www.samajalive.in
Monday, December 8, 2025
24.1 C
Bhubaneswar

ଖାଇଛନ୍ତି କି ସୁନା ଡାଲି? ଦିଆହେଉଛି ୨୪ କ୍ୟାରେଟ୍‌‌ ସୁନାର ତଡକା

ନୂଆଦିଲ୍ଲୀ : ବିଭିନ୍ନ ପ୍ରକାର ଖାଦ୍ୟର ମଜା ନେବାକୁ ଖାଦ୍ୟ ପ୍ରେମୀ ଅନେକ ସ୍ଥାନ ଭ୍ରମଣ କରି ସେଠାରେ ଭୋଜନର ଆନନ୍ଦ ନେଇଥାଆନ୍ତି। ସେଭଳି କିଛି ସ୍ଥାନରେ ପ୍ରସିଦ୍ଧ ଥିବା ଖାଦ୍ୟର ମଜା ନେବା ଅନେକଙ୍କ ସଉକ। ମାତ୍ର କିଛି ସମୟରେ ଏଭଳି କେତେକ ଖାଦ୍ୟ ସାମ୍ନାକୁ ଆସେ, ଯାହା ଆଶ୍ଚର୍ଯ୍ୟ କରିଥାଏ। ସେଭଳି ଏକ ଖାଦ୍ୟ ବିଷୟରେ ଜାଣନ୍ତୁ। ଡାଲି ବିଭିନ୍ନ ପ୍ରକାରର ରହିଛି। ଏହାକୁ ଅନେକ ଉପାୟରେ ମଧ୍ୟ ପ୍ରସ୍ତୁତ କରାଯାଏ। ସୁନାରେ ତିଆରି ଡାଲି କେବେ ଖାଇଛନ୍ତି କି? ଆଜ୍ଞା ହଁ ଜାଣନ୍ତୁ କ’ଣ ଏହି ସୁନା ଡାଲି..

ସେଲିବ୍ରିଟି ଶେଫ୍‌‌ ରଣବୀର ବରାରଙ୍କର  (Celebrity chef Ranveer Brar) ଦୁବାଇରେ ପ୍ରଥମ ରେସ୍ତୋରାଁ କଶକନ (Kashkan) ଏକ ସ୍ୱତନ୍ତ୍ର ଖାଦ୍ୟ କାରଣରୁ ବେଶ ଲୋକପ୍ରିୟତା ହାସଲ କରିଛି। କାଠ ବକ୍ସରେ ଏକ ପାତ୍ରରେ ଡାଲି ପରଷିବା ଓ ଏଥିରେ ୨୪ କ୍ୟାରେଟ୍‌‌ ସୁନାର ପାଉଡରକୁ ତଡକା ପାଇଁ ବ୍ୟବହାର କରାଯାଉଥିବା ଏକ ଭାଇରାଲ ଭିଡିଓରେ ଦେଖାଯାଉଛି। ଦାଲ କଶକନ ନାମରେ ଜଣାଶୁଣା ଏହି ବିଶେଷ ବ୍ୟଞ୍ଜନ ରେସ୍ତୋରାଁର ପ୍ରସିଦ୍ଧ ଖାଦ୍ୟ ମଧ୍ୟରୁ ଗୋଟିଏ। ଏହାର ଦାମ୍‌‌ ୫୮ ଧିରମ (ପ୍ରାୟ ୧,୩୦୦) ଟଙ୍କା।
ଭିଡିଓରେ ଦେଖାଯାଉଛି ପ୍ରଥମେ ସୁନା ପାଉଡ଼ରକୁ ଏକ ପାତ୍ରରେ ରଖାଯିବା ପରେ ଏହାକୁ ଡାଲିରେ ତଡକା ଦେବା ଭଳି ସାବଧାନତା ସହ ମିଶା ଯାଉଛି। ଯାହା କି କିଛି ସ୍ୱତନ୍ତ୍ର ମସଲା ଓ ଘିଅ ସହ ପ୍ରସ୍ତୁତ କରାଯାଏ। ଏହାପରେ ଏକ କାଠ ବକ୍ସରେ ରଖି ପରଷା ଯାଇଥାଏ। ଭିଡିଓ ଦେଖିବା ପରେ ଲୋକେ ନିଜର ଭିନ୍ନ ଭିନ୍ନ ମତ ଦେଇଥିବା ଦେଖାଯାଇଛି।

- Advertisement -

ରେସ୍ତୋରାଁ ନିଜ ୱେବସାଇଟରେ କହିଛି ଯେ ଏହା “କାଶ୍ମୀରର ସୁନ୍ଦର ଉପତ୍ୟକା ଠାରୁ କନ୍ୟାକୁମାରୀ ଉଜ୍ଜ୍ୱଳ ବେଳାଭୂମି, ଚମତ୍କାର ଉତ୍ତର-ପୂର୍ବ ସବୁଜ ସ୍ଥାନରୁ ଚମତ୍କାର ପାଶ୍ଚାତ୍ୟ ମରୁଭୂମି ପର୍ୟ୍ୟନ୍ତ ଏକ ରନ୍ଧନ ଯାତ୍ରା ଅଟେ। ସ୍ୱାଦ, ସଂସ୍କୃତି, ପର୍ବ, ଭାସ୍କର୍ୟ୍ୟ ଏବଂ ଏପରିକି ଲୋକଙ୍କ ଅନୁଭୂତି କଶକନରେ ଏକ ଭିନ୍ନ ଅନୁଭୂତି ସୃଷ୍ଟି କରେ। ଏହା ଏକ ନିଆରା ଭୋଜନ ଗନ୍ତବ୍ୟସ୍ଥଳ ଯେଉଁଠାରେ ଗୋଟିଏ ଥାଳିରେ ଭାରତର ବିସ୍ତୃତତାକୁ ଏକାଠି କରି ରଖିଥାଏ।

https://www.instagram.com/reel/C4DemsFPrSd/?utm_source=ig_web_copy_link&igsh=MzRlODBiNWFlZA==

Hot this week

ପିଆଜ ଚୋପାର ଚମତ୍କାରୀ ଗୁଣ …

ନୂଆଦିଲ୍ଲୀ : ଆଜିକାଲି ସମୟରେ ସମସ୍ତେ ନିଜର ତ୍ଵଚାକୁ ନେଇ ଖୁବ୍...

ମୋ ପୁଅ ବୋହୁଙ୍କ ପାଖରେ କେହି ଅଟକି ନଥିଲେ କି ପାଣି ଦେଇ ନଥିଲେ

ସମାଜ ଲାଇଭ ଡ଼େସ୍କ : ଗତ ସପ୍ତାହରେ ଦିଲ୍ଲୀ-ମୁମ୍ବାଇ ଏକ୍ସପ୍ରେସୱେରେ ଘଟିଥିବା...

ପୁଟିନଙ୍କ ପରେ ଦିଲ୍ଲୀ ଆସିବେ ଜେଲେନସ୍କି!

ସମାଜ ଡିଜିଟାଲ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସଫଳ ଦିଲ୍ଲୀ...

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

Related Articles

Popular Categories