www.samajalive.in
Saturday, December 6, 2025
26.1 C
Bhubaneswar

ଗଞ୍ଜେଇ ଚାଷରୁ ନିବୃତ ରହିବା ସଚେତନତା ସହ ବେକାରୀ ଯୁବକ ଯୁବତୀମାନଙ୍କ ନିଯୁକ୍ତି ମେଳା

ଚାନ୍ଦିପୁଟ/ମୋହନା :ଗଜପତି ଜିଲ୍ଲା ପ୍ରଶାସନ ପକ୍ଷରୁ ମୋହନାରେ ନିଯୁକ୍ତି ଜୀବିକା ଓ ଉଦ୍ୟୋଗୀ ଶିବିର ଅନୁଷ୍ଠିତ ହୋଇ ଯାଇଛି। ଗଜପତି ଜିଲ୍ଲା ଏସପି ସ୍ବାତି ଏସ କୁମାରଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ବହୁ ବିଭାଗୀୟ ଅଧିକାରୀ ମାନେ ଯୋଗ ଦେଇ ଅପରାଧିକ କାର୍ଯ୍ୟକଳାପ ଛାଡି ସ୍ବାବଲମ୍ବୀ ଭାବେ ଚାକିରିରେ ଯୋଗ ଦେବାକୁ ଆହ୍ବାନ କରିଥିଲେ। ଗଜପତି ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷକୁ ଅହେତୁକ ଭାବେ ବୃଦ୍ଧି ପାଇ ଚାଲିଥିବା ବେଳେ ଗଜପତି ଜିଲ୍ଲା ପୁଲିସ ଗଞ୍ଜେଇ ଚାଷ ଦମନ ପାଇଁ ସର୍ବଦା ଚିନ୍ତାରେ ରହିଥିବା ବେଳେ କିଭଳି ଗଞ୍ଜେଇ ଚାଷକୁ ମୂଳ ଉତ୍ପାଟନ କରାଯିବ ତାହାକୁ ନେଇ ଏକ ଅଭିନବ ପ୍ରୟାସ ଆରମ୍ଭ କରିଛି ଜିଲ୍ଲା ପ୍ରଶାସନ ।
ଗଜପତି ଜିଲ୍ଲା ଏକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଅଞ୍ଚଳ ହୋଇଥିବାରୁ କୌଣସି ରୋଜଗାରର ବାଟ ନଥିବା ହେତୁ ଜିଲ୍ଲାରେ ବେଆଇନ ଗଞ୍ଜେଇ ଚାଷକୁ ଦୁର୍ଗମ ଅଞ୍ଚଳର ଲୋକେ ଆପଣାଇଛନ୍ତି । ଯାହାଫଳରେ ଜିଲ୍ଲାରେ ଗଞ୍ଜେଇ ଚାଷରେ ଅନେକ ବ୍ୟକ୍ତି ଲିପ୍ତ ରହିବା ସହ ଚୋରା ଚାଲାଣ କାମରେ ଲାଗି ନିଜକୁ ଅପରାଧିକ କାର୍ଯ୍ୟକଳାପରେ ପାଦ ଥାପି ଅସାମାଜିକ କାର୍ଯ୍ୟ ବଢ଼ିବାରେ ଲାଗିଛି ।
ଅନେକ ସମୟରେ କମ୍ ସମୟରେ ଅଧିକରୁ ଅଧିକା ଟଙ୍କା ରୋଜଗାର କରିବା ପାଇଁ ଯୁବପିଢ଼ି ଏହି ଚୋରା କାରବାରକୁ ଆପଣାଇଛନ୍ତି। ଯାହା ଫଳରେ ଚୋରା ଚାଲାଣ ବେଳେ ଅନେକ ସମୟରେ ପୁଲିସ ହାବୁଡ଼ରେ ପଡ଼ି ଯୁବପିଢୀ ଜେଲରେ ଥିବା ନଜର ରହିଛି। ଏହି ଚୋରା ଚାଲାଣକୁ ସଂପୂର୍ଣ୍ଣ ଭାବେ ବନ୍ଦ କରିବା ପାଇଁ ମୋହନା, ଆର୍ ଉଦୟଗିରି ଓ ନୂଆଗଡ ବ୍ଲକର ଲୋକ ମାନଙ୍କୁ ସଚେତନ କରାଯାଇଥିଲା।  ଯୁବପିଢୀ ଏହି ଚୋରା ଚାଲାଣରୁ ନିବୃତ୍ତ ରହିବା ସହ କିଭଳି ବେକାରୀ ଯୁବକ ଯୁବତୀ ମାନଙ୍କ ମଧ୍ୟରେ ନିଯୁକ୍ତି ସୁଯୋଗ ସୃଷ୍ଟି କରାଯିବ, ସେଥିପାଇଁ ଗଜପତି ଜିଲ୍ଲା ମିଶନ ଶକ୍ତି ବିଭାଗ, ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ପୁଲିସ ପକ୍ଷରୁ ମୋହନା ହାଇସ୍କୁଲ ପଡିଆଠାରେ ଏକ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଛି।
ଆୟୋଜିତ ମେଳାରେ ମୋହନା, ଆର. ଉଦୟଗିରି ଓ ନୂଆଗଡ ବ୍ଲକରୁ ଶହ ଶହ ବେକାରୀ ଯୁବକ ଯୁବତୀମାନେ ଯୋଗ ଦେଇଥିଲେ। ବେକାରୀ ଯୁବକ ଯୁବତୀମାନଙ୍କୁ ଅଗ୍ଣିପଥରେ ନିଯୁକ୍ତ ସହ କିଭଳି ବିଭିନ୍ନ ବିଭାଗରେ ତାଲିମ ସହ ନିଯୁକ୍ତି ଯୋଗାଇ ଦିଆଯିବ, ସେଥିପାଇଁ ସେମାନଙ୍କ ନାମ ପଞ୍ଜିକରଣ ସହ ପରାମର୍ଶ ଦିଆଯାଇଥିଲା । ମେଳାରେ ଗଜପତି ଏସପି ଏସ୍ ସ୍ଵାତୀ କୁମାର, ଗୋପାଳପୁର ସାମରିକ ବାହିନୀର ନିଯୁକ୍ତି ବିଭାଗର ନିର୍ଦ୍ଦେଶକ କର୍ଣ୍ଣେଲ ଆନନ୍ଦ ତନ୍ତୀ, ମୋହନା ବିଡ଼ିଓ ହଳଧର ଶବର, ଆର୍ ଉଦୟଗିରି ଏସଡ଼ିପିଓ ଅଶ୍ଵିନ କୁମାର ନାୟକ, ମୋହନା ଥାନା ଅଧିକାରୀ ବସନ୍ତ କୁମାର ସେଠୀ, ଅଡବା ଥାନା ଅଧିକାରୀ ସୁଭ୍ରାନ୍ତ କୁମାର ପଣ୍ଡା, ଆର୍ ଉଦୟଗିରି ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲ, ମୋହନା ବ୍ଲକ ଅଧକ୍ଷ ରଞ୍ଜୀବ ଶବର ଓ ଆର୍ ଉଦୟଗିରି ବ୍ଲକ୍ ଅଧକ୍ଷ ଯୋଗ ଦେଇଥିବା ବେଳେ ଜିଲ୍ଲା ସ୍ତରୀୟ ବହୁ ଅଧିକାରୀମାନେ ଯୋଗ ଦେଇଥିଲେ ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories