www.samajalive.in
Sunday, December 14, 2025
19.1 C
Bhubaneswar

ଧାମରାରେ ଶ୍ରମିକ ମାନଙ୍କ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଇଏସଆଇସି କର୍ମଶାଳା

ଧାମରା :ଧାମରା ନିକଟସ୍ଥ ଜେଜେ ରିସୋର୍ଟ ସଭାଗୃହରେ ଭାରତୀୟ ମଜଦୁର ସଂଘ ଏବଂ ଇଏସଆଇସି ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାକୁ ଇଏସଆଇସିର (ଓଡିଶା) ଆଂଚଳିକ ନିର୍ଦେଶକ ସୁକାନ୍ତ କୁମାର ଦାସ ପ୍ରଦ୍ୱୀପ ପ୍ରଜ୍ୱଳନ ପୂର୍ବକ ଏହି କର୍ମଶାଳାକୁ ଉଦଘାଟନ କରିଥିଲେ। ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ଶାନ୍ତନୁ କୁମାର ମହାପାତ୍ର ଏହି କର୍ମଶାଳାରେ ସଭାପତିତ୍ୱ କରିଥିବା ବେଳେ ଭାରତୀୟ ମଜଦୁର ସଂଘର ଜିଲ୍ଲା ସଂପାଦକ ତଥା ଧାମରା ବନ୍ଦର କର୍ମଚାରୀ ସଂଘର ସହ ସଭାପତି ମନୋଜ କୁମାର ବସନ୍ତ ରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ।
ମୁଖ୍ୟ ଅତିଥି ଭାବେ ଇଏସଆଇସିର ଆଂଚଳିକ ନିର୍ଦେଶକ ସୁକାନ୍ତ କୁମାର ଦାସ ନିଜ ବକ୍ତବ୍ୟରେ କିପରି ଶ୍ରମିକ ମାନେ ନିଜର ଏବଂ ନିଜ ପରିବାରକୁ ଇଏସଆଇସି କିପରି ସ୍ୱାସ୍ଥ୍ୟ ସେବା ପ୍ରଦାନ କରୁଛି ଏବଂ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଇଏସଆସି ଏକ ମାଇଲ ଖୁଂଟ ସଦୃଶ ହୋଇ ପାରିଛି ସେ ସଂମ୍ପର୍କରେ ସମସ୍ତ ଶ୍ରମିକ ମାନଙ୍କ ସହ ନିଜ ମତ ରଖିବା ସହ ଶ୍ରମିକ ମାନଙ୍କ ସମସ୍ତ ପ୍ରଶ୍ନର ଉତର ରଖିଥିଲେ।
ଏଥିସହ ଇଏସଆଇସି ୧୯୪୮ ମସିହାରେ ସ୍ଥାପନ ହେବା ସହ ୧୯୫୨ମସିହାରେ ଏହା କିପରି ଶ୍ରମିକ ମାନଙ୍କ ହିତରେ କାର୍ଯ୍ୟ କରୁଛି ଏବଂ ଶ୍ରମିକ ମାନଙ୍କ ପାଇଁ ୫ଟି ତଥ୍ୟ ଭିତିକ ଚିକିତ୍ସା ସୁବିଧା ଦେଉଛି ସେ ବିଷୟରେ ମଧ୍ୟ ବୁଝାଇଥିଲେ। କେବଳ ଧାମରା ନୁହେଁ ଭଦ୍ରକ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ ଶ୍ରମିକ ମାନେ ଯେଉଁ ମାନଙ୍କର ଦରମା ୨୧ହଜାର ଟଙ୍କା ମଧ୍ୟରେ ସିମୀତ ଥିବ ସେମାନେ ସମସ୍ତେ ଇଏସଆଇସି ରେ ନିଜର ନାମ ପଞ୍ଜିକରଣ କରାଇବା ସହ ଏହି ସେବା ପାଇପାରିିବେ ବୋଲି କହିଥିଲେ। ସମ୍ମାନୀତ ଅତିଥି ଭାବେ ଇଏସଆଇସିର ଜିଲ୍ଲା ପରିଚାଳନା ଅଧିକାରୀ ଶିଶିର କୁମାର ସେନାପତି ମଧ୍ୟ ଶ୍ରମିକ ମାନଙ୍କ ସମସ୍ତ ପ୍ରଶ୍ନର ଉତର ଦେବା ସହ କିପରି ଶ୍ରମିକ ମାନେ ଏହି ସଂସ୍ଥାରେ ପଞ୍ଜିକରଣ କରିବେ ସେ ବିଷୟରେ ଆଲୋଚନା ଏବଂ ପର୍ଯ୍ୟାଲୋଚନା କରିଥିଲେ।
ସାମାଜିକ ସୁରକ୍ଷା ପାଇଁ ଭାରତୀୟ ମଜଦୁର ସଂଘ ସବୁ ସମୟରେ ଏବଂ ସବୁବେଳେ ଶ୍ରମିକ ମାନଙ୍କ ହିତ ଉଦ୍ୱେଶରେ କାର୍ଯ୍ୟ କରି ଆସୁଛି ଏବଂ ଏହି ସଙ୍ଗଠନ ସହ ଶ୍ରମିକ ମାନେ ଓତପ୍ରୋତ ସହ ଜଡିତ ହେବା ଆବଶ୍ୟକ ବୋଲି ଭାରତୀୟ ମଜଦୁର ସଂଘର ରାଜ୍ୟ ସଭାପତି ଶାନ୍ତନୁ କୁମାର ମହାପାତ୍ର ନିଜର ବକ୍ତବ୍ୟ ରଖିଥିଲେ। ଏହି କର୍ମଶାଳାରେ ଭାରତୀୟ ମଜଦୁର ସଂଘ କିପରି ୨୦୦୯ ମସିହାରୁ ଇଏସଆଇସିର ମହାନିର୍ଦେଶକଙ୍କ ପାଖରେ ନିଜର ଦାବୀ ଉପସ୍ଥାପନ କରି ଆସିବା ସହ ଧାମରାରେ ଏକ ଇଏସଆଇସିର ମେଡିକାଲ ଖୋଲାଗଲା ସେ ବିଷୟରେ ମଧ୍ୟ ଉପସ୍ଥିୁତ ବ୍ୟକ୍ତି ମାନେ ନିଜର ବକ୍ତବ୍ୟ ରଖିଥିଲେ। ଧାମରା ବନ୍ଦର କର୍ମଚାରୀ ସଂଘର ସହ ସଭାପତି ଚନ୍ଦ୍ର ଶେଖର ଜେନା ଧନ୍ୟବାଦ ଅର୍ପଣ କରିଥିଲେ। ଆଜିର ଏହି କର୍ମଶାଳାରେ ଧାମରା ବନ୍ଦର କର୍ମଚାରୀ ସଂଘର ସଂପାଦକ ମନୋଜ ଲେଙ୍କା, ସହ ସଭାପତି ଚନ୍ଦ୍ର ଶେଖର ଜେନା, ମୁକ୍ତିକାନ୍ତ ସାହୁ,ଲକ୍ଷ୍ମୀକାନ୍ତ ଦାସ, ବିଜୟ ପ୍ରତାପ ଜେନାଙ୍କୁ ଉତରୀୟ ଏବଂ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ମାନୀତ କରାଯାଇଥିବା ବେଳେ ଏହି କାର୍ଯ୍ୟକ୍ରମ ପରିଚାଳନାରେ ପ୍ରଫୁଲ ସେଠୀ, ଶୁଭେନ୍ଦୁ ନାୟକ, ଅରୁଣ ଦାସ, ଅଜୟ ମଣ୍ଡଳ, ଶଶିକାନ୍ତ ସାହୁଙ୍କ ସମେତ ଭାରତୀୟ ମଜଦୁର ସଂଘଏବଂ ଧାମରା ବନ୍ଦର କର୍ମଚାରୀ ସଂଘର ସମସ୍ତ କାର୍ଯ୍ୟକର୍ତା ମାନେ ଉପସ୍ଥିତ ଥିଲେ।

