www.samajalive.in
Sunday, December 7, 2025
16.1 C
Bhubaneswar

ଦୁର୍ଘଟଣାରେ ଜଳିଗଲା ଦୁଇ ବାଇକ୍ , ଜଣେ ଗୁରୁତର

ଭଣ୍ଡାରିପୋଖରୀ: ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ନଂ ଜାତୀୟ ରାଜପଥର ଚକବନ୍ଦୀ ଅଫିସ ଛକ ସମ୍ମୁଖରେ ବଡ ଧରଣର ଦୁର୍ଘଟଣା ଘଟିଛି। ରାସ୍ତା ଅତିକ୍ରମ କରିବାକୁ ଉଦ୍ୟମ କରୁଥିବା ଏକ ବାଇକକୁ ଅନ୍ୟ ଏକ ଦ୍ରୁତଗାମୀ ବାଇକ୍ ପଛରୁ ପିଟିବା ଫଳରେ ଦୁଇଟି ଯାକ ବାଇକ୍ ରାସ୍ତା ଉପରେ ଜଳି ପୋଡି ପାଉଁଶ ହୋଇଯାଇଛି। ଶବିନାର ଦିନ ପ୍ରାୟ ୧୨ଟା ୩୦ରେ ଦୁର୍ଘଟଣା ସ୍ଥାନର ଅନତି ଦୂରରେ ଥିବା  ପେଟ୍ରୋଲ ପମ୍ପରୁ  ସିଡି ଡିଲକ୍ସ ବାଇକ୍ ପେଟ୍ରୋଲ ଭରି ଭଣ୍ଡାରିପୋଖରୀ ଆଡକୁ ଆସୁଥିଲା। ଭଦ୍ରକ ଆଡୁ ଦ୍ରୁତ ବେଗରେ ଆସୁଥିବା ବିଏମଡବ୍ଲ୍ୟୁ ରାଇଡର ବାଇକ୍ ପଛରୁ ଧକ୍କା ଦେଇଥିଲା। ଫଳରେ ଦୁଇଟି ଯାକ ହୁତୁ ହୁତୁ ହୋଇ ଜଳିଥିଲା। ଦମକଳବାହିନୀ ପହଞ୍ଚି ନିଆଁ ଆୟତ୍ତ କରିବା ବେଳକୁ ଦୁଇଟି ଯାକ ବାଇକ୍ ସମ୍ପୂର୍ଣ୍ଣ ଜଳି ସାରିଥିଲା। ତେଣୁ ସିଡି ଡିଲକ୍ସ ବାଇକର ନମ୍ବର ଜଣାପଡିନଥିବାବେଳେ ବାଇକ୍ ଚାଳକ ଓ ଅନ୍ୟ ଜଣେ ଆରୋହୀ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ । ହେଲେ ଚାଳକ ବାଇକ ଆରୋହୀ ବାଲେଶ୍ବର ନୂଆ ବଜାର ଅଞ୍ଚଳର ସମୀର କୁମାର ରାୟ ନିଆଁରେ ପୋଡି ହୋଇ ଗୁରୁତର ହୋଇଛନ୍ତି। ତାଙ୍କୁ କଟକ ଏସସିବି ସ୍ଥାନାନ୍ତର କରାଯାଇଛି।

Hot this week

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

ସରକାର ସ୍ଥିର କଲେ ବିମାନ ଭଡ଼ା, ଇଣ୍ଡିଗୋ CEOଙ୍କୁ କାରଣ ଦର୍ଶାଅ ନୋଟିସ୍

ସମାଜ ନ୍ୟୁଜ ଡେସ୍କ- ଇଣ୍ଡିଗୋ ସଙ୍କଟକୁ ଦୃଷ୍ଟିରେ ରଖି, ଭାରତ ସରକାରଙ୍କ...

SSI ସ୍ପୋର୍ଟ୍ସ ଆୱାର୍ଡ; ଯୋଗ ଦେଲେ ବହୁ ଅଲିମ୍ପିଆଡ ଓ କିମ୍ବଦନ୍ତୀ ଖେଳାଳି

ସମାଜ ନ୍ୟୁଜ ଡେସ୍କ- SSI ଭୁବନେଶ୍ବର ପକ୍ଷରୁ ତୃତୀୟ ଥର ପାଇଁ...

Related Articles

Popular Categories