www.samajalive.in
Saturday, December 6, 2025
23.1 C
Bhubaneswar

ପାତ୍ରପୁର ବ୍ଲକରେ ବିଏସକେୱାଇ ନବୀନ କାର୍ଡ ବଣ୍ଟନ

ପାତ୍ରପୁର: ପାତ୍ରପୁର ବ୍ଲକରେ ନୂଆ ବିଏସକେୱାଇ ନବୀନ କାର୍ଡ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଡ଼ିଓ ସୁମନ ସୁଧା କୁଣ୍ଡୁଙ୍କ ପୌରାହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବ୍ଲକ ଏଇଇ ଅର୍ପଣ ପୂଜାରୀ, କମ୍ପ୍ୟୁଟର ପ୍ରୋଗ୍ରାମର ଦେବାଶିଷ ପ୍ରଧାନ, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ସ୍ନେହାଶିଷ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ରହି ପ୍ରଦୀପ ପ୍ରଜ୍ବଳନ କରିବା ସହିତ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା ।
ପ୍ରଥମ ଦଫାରେ ବ୍ଲକର ୨୩ ଗୋଟି ପଞ୍ଚାୟତର ପ୍ରାୟ ୧୧୯୦ ପରିବାରକୁ ଉକ୍ତ ଯୋଜନାରେ ବିଏସକେୱାଇ ନବୀନ କାର୍ଡ ବଣ୍ଟନ କରାଯାଇଥିଲା। ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରୁ ବାଦ ପଡ଼ିଥିବା ମଧ୍ୟବିତ୍ତ ପରିବାରକୁ ରାଜ୍ୟ ସରକାର ନୂଆ ବିଏସକେ ୱାଇ ନବୀନ କାର୍ଡ ଯୋଜନରେ ସାମିଲ କରି ପ୍ରତି ମହିଳାମାନଙ୍କ ଲାଗି ୧୦ ଲକ୍ଷ ଓ ପୁରୁଷ ମାନଙ୍କ ଲାଗି ୫ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ସେବା ଯୋଗାଇ ଦିଆଯିବା ଲାଗି ବ୍ୟବସ୍ଥା ରହିଛି। ଏହି ନବୀନ କାର୍ଡ ମାଧ୍ୟମରେ ରାଜ୍ୟ ତଥା ରାଜ୍ୟ ବାହାରର ପ୍ରାୟ ୮୦୦ ଶହ ରୁ ଉର୍ଦ୍ଧ ପଞ୍ଜିକୃତ ମେଡିକାଲରେ ଚିକିତ୍ସା ସୁବିଧା ମିଳିବାକୁ ଥିବା ବେଳେ ଏହି କାର୍ଡ ସମ୍ପର୍କରେ ଉପସ୍ଥିତ ଅତିଥି ମାନେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ। ବିଏଲସି ଦୀନବନ୍ଧୁ ପ୍ରଧାନ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିବା ବେଳେ ଯୋଗାଣ ଅଧିକାରୀ ପଦ୍ମେଶ ଶତପଥୀ, ସରପଞ୍ଚ ଜିତେନ୍ଦ୍ର କୁମାର ପଣ୍ଡାଙ୍କ ସମେତ ବ୍ଲକର ବହୁ କର୍ମଚାରୀ ମିଶନ ଶକ୍ତି ମହିଳା ମାନଙ୍କ ସମେତ ନିର୍ବାଚିତ ଜନ ପ୍ରତିନିଧି ଓ ଏମବିକେ, ସିଆରପି ଉପସ୍ଥିତ ରହିଥିଲେ।

Hot this week

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

Related Articles

Popular Categories