www.samajalive.in
Monday, December 8, 2025
24.1 C
Bhubaneswar

ଜିଲାସ୍ତରୀୟ ମିଳିତ ଅଭିଯୋଗଶୁଣାଣୀ; ୧୨୮ ଅଭିଯୋଗର ତ୍ୱରିତ ଫଇସଲା

କେନ୍ଦୁଝରଗଡ: ଜିଲାପାଳ ବିଶାଲ ସିଂହ ଏବଂ ଏସ୍.ପି. ନୀତିନ କୁଶଲକରଙ୍କ ମିଳିତ ଅଧ୍ୟକ୍ଷତାରେ ଦରବାରହଲ୍ଠାରେ ସୋମବାର ଜିଲାସ୍ତରୀୟ ମିଳିତ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ହୋଇଯାଇଛି। ଏହି ଅଭିଯୋଗ ଶୁଣାଣୀରେ ଗ୍ରହଣ ହୋଇଥିବା ମୋଟ ୩୦୦ଟି ଅଭିଯୋଗ ମଧ୍ୟରୁ ୧୨୮ଟି ଅଭିଯୋଗର ତୁରନ୍ତ ଫଇସଲା କରାଯାଇଥିଲା।

ସମୁଦାୟ ଅଭିଯୋଗ ମଧ୍ୟରୁ ୩୪ଟି ଅଭିଯୋଗ ଗୋଷ୍ଠୀ ଓ ଗ୍ରାମ୍ୟ ସମସ୍ୟାମୂଳକ ହୋଇଥିବା ବେଳେ ୨୬୬ଟି ଅଭିଯୋଗ ବ୍ୟକ୍ତିଗତ ସମସ୍ୟା ଥିଲା। ଅନ୍ୟମାନଙ୍କ ମଧ୍ୟରେ ଡିଏଫଓ କେନ୍ଦୁଝର ଧନରାଜ ଏଚ୍.ଡି, ଅତିରିକ୍ତ ଜିଲାପାଳ ଯଦୁମଣି ମହଲା ଓ ଲଳିତ ସୋରେଙ୍ଗ, ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବିଷ୍ଣୁ ପ୍ରସାଦ ଆଚାର୍ଯ୍ୟ, ପିଏ ଆଇଟିଡିଏ କେନ୍ଦୁଝର ତପନ କୁମାର ନାଏକ, କେନ୍ଦୁଝର ଉପଜିଲାପାଳ ତ୍ରିଲୋଚନ ମହାନ୍ତି, ଜିଲା ମୁଖ୍ୟ ଚିକିତ୍ସା ଏବଂ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର କିଶୋର କୁମାର ପୃଷ୍ଟି, ଡେପୁଟି କଲେକ୍ଟର କିରଣ କୁମାର ନାଏକ, କେନ୍ଦୁଝର ସଦର ବିଡିଓ ତିଳୋତ୍ତମା ପୃଷ୍ଟି, କେନ୍ଦୁଝର ସଦର ତହସିଲଦାର ଇଷାନୀ ପଣ୍ଡାଙ୍କ ସମେତ ଜିଲାସ୍ତରୀୟ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଏହି ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମରେ ରେଡକ୍ରସ୍‍ ପାଣ୍ଠିରୁ ଆର୍ଥୀକ ସହାୟତା ପାଇଁ ୧୬ଟି ଦରଖାସ୍ତ ଗ୍ରହଣ କରାଯାଇଥିଲା। ସୂଚନାଯୋଗ୍ୟ ଯେ, ୫ଜଣ ହିତାଧିକାରୀଙ୍କୁ ମୋଟରାଇଜଡ୍ ହୁଇଲଚେୟାର ବଣ୍ଟନ କରାଯାଇଥିଲା।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories