କଂଗ୍ରେସକୁ ବାହୁଡ଼ିଲେ ଶ୍ରୀକାନ୍ତ ଜେନା

ଭୁବନେଶ୍ବର: କଂଗ୍ରେସକୁ ବାହୁଡ଼ିଲେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀକାନ୍ତ ଜେନା। ନିର୍ବାଚନ ପାଖେଇ ଆସୁଥିବାବେଳେ ବୁଧବାର ​‌​‌ସେ କଂଗ୍ରେସକୁ ଫେରିଛନ୍ତି। ଚାରିଥର ସାଂସଦ ତଥା ତିନିଥରର ବିଧାୟକ ଶ୍ରୀକାନ୍ତ ଜେନା ନୂଆଦିଲ୍ଲୀରେ ଏଆଇସିସିର ମୁଖ୍ୟ କାର୍ଯ୍ୟାଳୟରେ ଓଡ଼ିଶା ପ୍ରଭାରୀ ଅଜୟ କୁମାର ଓ ଅନ୍ୟ ବରିଷ୍ଠ ନେତାଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ଦଳରେ ସାମିଲ ହୋଇଛନ୍ତି। କଂଗ୍ରେସରେ ଯୋଗ ଦେବା ପୂର୍ବରୁ ସେ ଦଳର ଅଧ୍ୟକ୍ଷ ମଲ୍ଲାକାର୍ଜୁନ ଖଡ଼ଗେ ଓ ସଂଗଠନ ସାଧାରଣ ସମ୍ପାଦକ କେସି ବେନୁଗୋପାଳଙ୍କୁ ସାକ୍ଷାତ କରିଥିଲେ।

ସୂଚନାଯୋଗ୍ୟ, ଦଳ ବିରୋଧୀ କାର୍ଯ୍ୟ ପାଇଁ ଜାନୁଆରୀ ୨୦୧୯ରେ ଶ୍ରୀକାନ୍ତ ଜେନା କଂଗ୍ରେସରୁ ବହିଷ୍କୃତ ହୋଇଥିଲେ।

 

 

Comments are closed.