www.samajalive.in
Friday, December 12, 2025
16.1 C
Bhubaneswar

ଇଣ୍ଡିଗୋ ବିମାନ ସିଟ୍‌ରୁ ଗଦି ଗାଏବ୍‌, ଯାତ୍ରୀ ନିରୁପାୟ

ନୂଆଦିଲ୍ଲୀ: ନିକଟରେ ଜଣେ ଯାତ୍ରୀ ଇଣ୍ଡିଗୋ ଏୟାରଲାଇନ୍ସର ଏକ ବିମାନରେ ଯାତ୍ରା କରିଥିବାବେଳେ ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହୋଇଥିବା ଜଣାପଡିଛି। ତାଙ୍କୁ ଯେଉଁ ଆସନ ପ୍ରଦାନ କରାଯାଇଥିଲା, ସେଥିରେ ଗଦି(କୁସନ୍‌) ନଥିଲା। ଅନନ୍ୟୋପାୟ ହୋଇ ତାଙ୍କୁ ଉକ୍ତ ବିମାନରେ ଯାତ୍ରା କରିବାକୁ ପଡିଥିଲା। ଯବନିକା ଶାହା ନାମ୍ନୀ ଜଣେ ମହିଳା ଯାତ୍ରୀ ନିଜର ଅଭିଜ୍ଞତାକୁ ସୋସିଆଲ ମିଡିଆ ‘ଏକ୍ସ’ରେ ବୟାନ କରିଥିବାବେଳେ ଗଦି ନଥିବା ସିଟ୍‌ର ଏକ ଫଟୋ ଅପ୍‌ଲୋଡ କରିଛନ୍ତି। ଯବନିକା ଇଣ୍ଡିଗୋ ବିମାନରେ ବେଙ୍ଗାଲୁରୁରୁ ଭୋପାଳ ଯାଉଥିବାବେଳେ ଲକ୍ଷ୍ୟ କରିଥିଲେ ଯେ ତାଙ୍କ ସିଟ୍‌ରୁ ଗଦି ଗାଏବ ହୋଇଯାଇଛି। ତୁରନ୍ତ ବିମାନ ପରିଚାରିକାଙ୍କୁ ଡାକି ଏ ସମ୍ପର୍କରେ ପଚାରିଥିଲେ। ପରିଚାରିକା ଜଣକ ଏଥିପାଇଁ କ୍ଷମାପ୍ରାର୍ଥନା କରିବା ସହ ପରିଷ୍କାର ହେବାକୁ ଗଦିକୁ ହଟାଇ ଦିଆଯାଇଥିବା କହିଥିଲେ। ଅପରପକ୍ଷରେ ଇଣ୍ଡିଗୋ ଏୟାରଲାଇନ୍ସ କର୍ତ୍ତୃପକ୍ଷ ଏଥିପାଇଁ କ୍ଷମାଭିକ୍ଷା କରିଥିବାବେଳେ ଯାତ୍ରୀଙ୍କ ସୁବିଧା ପ୍ରତି ସଂସ୍ଥା ସବୁବେଳେ ସଚେତନ ରହିଥିବା କହିଛନ୍ତି।

Hot this week

କଟକର ସ୍ପେଶାଲ ସର୍କିଟ୍ ହାଉସ୍‌ର ନୂଆ ଆନେକ୍ସ ବିଲ୍‌ଡିଙ୍ଗ୍ ଭିଭିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର:ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ କଟକ ସହର ଗସ୍ତରେ...

ହାରିଲା ଭାରତ ,ଦକ୍ଷିଣ ଆଫ୍ରିକା ୫୧ ରନରେ ବିଜୟୀ

ନୂଆଦିଲ୍ଲୀ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟି-୨୦ ସିରିଜର ଆଜି...

ଚଣ୍ଡୀଗଡ଼ ଟି ଟ୍ୱେଣ୍ଟି- ହାରିଲା ଟିମ୍‌ ଇଣ୍ଡିଆ

ଚଣ୍ଡୀଗଡ - ଏଠାରେ ଚାଲିଥିବା ଭାରତ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ଟି...

କଥା ହେଲେ ମୋଦୀ, ଟ୍ରମ୍ପ – ବାଣିଜ୍ୟ ଚୁକ୍ତି ଉପରେ ଆଲୋଚନା

ନୂଆଦିଲ୍ଲୀ - ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଭାରତର ପ୍ରଧାନମନ୍ତ୍ରୀ...

Related Articles

Popular Categories