www.samajalive.in
Thursday, December 11, 2025
15.1 C
Bhubaneswar

ରାଫେଲ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ତ୍ରୁଟିପୂର୍ଣ୍ଣ: ପ୍ରଶାନ୍ତଭୂଷଣ

ନୂଆଦିଲ୍ଲୀ : ରାଫେଲ ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟଙ୍କ ରାୟ ସମ୍ପୂର୍ଣ୍ଣ ତ୍ରୁଟିପୂର୍ଣ୍ଣ ବୋଲି ମାମଲା ଅନ୍ୟତମ ଆବେଦନକାରୀ ତଥା ବରିଷ୍ଠ ଓକିଲ ପ୍ରଶାନ୍ତ ଭୂଷଣ କହିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମେଦୀଙ୍କ ସରକାର ରାଫେଲ କାରବାରରେ ପ୍ରତିରକ୍ଷା ଅଧିଗ୍ରହଣ ପ୍ରକ୍ରିୟାର ସମ୍ପୂର୍ଣ୍ଣ ଉଲ୍ଲଙ୍ଘନ କରିଛନ୍ତି। ଏହି କରବାରରେ ଅନିୟମିତତା ହୋଇଥିବା ନେଇ କେତେକ ସଙ୍କେତ ମିଳିଛି ଯାହା ଉପରେ ତଦନ୍ତ ହେବା ଆବଶ୍ୟକ। ୧୨୬ଟି ଯୁଦ୍ଧ ବିମାନର ଆବଶ୍ୟକତା ଥିବା ସବୁବେଳେ ଭାରତୀୟ ବାୟୁସେନା ଦର୍ଶାଇ ଆସିଛି। ୩୬ଟି ବିମାନ ପର୍ଯ୍ୟାପ୍ତ ହେବ ବୋଲି କେବେବି ଏହା କହି ନାହିଁ। ଅନ୍ୟପଟେ ରାଫେଲ ବିମାନର ମୂଲ୍ୟକୁ ନେଇ ଏବେ ବି ସଂଶୟ ରହିଛି। କେନ୍ଦ୍ର ସରକାର ଜଉମୁଦ ଲଫାପାରେ ବିମାନ ମୂଲ୍ୟ ସମ୍ବନ୍ଧୀୟ ତଥ୍ୟ ସର୍ବୋଚ୍ଚ ଅଦାଲତଙ୍କୁ ପ୍ରଦାନ କରିଥିଲେ। ଏହି ସୂଚନା ବିଷୟରେ ଆବେଦନକାରୀମାନେ କୌଣସି ତଥ୍ୟ ଲାଭ କରିନାହାନ୍ତି ବୋଲି ପ୍ରଶାନ୍ତ ଭୂଷଣ ଅଭିଯୋଗ ଦର୍ଶାଇଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories