www.samajalive.in
Monday, December 8, 2025
27.1 C
Bhubaneswar

ଫେବୃଆରୀ ୨୨ରୁ ମାଟ୍ରିକ

କଟକ: ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ଦ୍ୱାରା ପରିଚାଳିତ ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା(ମାଟ୍ରିକ ପରୀକ୍ଷା) ଆସନ୍ତା ୨୦୧୯ ଫେବୃଆରୀ ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୮ରେ ଶେଷ ହେବ। ମାଟ୍ରିକ ପରୀକ୍ଷା ସହ ମଧ୍ୟମା ଓ ଷ୍ଟେଟ୍‍ ଓପନ୍‍ ସ୍କୁଲ ସାର୍ଟିଫିକେଟ ପରୀକ୍ଷା ମଧ୍ୟ ୨୨ରୁ ଆରମ୍ଭ ହେବ। ମାଟ୍ରିକ ରେଗୁଲାର ଓ ଏକ୍ସରେଗୁଲାର ଉଭୟ ପରୀକ୍ଷାର୍ଥୀ ସମାନ ପ୍ରଶ୍ନପତ୍ରରେ ପରୀକ୍ଷା ଦେବେ। ସକାଳ ୯ଟାରୁ ପରୀକ୍ଷା ଆରମ୍ଭ ହୋଇ ୧୧ଟା ୩୦ରେ ଶେଷ ହେବ। କେବଳ ଗଣିତ ବିଷୟରେ ପରୀକ୍ଷାର୍ଥୀଙ୍କୁ ଅଧିକ ୧୫ ମିନିଟ୍‍ ସମୟ ଦିଆଯିବ। ପରୀକ୍ଷାର୍ଥୀଙ୍କୁ ପ୍ରଥମେ ଅବଜେକ୍ଟିଭ ପ୍ରଶ୍ନର
ଉତ୍ତର ଓଏମ୍‍ଆର୍‍ ସିଟ୍‍ରେ ୧ଘଣ୍ଟା ମଧ୍ୟରେ ଉତ୍ତର ଶେଷ କରିବାକୁ ହେବ। ତତ୍‍ପରେ ସବ୍‍ଜେକ୍ଟିଭ ପରୀକ୍ଷା ହେବ। ପରିବର୍ତ୍ତିତ ପଦ୍ଧତି ଅନୁସାରେ ଚଳିତ ବର୍ଷ ୪ ସେଟ୍‍ ସମାନ୍ତରାଳ ପ୍ରଶ୍ନପତ୍ରରେ ପରୀକ୍ଷା ହେବ। ଏଥିସହ ସବ୍‍ଜେକ୍‍ଟିଭ ଓ ଅବଜେକ୍ଟିଭ ପେପରରେ ଅତି କମ୍‍ରେ ୧୫ନମ୍ବର ଲେଖାଏଁ ରଖିବା ବାଧ୍ୟତାମୂଳକ କରାଯାଇଛି। ଏନେଇ ବୋର୍ଡ ପକ୍ଷରୁ ଶୁକ୍ରବାର ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି।
ଫେବୃଆରୀ ୨୨ରେ ପ୍ରଥମଭାଷା (ଓଡ଼ିଆ, ବଙ୍ଗଳା, ହିନ୍ଦୀ, ଉର୍ଦୁ, ତେଲଗୁ, ଅଲଟରନେଟିଭ୍‍ ଇଂରାଜୀ) ପରୀକ୍ଷା ଅନୁଷ୍ଠିତ ହେବ। ୨୫ରେ ଦ୍ୱିତୀୟ ଭାଷା (ଇଂରାଜୀ, ହିନ୍ଦୀ ଓ କେବଳ ମୂକ-ବଧିରଙ୍କ ପରୀକ୍ଷାର୍ଥୀଙ୍କ ପାଇଁ ପରିବେଶ ଓ ଜନସଂଖ୍ୟା ଶିକ୍ଷା), ୨୭ରେ ତୃତୀୟ ଭାଷା (ହିନ୍ଦୀ, ଓଡ଼ିଆ, ପାର୍ଶୀ, ଧନ୍ଦାମୂଳକ ଶିକ୍ଷା, କେବଳ ମୂକ-ବଧିରଙ୍କ ପାଇଁ ଟିଏଲ୍‍ଭି ଥିଓରି), ୨୮ରେ ତୃତୀୟ ଭାଷା ସଂସ୍କୃତ, ମାର୍ଚ୍ଚ ୨ ତାରିଖ ଶନିବାର ଗଣିତ, ୩ରେ ଭିଜୁଆଲ୍‍ ଆର୍ଟ ପ୍ରାକ୍ଟିକାଲ ଓ ଟିଏଲ୍‍ଭି ପ୍ରାକ୍ଟିକାଲ ଏବଂ ୮ରେ ସାମାଜିକ ବିଜ୍ଞାନ ପରୀକ୍ଷା ଅନୁଷ୍ଠିତ ହେବ ବୋଲି ବୋର୍ଡ ସଭାପତି ଜାହାନ୍‍ ଆରା ବେଗମ୍‍ ଓ ପରୀକ୍ଷା ନିୟନ୍ତ୍ରକ ଡ. ନୀହାର ରଞ୍ଜନ ମହାନ୍ତି ସୂଚନା ଦେଇଛନ୍ତି। ବୋର୍ଡ ସମ୍ପାଦକ ରାମାଶିଷ ହାଜରାଙ୍କ ସମେତ ଅନ୍ୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ପରୀକ୍ଷାର୍ଥୀମାନେ ସକାଳ ୮ଟାରେ ପରୀକ୍ଷା ହଲକୁ ପ୍ରବେଶ କରିବେ। ପରୀକ୍ଷାର୍ଥୀଙ୍କୁ ଓଏମ୍‍ଆର୍‍ ସିଟ୍‍ ସକାଳ ୮ଟା୩୦ରେ ଦିଆଯିବ। ୮ଟା୪୫ରେ ଉଭୟ ଅବଜେକ୍ଟିଭ ଓ ସବ୍‍ଜେକ୍ଟିଭ ପ୍ରଶ୍ନପତ୍ର ପରୀକ୍ଷାର୍ଥୀଙ୍କୁ ଦିଆଯିବ। ଅବଜେକ୍ଟିଭ ପରୀକ୍ଷା ସକାଳ ୯ଟାରୁ ୧୦ଟା ଯାଏ ଚାଲିବ। ଗଣିତରେ ୧୦ଟା ୧୫ ମିନିଟ୍‍ ଯାଏ ସମୟ ରହିଛି। ଭିଜୁଆଲ୍‍ ଆର୍ଟ ଥିଓରୀ ପରୀକ୍ଷା ହେଉଥିବା କେନ୍ଦ୍ରରେ ପ୍ରାକ୍ଟିକାଲ ପରୀକ୍ଷା ହେବ। ସଂସ୍କୃତ ବିଦ୍ୟାଳୟର ପରୀକ୍ଷାର୍ଥୀମାନେ ଫେବୃଆରୀ ୨୨ ତାରିଖରୁ ମାର୍ଚ୍ଚ ୨ ତାରିଖ ଯାଏ ମଧ୍ୟମା ପରୀକ୍ଷା ଦେବେ। ମାଟ୍ରିକ ପରୀକ୍ଷା ହେଉଥିବା କେନ୍ଦ୍ରରେ ଏହି ପରୀକ୍ଷା ଅପରାହ୍ଣ ୧ଟା ୩୦ରୁ ୪ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଷ୍ଟେଟ୍‍ ଓପନ ସ୍କୁଲ ସାର୍ଟିଫିକେଟ୍‍ ପରୀକ୍ଷା ୨୨ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩ ତାରିଖରେ ଶେଷ ହେବ। ନବମ ଶ୍ରେଣୀ ଧନ୍ଦାମୂଳକ ଶିକ୍ଷା ପରୀକ୍ଷା ମାର୍ଚ୍ଚ ୭ ତାରିଖରେ ମାଟ୍ରିକ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହେବ। ଏଥିରେ ବିଡବ୍ଲ୍ୟ, ଏଚ୍‍ସି, ଆଇଟି, ଟିଟି, ଆର୍‍ଏମ୍‍ ଓ ବିଏଫ୍‍ ଟ୍ରେଡ୍‍ଗୁଡ଼ିକରେ ପରୀକ୍ଷାର୍ଥୀମାନେ ପରୀକ୍ଷା ଦେବେ।

Hot this week

ପଲିଥିନ୍‌ କାରଖାନାରେ ନିଆଁ

କଟକ: ଆଜି କଟକ ଜଗତପୁରରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଗୁଜରପୁରଠାରେ ଥିବା...

ସଂସଦରେ ‘ବନ୍ଦେ ମାତରମ୍‌ ବିତର୍କ’: କଂଗ୍ରେସକୁ ଟାର୍ଗେଟ

ନୂଆଦିଲ୍ଳୀ: ସୋମବାର ସଂସଦର ଶୀତକାଳୀନ ଅଧିବେଶନରେ ‘ବନ୍ଦେ ମାତରମ୍‌’ ଉପରେ ବିତର୍କ...

ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ଖର୍ଚ୍ଚ ୫୦ ଲକ୍ଷ ଟଙ୍କା

ଭୁବନେଶ୍ଵର : ଆଜି ବିଧାନସଭାର ଶୀତ ଅଧିବେଶନର ଦଶମ ଦିନ। ଗୃହ...

କମ୍ବୋଡିଆ ସେନା ଉପରେ ଥାଇଲ୍ୟାଣ୍ଡର ଆକ୍ରମଣ

ସମାଜ ଲାଇଭ ଡ଼େସ୍କ : ଥାଇଲ୍ୟାଣ୍ଡ ଏହାର ପଡ଼ୋଶୀ ଦେଶ କମ୍ବୋଡିଆ...

ପୀଡିତାଙ୍କ ମୃତ୍ୟୁ ପରେ ସହାୟତା ଦାବିରେ ପରିବାର ସଦସ୍ୟଙ୍କ ଧାରଣା

ରାଉରକେଲା: ଜୀବନ ଯୁଦ୍ଧରେ ହାରିଗଲେ ରାଉରକେଲାର ପୀଡିତା । ସୁନ୍ଦରଗଡ ଜିଲା...

Related Articles

Popular Categories