www.samajalive.in
Thursday, December 11, 2025
26.1 C
Bhubaneswar

ବିପିଏମ୍‍ ଓ କିରାଣୀ ଗିରଫ

ବ୍ରହ୍ମପୁର/ଧରାକୋଟ/ପାତ୍ରପୁର ବ୍ରହ୍ମପୁର ଭିଜିଲାନ୍ସ ପକ୍ଷରୁ ଶୁକ୍ରବାର ଗଞ୍ଜାମ ଜିଲାର ଦୁଇ ସରକାରୀ କର୍ମଚାରୀଙ୍କୁ ଲାଞ୍ଚ ନେବା ବେଳେ କାବୁ କରାଯାଇଛି। ସହକାରୀ ଶିକ୍ଷକଙ୍କ ଦରମା ବିଲ କରାଇଦେବା ପାଇଁ ଲାଞ୍ଚ ନେଉଥିବା ବେଳେ ଧରାକୋଟ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର କିରାଣୀ ଓ
ଆଶକର୍ମୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ ପାଇଁ ଲାଞ୍ଚ ନେଉଥିବା ବେଳେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ବିପିଏମ୍‍(ବ୍ଳକ ପ୍ରକଳ୍ପ ପରିଚାଳକ)ଙ୍କୁ ଭିଭିଲାନ୍ସ କାବୁ କରିବାରେ ସକ୍ଷମ ହୋଇଛି। ଆଜି ଉଭୟ ସରକାରୀ କର୍ମଚାରୀଙ୍କୁ ଗିରଫ କରାଯିବା ପରେ କୋର୍ଟ ଚାଲାଣ କରାଯାଇଥିବା ଭିଜିଲାନ୍ସ ଏସପି ମାୟାଧର ସ୍ୱାଇଁ କହିଛନ୍ତି। ଉଭୟଙ୍କ ବାସଭବନରେ ଚଢଉ ଜାରି ରହିଥିବା ସୂଚନା ଦିଆଯାଇଛି।
ଭିଜିଲାନ୍ସର କେସ ନଂ ୫୨/୧୮ ପ୍ରକାରେ ଧରାକୋଟ ବରଡାବାଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ସହକାରୀ ଶିକ୍ଷକ ନାରାୟଣ ସେଠୀଙ୍କ ନାମରେ ମଞ୍ଜୁର ହୋଇଥିବା ଛୁଟି ଦରମା ବିଲ ପାସ କରାଇଦେବାକୁ ଧରାକୋଟ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟର ଜୁନିୟର କିରାଣୀ ଅନିଲ କୁମାର ଜେନା ୨ ହଜାର ଟଙ୍କା ଦାବି କରିଥିଲେ। ନାରାୟଣ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ। ଏହାପରେ ଅନିଲଙ୍କୁ କାବୁ କରିବାକୁ ଭିଜିଲାନ୍ସ ପକ୍ଷରୁ ଯୋଜନା ହୋଇଥିଲା। ନାରାୟଣ ଆଜି ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ଭିତରେ ଅନିଲଙ୍କୁ ୨ ହଜାର ଟଙ୍କା ଦେବା ବେଳେ ସେଠାରେ ଲୁଚି ରହିଥିବା ଭିଜିଲାନ୍ସ କର୍ମଚାରୀ ତାଙ୍କୁ କାବୁ କରିଥିଲେ। ଅନିଲ ପିନ୍ଧିଥିବା ସାର୍ଟର ବାମ ପକେଟରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ତାଙ୍କୁ ଗିରଫ କରିଥିଲେ। ଅନିଲଙ୍କ ଆସିକାସ୍ଥିତ ଭଡ଼ାଘରେ ଚଢଉ ଚାଲିଥିବା ଭିଜିଲାନ୍ସ ପକ୍ଷରୁ କୁହାଯାଇଛି।
ସେହିପରି ଭିଜିଲାନ୍ସର କେସ ନଂ ୫୩/୧୮ ପ୍ରକାରେ ପାତ୍ରପୁର ବ୍ଳକ ଜରଡା ଥାନା ଅନ୍ତର୍ଗତ ସାହାପୁର ଗ୍ରାମର ବନିତା ନାୟକ ଆଶ କର୍ମା ଭାବେ ନିଯୁକ୍ତି ପାଇଛନ୍ତି। ବନିତାଙ୍କୁ ନିଯୁକ୍ତିପତ୍ର ପ୍ରଦାନ କରିବାକୁ ଏନ୍‍ଏଚ୍‍ଏମ୍‍ ଅଧିନରେ ପାତ୍ରପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ବିପିଏମ୍‍ ନିରଞ୍ଜନ ରେଡ୍ଡି ୨ହଜାର ଟଙ୍କା ଦାବି କରିଥିଲେ। ବନିତା ଭିଜିଲାନ୍ସରେ ଅଭିଯୋଗ କରିବା ପରେ ବିପିଏମ୍‍ଙ୍କୁ ଧରିବାକୁ ଜାଲ ବିଛା ଯାଇଥିଲା। ଆଜି ବନିତା ବିପିଏମ୍‍ଙ୍କ ପାତ୍ରପୁରସ୍ଥିତ ଭଡ଼ା ଘରକୁ ଯାଇ ୨ ହଜାର ଟଙ୍କା ଦେଇଥିଲେ। ପୂର୍ବରୁ ପ୍ରସ୍ତୁତ ଥିବା ଭିଜିଲାନ୍ସ କର୍ମଚାରୀ ବିପିଏମ୍‍ଙ୍କୁ କାବୁ କରିବା ସହ ତାଙ୍କ ପର୍ସରୁ ଲାଞ୍ଚ ଟଙ୍କା ଜବତ କରିଥିଲେ। ତେବେ ନିରଞ୍ଜନଙ୍କ ପାତ୍ରପୁର ଘର ସହ ବ୍ରହ୍ମପୁର ଲୋଚାପଡ଼ାସ୍ଥିତ ବାସଭବନରେ ଚଢଉ ଜାରି ରହିଛି। ସୂଚନାଯୋଗ୍ୟ ଗୁରୁବାର ବ୍ରହ୍ମପୁର ବଡ଼ମେଡିକାଲର ନିଶ୍ଚେତକ ବିଭାଗରେ କାର୍ଯ୍ୟରତ ଜଣେ ମହିଳା ଫାର୍ମାଶିଷ୍ଟଙ୍କୁ ଭିଜିଲାନ୍ସ କାବୁ କରିଥିଲା।

Hot this week

ନବ ନିଯୁକ୍ତଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପରାମର୍ଶ: ଦୁର୍ନୀତିଠାରୁ ଲକ୍ଷେ କୋଷ ଦୂରରେ ରୁହନ୍ତୁ

‘ମୁଖ୍ୟମନ୍ତ୍ରୀ ଆଡ଼ିବନ୍ଧ ତିଆରି ଯୋଜନା-୩.୦’ ଲୋକାର୍ପିତ ଭୁବନେଶ୍ୱର: ଯିଏ ଯେଉଁ ପଦବୀରେ ବି...

ଓଡିଶାରେ ଖୋଲିବ ସିଏଜି କାର୍ଯ୍ୟାଳୟର ପୂର୍ବାଞ୍ଚଳ ଶାଖା

ଭୁବନେଶ୍ୱର: ଆସନ୍ତା ଓଡ଼ିଆ ନବବର୍ଷ ଏପ୍ରିଲ ୧୫ ତାରିଖରେ ଭାରତର  ମହାଲେଖା...

ଗୋଟିଏ ଗ୍ଲାସରେ ଥରକେ କରନ୍ତୁ ୧୦ଟି ଇଡିଲି

ସମାଜ ଡିଜିଟାଲ ଡେସ୍କ: ଦକ୍ଷିଣ ଭାରତୀୟ ଖାଦ୍ୟ ଦୋସା ଏବଂ ଇଡିଲିକୁ...

ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ୟ ଟି-୨୦ ମ୍ୟାଚ ଗୁରୁବାର...

ପ୍ରଦୂଷଣମୁକ୍ତ ପରିବେଶ ଗଠନରେ ପ୍ରଶାସନ ଅପାରଗ, ଲୋକେ ଅତିଷ୍ଠ

ରେଙ୍ଗାଲିକ୍ୟାମ୍ପ: ଅତାବିରା ଏନ୍ଏସିରେ ସ୍ୱଚ୍ଛ ପରିବେଶ, ସୁସ୍ଥ ପରିବେଶର ପରିକଳ୍ପନା ଦୂରେଇ...

Related Articles

Popular Categories