 

Hot this week

ସିଡ୍‌ନୀ ଗୁଳିକାଣ୍ଡ: ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି

ସିଡନୀ: ସିଡନୀର ବଣ୍ଡି ବିଚ୍‌ ଗୁଳିକାଣ୍ଡରେ ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି...

ସାଂସଦ ଅପରାଜିତ ଷଡ଼ଙ୍ଗୀଙ୍କ ଝିଅ ବିବାହ ଭୋଜି ଅନୁଷ୍ଠିତ

ଭୁବନେଶ୍ୱର: ସାସଂଦ ଅପରାଜିତା ଷଡଙ୍ଗୀଙ୍କ ଝିଅଙ୍କ ବିବାହ ଭୋଜି ରବିବାର ଭୁବନେଶ୍ଵର...

ଟସ୍‌ ଜିତି ବୋଲିଂ କରିବ ଭାରତ

ସମାଜଲାଇଭ ଡେସ୍କ: ଧର୍ମଶାଳାରେ ହେଉଥିବା ୩ୟ ଟି-୨୦ ମ୍ୟାଚରେ ଭାରତ ଟସ...

ଗୋପାଳପୁରରେ ୩ ଦିନିଆ ଦକ୍ଷିଣ ଏସୀୟ ମୈତ୍ରୀ ସମ୍ମିଳନୀ ଉଦଯାପିତ, ଯୋଗଦେଲେ ୧୮ଟି ରାଜ୍ୟର ପ୍ରତିନିଧି

ସମାଜ ନ୍ୟୁଜ ଡେସ୍କ- ଗଞ୍ଜାମ ଜିଲ୍ଲା ଗୋପାଳପୁର ବେଳାଭୂମି ଠାରେ ଥିବା...

କାର ଧକ୍କାରେ ବାଇକ୍ ଆରୋହୀ ମୃତ

ରେଙ୍ଗାଲିକ୍ୟାମ୍ପ: ଅତାବିରାସ୍ଥିତ ଏକ ପେଟ୍ରୋଲ ପମ୍ପ ସମ୍ମୁଖରେ ସଡ଼କ ଦୁର୍ଘଟଣାରେ ଜଣେ...

Related Articles

Popular Categories