www.samajalive.in
Monday, December 8, 2025
24.1 C
Bhubaneswar

ମୁଖ୍ୟ ଅଞ୍ଚଳରେ ବାଘ ସଫାରୀ ଉପରେ ଲାଗିଲା ରୋକ୍‌: ମନ୍ତ୍ରୀ-ଡିଏଫଓଙ୍କ କାର୍ଯ୍ୟରେ ଆଶ୍ଚର୍ଯ୍ୟ ହେଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରାଖଣ୍ଡର ଜିମ୍‌ କର୍ବେଟ ନ୍ୟାସନାଲ ପାର୍କର ମୁଖ୍ୟ ଅଞ୍ଚଳରେ ବାଘ ସଫାରି ଉପରେ ବ୍ୟାନ ଲଗାଇଛନ୍ତି ସୁପ୍ରିମକୋର୍ଟ । ବୁଧବାର ଜିମ୍‌ କର୍ବେଟ ଜାତୀୟ ଉଦ୍ୟାନରେ ବେଆଇନ ନିର୍ମାଣ ଏବଂ ବଫର୍‌ ଅଂଚଳରେ ବାଘ ସଫାରି ସ୍ଥାପନ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ପ୍ରତିବନ୍ଧକ ଲଗାଇଛନ୍ତି । ସର୍ବୋଚ୍ଚ ଅଦାଲତ ଉଦ୍ୟାନର ମୁଖ୍ୟ ଅଂଚଳ ପରିବର୍ତ୍ତେ ପେରିଫେରାଲ ଏବଂ ବଫର୍‌ ଜୋନରେ ବାଘ ସଫାରି ନିର୍ମାଣ କରିବାକୁ ଅନୁମତି ଦେଇଛନ୍ତି ।
ବଫର ଜୋନରେ ବାଘ ସଫାରି ପ୍ରତିଷ୍ଠା ପାଇଁ କୋର୍ଟ କିଛି ସର୍ତ୍ତ ରଖି ଅନୁମତି ପ୍ରଦାନ କରିଛନ୍ତି । ଏହି ମାମଲାରେ ତଦନ୍ତ କରୁଥିବା ସିବିଆଇକୁ ତିନି ମାସ ମଧ୍ୟରେ ଏକ ଷ୍ଟାଟସ୍‌ ରିପୋର୍ଟ ଦାଖଲ କରିବାକୁ କୋର୍ଟ କହିଛନ୍ତି । ଜଷ୍ଟିସ୍‌ ବି.ଆର ଗାଭାଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରିଥିଲେ । ଉଦ୍ୟାନରେ ବେଆଇନ ନିର୍ମାଣ ଏବଂ ଗଛ କାଟିବାକୁ ଅନୁମତି ଦେଇଥିବାରୁ ଉତ୍ତରାଖଣ୍ଡର ପୂର୍ବତନ ଜଙ୍ଗଲ ମନ୍ତ୍ରୀ ହରକ ସିଂହ ରାୱତ ଏବଂ ପୂର୍ବତନ ବିଭାଗୀୟ ବନ ଅଧିକାରୀ କିଶନ ଚାନ୍ଦଙ୍କୁ ଶୁଣାଣି ସମୟରେ କଡା ସମାଲୋଚନା କରିଛନ୍ତି କୋର୍ଟ ।
ସୁପ୍ରିମକୋର୍ଟ କହିଛନ୍ତି ଯେ ବାଘ ବିନା ଜଙ୍ଗଲ ନଷ୍ଟ, ତେଣୁ ଜଙ୍ଗଲରେ ସମସ୍ତ ବାଘକୁ ସୁରକ୍ଷା ଦେବା ଉଚିତ। ଟାଇଗର ସଫାରି ପ୍ରତିଷ୍ଠା ପାଇଁ ଅନୁମତି ଦେଉଛୁ, କିନ୍ତୁ ଏହା ମୁଖ୍ୟ ଅଞ୍ଚଳରେ ହୋଇପାରିବ ନାହିଁ। ନିୟମ ଅନୁପାଳନ କରି ପେରିଫେରାଲ୍ ଏବଂ ବଫର୍ ଜୋନରେ ସଫାରି ନିର୍ମାଣ କରାଯାଉ।

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories