ୍ରଥମକରି ଶିକ୍ଷାନବୀଶଙ୍କର ଅଧିକାରକୁ ଆଇନରେ ପରିଣତ କରିବାକୁ ମାନ୍ୟତା ଦେଉଛି । ପ୍ରତ୍ୟେକ ଯୋଗ୍ୟ ବ୍ୟକ୍ତିଙ୍କ ପାଇଁ ନିଯୁକ୍ତି ଯୋଗାଇବା ଭରସା ମଧ୍ୟ ହେଉଛି । ଏହାକୁ ଗ୍ରହଣ କରିବାକୁ କେହି ଚାପ ପ୍ରୟୋଗ କରିନାହାନ୍ତି । ୧୯୬୧ ମସିହା ଶିକ୍ଷାନବୀଶ ଆଇନରେ ଏହା ଉଲ୍ଲେଖ ରହିଛି । ଆମେ ୫୦ଲକ୍ଷ ଶିକ୍ଷାନବୀଶଙ୍କ ପାଇଁ ଟାର୍ଗେଟ ନେଇଛୁ ।

- Advertisement -

ଏବେ ଜାତୀୟ ଶିକ୍ଷାନବୀଶ ପ୍ରମୋଶନ ସ୍କିମରେ ୮ଲକ୍ଷ ଶିକ୍ଷାନବୀଶ ରହିଛନ୍ତି । ଏହି ଆଇନ ଆମର ଯୁବକ ଯୁବତୀମାନଙ୍କ ପାଇଁ କୌଶଳ, ନିୟୋଜନିୟତା ଏବଂ ସମସ୍ତ ସମ୍ମାନ ନିମନ୍ତେ ସୁବିଧା ଦେବ । ପରୀକ୍ଷା କ୍ଷେତ୍ରରେ ପ୍ରଶ୍ନପତ୍ର ପ୍ରଘଟ ରୋକିବାପାଇଁ ଏବଂ ଦେଶର ଯୁବକ ଯୁବତୀମାନଙ୍କର ଭବିଷ୍ୟତକୁ ନଷ୍ଟ ନ କରିବାପାଇଁ କଂଗ୍ରେସ ନୂଆ ଆଇନ କରି ଦୃଢ଼ତା ଓ ସାଧୁତାର ସହ କରିବାର ପ୍ରତିଶ୍ରୁତି ଦେଉଛି ।  ଦେଶର ବିଭିନ୍ନ ଜିଲାରେ ୪୦ ବର୍ଷରୁ କମ ବେକାର ଯୁବକ ଯୁବତୀମାନେ ବ୍ୟବସାୟର ପ୍ରାରମ୍ଭରେ ଅର୍ଥ ସହାୟତା ଦେବାପାଇଁ କଂଗ୍ରେସ ଗ୍ୟାରେଣ୍ଟି ଦେଉଛି । ଏଥିପାଇଁ ୫ ହଜାର କୋଟି କପର୍ସ ଫଣ୍ଡ ଗଠନ କରାଯିବ ଯାହା ୫ ବର୍ଷର ଅବଧି ପର୍ଯ୍ୟନ୍ତ କାର୍ଯ୍ୟ କରିବ । ଏବେ କେନ୍ଦ୍ର ସରକାରଙ୍କର ୧୦ ହଜାର କୋଟିର ଯେଉଁ ସ୍କିମ କରାଯାଇଛି ତାହା କେବଳ ବଡ଼ ବଡ଼ ଅନୁଷ୍ଠାନର ନିବେଶକମାନଙ୍କୁ ସାହାଯ୍ୟ କରିବ । କିନ୍ତୁ ଭାରତର ବୃହତ ଯୁବ ଗୋଷ୍ଠୀ ଏଥିରୁ କିଛି ଫାଇଦା ପାଇବେ ନାହିଁ ।

ଅସ୍ଥାୟୀ ଶ୍ରମିକ ଏବଂ କର୍ମଜୀବି ମାନଙ୍କର ସାମାଜିକ ସୁରକ୍ଷା ଏବଂ ଉତମ କାର୍ଯ୍ୟକ୍ଷେତ୍ର ପରିବେଶ ପାଇଁ କଂଗ୍ରେସ ଗ୍ୟାରେଣ୍ଟି ପ୍ରଦାନ କରିବ ଏବଂ ଏଥିପାଇଁ ନିର୍ଦ୍ଦିଷ୍ଟ ଆଇନ ପ୍ରସ୍ତୁତ କରିବ। କଂଗ୍ରେସର ଏହି ଯୁବ ନ୍ୟାୟ ଏବଂ ସମାଜରେ ଉପେିକ୍ଷିତ ବର୍ଗଙ୍କ ପାଇଁ ଯେଉଁ ଗ୍ୟାରେଣ୍ଟି ରହିଛି ବା ଜନନାୟକ ରାହୁଲ ଗାନ୍ଧୀ ଯେଉଁ ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଛନ୍ତି ତାହାକୁ ଓଡ଼ିଶା ସାରା ପ୍ରଚାର କରିବା ପାଇଁ ପ୍ରଦେଶ ଯୁବ କଂଗ୍ରେସ ସଭାପତି ରଣଜିତ ପାତ୍ର ସଂକଳ୍ପ ନେଇଛନ୍ତି। ଆଜିର ସାମ୍ବାଦିକ ସମ୍ମିଳନୀରେ ପ୍ରଦଶେ ଯୁବ କଂଗ୍ରେସ ସାଧାରଣ ସଂପାଦକ ସୁଦୀପ ସାମଲ, ନିହାର ରଞ୍ଜନ ବେହେରା, ଗୋପନ ମାର୍ଥା, କେଦାର ଦଳାଇ ଏବଂ ଭୁବନେଶ୍ୱର ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହମ୍ମଦ ଗୁଲଫାମ ଉପସ୍ଥିତ ଥିଲେ।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories