www.samajalive.in
Friday, December 5, 2025
26.1 C
Bhubaneswar

ନୂଆ, ସମୃଦ୍ଧ ଓଡ଼ିଶା ଗଢ଼ିବାର ସଂକଳ୍ପ ନେବା : ଧର୍ମେନ୍ଦ୍ର

ଭୋଗରାଇ: ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ଥାନାଛକ ହେଲିପ୍ୟାଡ ପଡିଆ ଠାରେ ଭୋଗରାଇ ବିଜେପିର ଜନ ପରାମର୍ଶ ସଭା ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟଅତିଥି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଯୋଗଦେଇ ପାନ, ଧାନ ଓ ମୀନର ଏ ମାଟିକୁ ନତମସ୍ତକ ବୋଲି ସମ୍ବୋଧନ ଜଣାଇ ବକ୍ତବ୍ୟ ଆରମ୍ଭ କରିଥିଲେ। ମୁଁ ଆସିଛି ଆପଣଙ୍କ ପରାମର୍ଶ ନେବା ପାଇଁ। ବିଗତ ୧୯ବର୍ଷ ଧରି ଓଡ଼ିଶାରେ ଚାଲିଥିବା ଭ୍ରଷ୍ଟାଚାରୀ, ଦୁର୍ନୀତିଗ୍ରସ୍ତ, ସ୍ଥାଣୁ ଏବଂ ଅପାରଗ ସରକାରକୁ ହଟାଇ ନୂଆ, ସମୃଦ୍ଧ ଓଡ଼ିଶା ଗଢ଼ିବାର ସଂକଳ୍ପ ନେବାକୁ ଆପଣଙ୍କୁ ଅନୁରୋଧ କରିବା ପାଇଁ। ଆଜି ନାରୀ ଅସୁରକ୍ଷିତ, ଚାଷୀ ହନ୍ତସନ୍ତ, କେନ୍ଦ୍ରୀୟ ଯୋଜନା ଲୋକଙ୍କ ପାଇଁ ଅପହଞ୍ଚ। ମୋଦୀ ସରକାର ଆୟୁଷ୍ମାନ ଯୋଜନା ଆରମ୍ଭ କରିଥିଲେ ହେଁ ଓଡ଼ିଶା ସରକାର ଇର୍ଷାରେ ଏହି ଯୋଜନା ଲାଗୁ କଲେ ନାହିଁ। ମୁହଁରେ ସୁନା ଚାମଚ ନେଇ ଯେଉଁମାନେ ଜନ୍ମ ନେଇଛନ୍ତି ସେମାନେ ଦୁଃଖି ମା’ ଓ ଗରିବ ଚାଷୀ ବାପାର ଦୁଃଖ କେବେ ହେଲେ ବୁଝି ପାରିବେ ନାହିଁ ବୋଲି ଧର୍ମେନ୍ଦ୍ର କହିଛନ୍ତି। ସେ ଆହୁରି କହିଛନ୍ତି ଭୋଗରାଇରେ ସବୁ ଥାଇ ବି ବିକାଶ ଦିଗରେ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଫଳରେ ଯୁବକମାନେ ଅନ୍ୟ ରାଜ୍ୟରେ ଦାଦନ ଖଟିବାକୁ ବାଧ୍ୟ ହେଉଛନ୍ତି। ସେଥିପାଇଁ ପରିବର୍ତ୍ତନର ଆବଶ୍ୟକତା ଜରୁରୀ ହୋଇପଡିଛି ବୋଲି ସେ ପ୍ରକାଶ କରିଛନ୍ତି।
ଜିଲା ସଭାପତି ମଦନମୋହନ ଦତ୍ତଙ୍କ ସଭାପତିତ୍ୱରେ ତଥା ଭୋଗରାଇ ପ୍ରଭାରୀ ଅଜୟ କୁମାର ସାହୁଙ୍କ ସଞ୍ଚାଳନାରେ ଅନୁଷ୍ଠିତ ସଭାରେ ପୂର୍ବତନ ବିଧାୟକ ପ୍ରତାପ ଷଢ଼ଙ୍ଗୀ, ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତ ସିଂହାର ଓ ଶୋଭନା ମହାନ୍ତି, ବିଧାୟକ ଗୋବିନ୍ଦ ଚନ୍ଦ୍ର ଦାସ, ରାଷ୍ଟ୍ରୀୟ ଯୁବମୋର୍ଚ୍ଚା ଉପସଭାପତି ଠାକୁର ରଣଜିତ ଦାସ, ପୂର୍ବତନ ବିଧାୟକ ପଦ୍ମଲୋଚନ ପଣ୍ଡା ଓ ଜୟନାରାୟଣ ମହାନ୍ତି, ଜିଲା ସାଧାରଣ ସମ୍ପାଦକ ମିହିର ପାଣି, ନିତ୍ୟାନନ୍ଦ ନାୟକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶ୍ୟାମାପ୍ରସାଦ ବେହେରା, କ୍ଷେତ୍ରୀୟ ମିଡିଆ ସଂଯୋଜକ ସତ୍ୟଜିତ ମିଶ୍ର, ଭୋଗରାଇ ବିଜେପି ନେତା ପରେଶ ଚନ୍ଦ୍ର ନାୟକ, ଯୁବନେତା ଅଂଶୁମାନ ମହାନ୍ତି ଓ ମାନସ ରଞ୍ଜନ ମହାନ୍ତି, ପୂର୍ବତନ ଜିଲା ପରିଷଦ ସଦସ୍ୟ ନିଶିକାନ୍ତ ଦାସ, ସୁନିଲ କୁମାର କର, ଭବଶଙ୍କର ମହାନ୍ତି, ବଂଶୀଧର ସାହୁ, ନିଶେଷ ଦେବ, ରାଧାକୃଷ୍ଣ ଦାସ, ପୂର୍ଣ୍ଣେନ୍ଦୁ ଆଚାର୍ଯ୍ୟ, ଭବାନୀ ଶଙ୍କର ନନ୍ଦୀ, ବସ୍ତା ପ୍ରଭାରୀ ଯାଦବେଶ ମିଶ୍ର, ଅମୀୟ ଗୌସ୍ୱାମୀ, ସଞ୍ଜୀବ ପଣ୍ଡା, ସରପଞ୍ଚ ବୀଣାପାଣି ଦଳାଇ, ଶତାବ୍ଦୀ ଚାନ୍ଦ, ବ୍ରଜକିଶୋର ମହାନ୍ତି, ସଦସ୍ୟ ଗୁଣାଧର ଗିରି, ଶକ୍ତିପଦ ପାଣ୍ଡେ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ। ସଞ୍ଜିତ ସାହୁ ଧନ୍ୟବାଦ ଦେଇଥିଲେ।
ଏହି ଅବସରରେ ଏକ ହଜାରରୁ ଊର୍ଦ୍ଧ୍ବ ଅନ୍ୟ ଦଳର କର୍ମୀ ବିଜେପିରେ ସାମିଲ ହୋଇଥିବା ଘୋଷଣା କରାଯାଇଥିଲା। ଶୁକ୍ରବାର ପୂର୍ବାହ୍ନ ୧୧ଟା ୧୦ରେ ମନ୍ତ୍ରୀ ଧର୍ମେନ୍ଦ୍ର ହେଲିକପ୍ଟର ଯୋଗେ ଥାନାଛକ ହେଲିପ୍ୟାଡ ପଡିଆରେ ପହଞ୍ଚିବା ପରେ ତାଙ୍କୁ ସ୍ବାଗତ କରାଯାଇଥିଲା। ପରେ ଗୋବର୍ଦ୍ଧନପୁରସ୍ଥିତ ଝଗଡ଼େଶ୍ୱର ମହାଦେବଙ୍କ ମନ୍ଦିର ପ୍ରାଙ୍ଗଣରୁ ଜନ ପରାମର୍ଶ ପଦଯାତ୍ରାରେ ଦଳୀୟ ନେତା ଓ କର୍ମୀଙ୍କ ଗହଣରେ ଧର୍ମେନ୍ଦ୍ର ସଭାସ୍ଥଳରେ ପହଞ୍ଚି ଥିଲେ।

