ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି- ତୋମାର
ସମାଜ ଡିଜିଟାଲ ଡେସ୍କ: ମେଣ୍ଟ ନେଇ କୌଣସି ଚର୍ଚ୍ଚା ହୋଇନି ବୋଲି କହିଛନ୍ତି ରାଜ୍ୟ ବିଜେପି ନିର୍ବାଚନ ପ୍ରଭାରୀ ବିଜୟପାଲ ସିଂହ ତୋମାର । ଏପର୍ଯ୍ୟନ୍ତ ଏନେଇ କୌଣସି ଚର୍ଚ୍ଚା ହୋଇନାହିଁ । ଶୁକ୍ରବାର ରାଜ୍ୟ ସଭାପତି ମନମୋହନ ଦେଇଥିବା ମନ୍ତବ୍ୟକୁ ଦୋହରାଇଛନ୍ତି ତୋମାର । ସେ କହିଛନ୍ତି ବିଧାନସଭାରେ ୮୦ରୁ ଅଧିକ ସିଟ୍ ଜିତି ସରକାର ଗଢିବୁ ଏବଂ ଲୋକସଭାରେ ୧୬ରୁ ଅଧିକ ସିଟରେ ବିଜୟୀ ହେବୁ । ଦିଲ୍ଲୀ ଯାଇଥିବା ୨ ବିଜେଡି ନେତାଙ୍କ ସହ ତାଙ୍କର ଭେଟ ହୋଇନଥିବା ସ୍ପଷ୍ଟ କରିଛନ୍ତି । ମେଣ୍ଟ କଥା ଯିଏ କହୁଛନ୍ତି ତାଙ୍କୁ ପଚରା ବୋଲି ତୋମାର ଗଣମାଧ୍ୟମରେ କହିଛନ୍ତି ।
Comments are closed.