www.samajalive.in
Sunday, December 14, 2025
19.1 C
Bhubaneswar

ପୁଣି ଲୁଟ୍‌‌ ; ରାଜଧାନୀରେ ହୋଟେଲ ଓ ରାସ୍ତାରୁ ସୁନା ଅଳଙ୍କାର ଲୁଟ୍‌‌

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଥମୁନି ଲୁଟେରାଙ୍କ ଉତ୍ପାତ। ଲୁଟେରା ବିଭିନ୍ନ ଫ୍ଲାଟକୁ ଟାର୍ଗେଟ କରି ସୁନା ଗହଣା ଟଙ୍କା ଲୁଟ୍‌‌ କରୁଥିବା ବେଳେ ବିବାହ ଆୟୋଜିତ ହେଉଥିବା ଏକ ହୋଟେଲ ଓ ରାସ୍ତା ଉପରୁ ଜଣେ ସୁନା ଦୋକାନୀଙ୍କ ଠାରୁ ଲୁଟ୍‌‌ ହୋଇଥିବା ନେଇ ଶନିବାର ଖବର ମିଳିଛି। କଳ୍ପନା ନିକଟସ୍ଥ ଏକ ହୋଟେଲରେ ଜଣେ ବ୍ୟକ୍ତି ନିଜ ଝିଅର ବାହାଘର ଆୟୋଜନ କରିଥିବା ବେଳେ ଲୁଟେରାମାନେ ସୁନାଗହଣା ସହ ଅନ୍ୟାନ୍ୟ ଉପହାର ମଧ୍ୟ ଲୁଟି ନେଇଛନ୍ତି। ଏନେଇ ବ୍ୟକ୍ତି ଜଣକ ହୋଟେଲ କର୍ତ୍ତୃପକ୍ଷଙ୍କ ଅବହେଳା କାରଣରୁ ଏହି ଲୁଟ୍‌‌ ହୋଇଛି ବୋଲି କହିଥିବା ବେଳେ ଏନେଇ ବଡଗଡ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।
ସେହିପରି ଜଣେ ଗହଣା ବ୍ୟବସାୟୀଙ୍କ ନିକଟରୁ ସୁନାଗହଣା ଭର୍ତ୍ତି ଥିବା ବ୍ୟାଗ୍‌‌କୁ ଲୁଟେରା ମାନେ ଲୁଟି ନେଇଛନ୍ତି। ଏୟାରଲିଫ୍ଟ ଥାନାରେ ଅଭିଯୋଗ ହୋଇଛି।

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories