www.samajalive.in
Saturday, December 13, 2025
14.1 C
Bhubaneswar

ପାଞ୍ଚ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ଲୋକାର୍ପିତ

ସୁଆଣ୍ଡୋ: ସତ୍ୟବାଦୀ ବ୍ଲକ ଅନ୍ତର୍ଗତ ନହଳା ପ୍ରକଳ୍ପ ଉପ୍ରା ବିଦ୍ୟାଳୟ ପରିସରରେ ଶନିବାର ପାଞ୍ଚ ମହାପୁରୁଷଙ୍କ ପ୍ରତିମୂର୍ତ୍ତି  ଲୋକାର୍ପିତ ହୋଇଯାଇଛି। ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସ, ଶହୀଦ ଜୟକୃଷ୍ଣ ରାଜଗୁରୁ ମହାପାତ୍ର , ନେତାଜୀ ସୁଭାଷ ଚନ୍ଦ୍ର ବୋଷ, ଉତ୍କଳ ଗୌରବ ମଧୁସୁଦନ ଦାସ ଏବଂ ଓଡ଼ିଶାର ପ୍ରଥମ ବାରିଷ୍ଟର ବିଶ୍ଵନାଥ ମିଶ୍ରଙ୍କ ପ୍ରତିମୂର୍ତ୍ତିକୁ ଅତିଥିମାନେ ଲୋକାର୍ପିତ କରିଥିଲେ । ଉତ୍କଳ ସ୍ୱାଭିମାନ ମଞ୍ଚ ଆନୁକୂଲ୍ୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ  ସ୍ମୁତି ଚାରଣ ସଭାରେ ସ୍ୱାଭିମାନ ମଞ୍ଚ ସଭାପତି ରାଧାକାନ୍ତ ଦାଶ ପୌରହିତ୍ୟ କରିଥିଲେ  । ସୁଶ୍ରୀ ହରପ୍ରିୟା କର ଅତିଥି ପରିଚୟ କରିଥିବା ବେଳେ   ପ୍ରାକ୍ତନ ପ୍ରଧାନ ଶିକ୍ଷୟତ୍ରୀ ସଂଯୋଜନା କରିଥିଲେ।

ପ୍ରଥମେ ବିଦ୍ୟାଳୟର କୁନିକୁନି ପିଲାମାନଙ୍କ ସ୍ୱାଗତ ସଂଗୀତ ଗାୟନ ସହିତ ଶ୍ରୀଜଗନ୍ନାଥଙ୍କ ପୂଜାର୍ଚ୍ଚନା କରାଯାଇଥିଲା।  ଶିକ୍ଷାବିତ ରମେଶ ଚନ୍ଦ୍ର ପଣ୍ଡା, ହରଚଣ୍ଡୀ ବିଦ୍ୟାଳୟ ପ୍ରଧାନ ଶିକ୍ଷକ , ମନୋରଞ୍ଜନ ମିଶ୍ର, ପ୍ରାକ୍ତନ ପ୍ରଶାସନିକ ଅଧିକାରୀ ପ୍ରସନ୍ନ କୁମାର ହୋତ଼ା, ପ୍ରାକ୍ତନ ବ୍ୟାଙ୍କ ଅଧିକାରୀ  ବାସୁଦେବ ସାହୁ , ରବିନାରାୟଣ ମହାନ୍ତି , ଶିକ୍ଷାବିତ ଗୋବିନ୍ଦ ଫାରକ ,  ଶରତ ଚନ୍ଦ୍ର ମିଶ୍ର,  ବିଜୟ କୁମାର ପରିଡ଼ା, ଆର୍ତ୍ତ ମଲ୍ଲିକ, ସୁରେଶ ଚ଼ନ୍ଦ୍ର ମିଶ୍ର ,  ନବଘନ ଶତପଥୀ ପ୍ରମୁଖ ମହାପୁରୁଷଙ୍କ ଜୀବନାଦର୍ଶ ସଂପର୍କରେ ମତବ୍ୟକ୍ତ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ କବିତା ପ୍ରତିଯୋଗିତା କରାଯାଇ ପୁରଷ୍କୃତ କରାଯାଇ ଥିଲା।

- Advertisement -

ଅନ୍ୟମାନଙ୍କ ମଧ୍ୟରେ ସିଆରସି କୁନିମଣି ଦେବୀ , ସ୍ଥାନୀୟ ସରପଞ୍ଚ  ଜିତେନ୍ଦ୍ର ବେହେରା, ଆଇନଜୀବୀ ସୁଶାନ୍ତ କୁମାର ରଥ, ନିଳକଣ୍ଠ ବାରିକ, ସ୍କୁଲ୍ କମିଟି ଚେୟାରମ୍ୟାନ୍  ରମେଶ ବେହେରା, ସମାଜସେବୀ ହୃଷିକେଶ ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ ।  ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ  ସଂଯୁକ୍ତା ନାୟକ ଏହି କାର୍ଯ୍ୟକ୍ରମର   ସହାୟତା ପାଇଁ ଉତ୍କଳ ସ୍ୱାଭିମାନ ମଞ୍ଚ, ସୁଶ୍ରୀ ହରପ୍ରିୟା କରଙ୍କ ପ୍ରଶଂସା କରିଥିଲେ।

Hot this week

ସାବଧାନ, ଅଣ୍ଡା ଖାଇଲେ ହେଉଛି କ୍ୟାନସର!

ଶୀତ ଋତୁରେ ଅଧିକାଂଶ ଲୋକ ଅଣ୍ଡା ଖାଆନ୍ତି। ଅଣ୍ଡାରେ ପ୍ରୋଟିନ୍, କ୍ୟାଲସିୟମ୍...

ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ରେ ଆରମ୍ଭ ହେଲା ୭ମ ଇକୋ ରିଟ୍ରିଟ, ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର  :ଚଳିତବର୍ଷ ପାଇଁ ପୁରୀ-କୋଣାର୍କ ମେରାଇନ ଡ୍ରାଇଭ୍‌ ମୁଖ୍ୟରାସ୍ତା ନିକଟ ରାମଚଣ୍ଡୀ...

ଦିଲ୍ଲୀରେ ସାଂସଦ ପ୍ରତାପ ଷଡ଼ଙ୍ଗୀ ଅସୁସ୍ଥ 

ନୀଳଗିରି: ଲୋକସଭା ଚାଲିଥିବା ବେଳେ ହଠାତ ବାଲେଶ୍ୱର ସାଂସଦ ପ୍ରତାପ ଷଡ଼ଙ୍ଗୀ...

ଦିବ୍ୟାଙ୍ଗ ଦୃଷ୍ଟିହୀନ ବୃଦ୍ଧା ପାଉନାହାନ୍ତି ସରକାରୀ ସହାୟତା

ଫୁଲବାଣୀ, : ନା ଅଛି ତାଙ୍କ ପାଇଁ ସରକାରଙ୍କ ତରଫରୁ ରହିବା...

ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ – ୪୦ ମିନିଟ୍‌ ପରେ ବି ପୁତିନ୍‌ ଦେଖା ଦେଲେନି

ନୂଆଦିଲ୍ଲୀ - ହଟହଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ସରିଫ ।...

Related Articles

Popular Categories