Hot this week

ବାରବାଟୀରେ ଟିକେଟ ବ୍ଲାକ !

କଟକ :ବାରବାଟୀ ମ୍ୟାଚ ଲାଗି ଅଫଲାଇନ ଟିକେଟ ବିକ୍ରି । ସୋସିଆଲ...

ଭାରତ-ରୁଷ ଶିଖର ସମ୍ମିଳନୀ: ମିଳିତ ବିବୃତିରେ କ’ଣ କହିଲେ ମୋଦୀ-ପୁଟିନ ?

ସମାଜଲାଇଭ ଡେସ୍କ: ଭାରତ ଏବଂ ରୁଷ ମଧ୍ୟରେ ୨୩ତମ ଶିଖର ସମ୍ମିଳନୀ...

ମିଳିତ ଭାବେ ୟୁରିଆ ଉତ୍ପାଦନ କରିବେ ଭାରତ-ରୁଷ

ସମାଜଲାଇଭ ଡେସ୍କ: ଆଉ ରହିବନି ୟୁରିଆ ସାରର ଅଭାବ। ଏଣିକି ଭାରତ...

୭ ବୁଝାମଣା ଉପରେ ମୋଦୀ-ପୁଟିନଙ୍କ ସହମତି, ରୁଷ ନାଗରିକଙ୍କୁ ମାଗଣା ପର୍ଯ୍ୟଟକ ଭିଜା

ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମଧ୍ୟରେ...

ଇଣ୍ଡିଗୋ ବିମାନ ସେବା ସମସ୍ୟା : ବଡ଼ ପଦକ୍ଷେପ ନେଲା ଡିଜିସିଏ

ସମାଜ ଲାଇଭ ଡ଼େସ୍କ : ଦେଶରେ ଇଣ୍ଡିଗୋ ବିମାନ ଚଳାଚଳରେ ଦେଖା...

Related Articles

Popular Categories