www.samajalive.in
Monday, December 8, 2025
24.1 C
Bhubaneswar

ବିଶ୍ବକପ୍‌ ହକି: ସେମିଫାଇନାଲ ଆଜି

ଭୁବନେଶ୍ୱର: ଚଳିତ ପୁରୁଷ ହକି ବିଶ୍ୱକପରେ ଟାଇଟଲ ଦୌଡ଼ରେ ଆଉ ୪ଟି ଦଳ ରହିଛନ୍ତି। ଏହି ୪ଟି ଦଳଙ୍କୁ ନେଇ ୨ଟି ସେମିଫାଇନାଲ ମ୍ୟାଚ୍‍ ଶନିବାର କଳିଙ୍ଗ ଷ୍ଟାଡିୟମ୍‍ରେ ଖେଳାଯିବ। ପ୍ରଥମ ସେମିଫାଇନାଲରେ ଇଂଲଣ୍ଡ ଓ ବେଲ୍‍ଜିୟମ ମଧ୍ୟରେ ମୁକାବିଲା ହେବ। ୨ୟ ସେମିଫାଇନାଲରେ ଗତଥରର ଚମ୍ପିଆନ ତଥା ବିଶ୍ୱର ୧ନଂ ଦଳ ଅଷ୍ଟ୍ରେଲିଆ ଓ ୩ ଥର ଚମ୍ପିଆନ ନେଦରଲାଣ୍ଡସ୍‍ ମଧ୍ୟରେ ମୁକାବିଲା ହେବ। ୬ଷ୍ଠ ଥର ପାଇଁ ବିଶ୍ୱକପ ଖେଳୁଥିବା ବିଶ୍ୱ ମାନ୍ୟତାର
୩ୟ ସ୍ଥାନରେ ଥିବା ଅଲିମ୍ପିକ୍‍ ରନର୍ସଅପ ବେଲ୍‍ଜିୟମ୍‍ ପ୍ରଥମଥର ବିଶ୍ୱକପ୍‍ ସେମିଫାଇନାଲକୁ ଉନ୍ନୀତ ହୋଇଛି। ବେଲ୍‍ଜିୟମ୍‍ ପୁଲ୍‍ ‘ସି’ରେ ସ୍ଥାନ ପାଇଥିଲା। ଲିଗ୍‍ ପର୍ଯ୍ୟାୟରେ କାନାଡ଼ା, ଦକ୍ଷିଣ ଆଫ୍ରିକାକୁ ବେଲ୍‍ଜିୟମ୍‍ ପରାସ୍ତ କରିଥିବାବେଳେ ଭାରତ ସହ ୨-୨ରେ ମ୍ୟାଚ୍‍ ଡ୍ର ରଖିଥିଲା। କ୍ରସ୍‍ଓଭର ମ୍ୟାଚରେ ପାକିସ୍ତାନ ଓ କ୍ୱାର୍ଟରଫାଇନାଲରେ ଜର୍ମାନୀକୁ ପରାସ୍ତକରି ବେଲ୍‍ଜିୟମ୍‍ ସେମିଫାଇନାଲକୁ ଉନ୍ନୀତ ହୋଇଛି। ବିଶ୍ୱ ମାନ୍ୟତାର ୭ମ ସ୍ଥାନରେ ଥିବା ଇଂଲଣ୍ଡ ୪ର୍ଥ ଥର ହକି ବିଶ୍ୱକପର ସେମିଫାଇନାଲ ଖେଳିବ। ଇଂଲଣ୍ଡ ଲିଗ୍‍ ପର୍ଯ୍ୟାୟରେ ପୁଲ୍‍ ‘ବି’ରେ ଅଷ୍ଟ୍ରେଲିଆ ନିକଟରୁ ପରାଜିତ ହୋଇଥିବା ବେଳେ ଚୀନ୍‍ ସହିତ ଡ୍ର ରଖିଥିଲା। ଅନ୍ତିମ ଲିଗ୍‍ ମ୍ୟାଚରେ ଆୟରଲାଣ୍ଡକୁ ଇଂଲଣ୍ଡ ପରାସ୍ତ କରିଥିଲା। କ୍ରସ୍‍ଓଭର ମ୍ୟାଚରେ ନ୍ୟୁଜିଲାଣ୍ଡ ଓ କ୍ୱାର୍ଟରରେ ଆର୍ଜେଣ୍ଟିନାକୁ ପରାସ୍ତକରି ସେମିଫାଇନାଲକୁ ଉନ୍ନୀତ ହୋଇଛି।
୨ୟ ସେମିଫାଇନାଲରେ ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡସ ମଧ୍ୟରେ ମୁକାବିଲା ହେବ। ୨୦୧୪ ବିଶ୍ୱକପ୍‍ ଫାଇନାଲରେ ଏହି ଦୁଇ ଦଳଙ୍କ ମଧ୍ୟରେ ମୁକାବିଲା ହୋଇଥିଲା ଏବଂ ନେଦରଲାଣ୍ଡ୍‍ସକୁ ପରାସ୍ତକରି ଅଷ୍ଟ୍ରେଲିଆ ଚମ୍ପିଆନ୍‍ ହୋଇଥିଲା। କ୍ରମାଗତ ଗତ ୨ଥର ଚମ୍ପିଆନ ହୋଇଥିବା ଅଷ୍ଟ୍ରେଲିଆ ହ୍ୟାଟ୍ରିକ୍‍ ଟାଇଟଲ ହାସଲ ଲକ୍ଷ୍ୟରେ ରହିଛି। ଅଷ୍ଟ୍ରେଲିଆ ପୁଲ୍‍ ‘ବି’ରେ ସ୍ଥାନ ପାଇଥିଲା। ଲିଗ୍‍ ମ୍ୟାଚରେ ଆୟରଲାଣ୍ଡ, ଇଂଲଣ୍ଡ ଓ ଚୀନକୁ ପରାସ୍ତ କରିଥିବା ବେଳେ କ୍ୱାର୍ଟରଫାଇନାଲରେ ଫ୍ରାନ୍‍ସକୁ ପରାସ୍ତକରି ସେମିଫାଇନାଲରେ ପହଞ୍ଚିଛି। ୧୧ଶ ଥର ପାଇଁ ଅଷ୍ଟ୍ରେଲିଆ ସେମିଫାଇନାଲ ଖେଳିବ। ପୁଲ୍‍ ‘ଡି’ରେ ସ୍ଥାନ ପାଇଥିବା ନେଦରଲାଣ୍ଡ୍‍ସ ଲିଗ୍‍ ପର୍ଯ୍ୟାୟରେ ମାଲେସିଆ ଓ ପାକିସ୍ତାନକୁ ପରାସ୍ତ କରିଥିବାବେଳେ ଜର୍ମାନୀ ନିକଟରୁ ପରାଜିତ ହୋଇଥିଲା। କ୍ରସ୍‍ଓଭର ମ୍ୟାଚରେ କାନାଡ଼ାକୁ ଓ କ୍ୱାର୍ଟରଫାଇନାଲରେ ଭାରତକୁ ପରାସ୍ତକରି ସେମିଫାଇନାଲକୁ ଉନ୍ନୀତ ହୋଇଛି। ଉଭୟ ସେମିଫାଇନାଲର ବିଜେତାଙ୍କ ମଧ୍ୟରେ ଫାଇନାଲ ମ୍ୟାଚ୍‍ ରବିବାର ସନ୍ଧ୍ୟାରେ ଖେଳାଯିବ।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories