www.samajalive.in
Sunday, December 7, 2025
23.1 C
Bhubaneswar

ପୁରୀ-ଆନନ୍ଦ ବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

କେନ୍ଦୁଝର ସଦର: ରେଳ ଯୋଗେ କେନ୍ଦୁଝରରୁ ସିଧାସଳଖ ଦିଲ୍ଲୀ ଯିବା ପାଇଁ ଜିଲାବାସୀ ଦେଖିଥିବା ସ୍ଵପ୍ନ ଆଜି ପୂରଣ ହୋଇଛି। ଯାହାପାଇଁ ଅନେକ ଥର ଜିଲାବାସୀ ତଥା ବିଭିନ୍ନ ସଂଗଠନ ରେଳ ମନ୍ତ୍ରଣାଳୟ ଓ ପ୍ରଧାନମନ୍ତ୍ରୀ, ରେଳମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ସେହି ସ୍ଵପ୍ନ ପୂର୍ଣ୍ଣ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଙ୍ଗଳବାର ପୁରୀ-ଆନନ୍ଦ ବିହାର ଭାୟା କେନ୍ଦୁଝରଗଡ଼ ଟ୍ରେନର ଆଭାଷୀ ମାଧ୍ୟମରେ ଶୁଭ ଉଦ୍‌ଘାଟନ କରିଛନ୍ତି। ଟ୍ରେନଟି ପୁରୀରୁ ବାହାରି କେନ୍ଦୁଝରଗଡ଼ ଦେଇ ଆନନ୍ଦ ବିହାର ପର୍ଯ୍ୟନ୍ତ ଯିବ।

ଏହି ଅବସରରେ କେନ୍ଦୁଝରଗଡ଼ ରେଳ ଷ୍ଟେସନଠାରୁ ଏହି ଟ୍ରେନଟି ବାହାରି ବାଂଶପାଣି ପର୍ଯ୍ୟନ୍ତ ଯିବା ସହିତ ଆଗାମୀ ନିର୍ଦ୍ଧାରିତ ସୂଚୀ ଅନୁସାରେ ପୁରୀରୁ ଦିଲ୍ଲୀର ଆନନ୍ଦ ବିହାର ଟର୍ମିନାଲକୁ ଯିବ। କେନ୍ଦୁଝରଠାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କେନ୍ଦୁଝର ସଦର ବିଧାୟକ ମୋହନ ଚରଣ ମାଝୀଙ୍କ ସହିତ ଶହ ଶହ କେନ୍ଦୁଝରବାସୀ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଆଭାଷୀ ମାଧ୍ୟମରେ ଲୋକାର୍ପଣ ଉତ୍ସବରେ ଟ୍ରେନକୁ ସ୍ୱାଗତ କରିଥିଲେ। ଆଗାମୀ କିଛି ଦିନ ମଧ୍ୟରେ ପାରାଦୀପରୁ କେନ୍ଦୁଝରଗଡ଼ ମେମୁ ଟ୍ରେନ ମଧ୍ୟ ପ୍ରଧାନମନ୍ତ୍ରୀ ଉପହାର ଦେବେ ବୋଲି ବିଧାୟକ ମାଝୀ ତାଙ୍କ ଅଭିଭାଷଣରେ କହିଛନ୍ତି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories