www.samajalive.in
Saturday, December 6, 2025
26.1 C
Bhubaneswar

କ୍ରିଷ୍ଟିନା ପାଇସ୍କୋଭା ପିନ୍ଧିଲେ ମିସ୍ ୱାର୍ଲ୍ଡ ମୁକୁଟ

ମୁମ୍ବାଇ: ଚେକ୍ ରିପବ୍ଲିକର କ୍ରିଷ୍ଟିନା ପିସ୍‌କୋଭା ୭୧ତମ ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧିଛନ୍ତି। ଗତବର୍ଷର ବିଶ୍ବ ସୁନ୍ଦରୀ ପୋଲାଣ୍ଡର କରୋଲିନା ବିଲେୱାସ୍କା ମିସକୋଭାଙ୍କୁ ୨୦୨୪ର ବିଶ୍ବ ସୁନ୍ଦରୀ ମୁକୁଟ ପିନ୍ଧାଇଛନ୍ତି। ଲେବାନନ୍ ସୁନ୍ଦରୀ ୟଶମିନା ଜେଟୁନ୍ ପ୍ରଥମ ରନର୍ସ ଅପ୍ ପୁରସ୍କାର ବିଜୟୀ ହୋଇଥିବାବେଳେ ୨୨ ବର୍ଷୀୟା ଭାରତୀୟ ସୁନ୍ଦରୀ ମୁମ୍ବାଇର ସିନ୍ନି ସେଟ୍ଟୀ ଶେଷ ୮ ପ୍ରତିଯୋଗୀଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ମଧ୍ୟ ଶୀର୍ଷ ୪ଟି ସ୍ଥାନକୁ ଉତ୍ତୀର୍ଣ୍ଣ ହୋଇପାରିନଥିଲେ। ପୂର୍ବରୁ ଭାରତ ୬ଥର ଏହି ପ୍ରତିଯୋଗୀତାରେ ବିଜୟୀ ହୋଇଛି। ଚଳିତବର୍ଷର ବିଜୟିନୀ ୨୫ ବର୍ଷୀୟା ପିସ୍‌କୋଭା ସମ୍ପ୍ରତି ମଡେଲିଂ ସହିତ ଆଇନ୍ ଓ ବ୍ୟବସାୟ ଉପରେ ଅଧ୍ୟୟନ କରୁଛନ୍ତି। ଏଥିସହିତ ସେ କ୍ରିଷ୍ଟିନା ପିସଲୋ ଫାଉଣ୍ଡେସନ୍ ପ୍ରତିଷ୍ଠା କରିଛନ୍ତି। ଦୀର୍ଘ ୨୮ ବର୍ଷ ବ୍ୟବଧାନରେ ଭାରତ ବିଶ୍ବ ସୁନ୍ଦରୀ ପ୍ରତିଯୋଗୀତା ଆୟୋଜନ କରିଥିଲା। ଏହି ମିସ୍ ୱାର୍ଲ୍ଡ ବିୟୁଟି ଉତ୍ସବରେ ଭାରତର ବହୁ ସେଲିବ୍ରେଟି ସାମିଲ ହୋଇଥିଲେ । ନୀତା ଅମ୍ୱାନୀ, କରଣ ଜୋହର  ଓ କ୍ରିକେଟର ହରଭଜନ ସିଂଙ୍କୁ ଦେଖିବାକୁ ମିଳିଥିଲା । ଏଥିସହ ଜୁରି ସଦସ୍ୟମାନଙ୍କ ମଧ୍ୟରେ ଲୋକପ୍ରିୟ ନ୍ୟୁଜ ଆଙ୍କର ରଜତ ଶର୍ମା, ଫିଲ୍ମ ନିର୍ମାତା ସାଜିଦ୍ ନାଦିଆଡୱାଲା, ଅଭିନେତ୍ରୀ କ୍ରିତି ସାନନ୍, ଓ ବ୍ୟବସାୟୀ ଭିନୀତ ଜୈନ ଥିଲେ।

Hot this week

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

‘ବାବୁଜୀ ଥିଲେ ଗୁରୁ ଶିଷ୍ୟ ପରମ୍ପରାରେ ଶ୍ରେଷ୍ଠ ନିଦର୍ଶନ’

ଗୁରୁଡ଼ିଝାଟିଆ: ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ ‘ସମାଜ’ର...

ବିଛଣା ପାଖରେ ଔଷଧ ରଖୁଛନ୍ତି କି ?

ନୂଆଦିଲ୍ଲୀ: ଏମିତି ଅନେକ ଲୋକ ଅଛନ୍ତି, ଯେଉଁମାନେ ଔଷଧ ଖାଆନ୍ତି ଏବଂ...

ମନଇଚ୍ଛା ବିମାନ ଟିକେଟ ବୃଦ୍ଧି ଉପରେ ବ୍ରେକ ଲଗାଇଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନ ସଙ୍କଟ ଯୋଗୁ ଅନେକ କମ୍ପାନୀ ହଠାତ୍‌...

Related Articles

Popular Categories