www.samajalive.in
Saturday, December 6, 2025
23.1 C
Bhubaneswar

ଚାଲି ଚାଲି ଯାଉଥିଲା ଆଠ ବର୍ଷର ଶିଶୁ ; ଝୁଣି ଝୁଣି ମାରିଦେଲେ କୁକୁର

ଲଖନଉ : କୁବୀ ଗାଁରେ କ୍ଷେତରୁ ଫେରୁଥିବା ଏକ ଆଠ ବର୍ଷ ଶିଶୁ ପୁତ୍ରର କୁକୁର କାମୁଡାରେ ମୃତ୍ୟୁ ହୋଇଥିବା ଜଣାପଡିଛି। ସେ ୩ୟ ଶ୍ରେଣୀରେ ପାଠ ପଢୁଥିଲେ ବୋଲି ଜଣାପଡିଛି। ତାଙ୍କ ନାମ ଶିବ ବୋଲି ଜଣାପଡିଥିବା ବେଳେ ୨ ଭଉଣୀରେ ସେ ଏକ ମାତ୍ର ଭାଇ ଥିଲେ। ଶିବଙ୍କ ବାପା ସଚିନ୍‌‌ ଜଣେ କୃଷକ। ରବିବାର ସନ୍ଧ୍ୟାରେ ସଚିନଙ୍କ ପତ୍ନୀ ସୀମା ଗୃହପାଳିତ ପଶୁଙ୍କ ପାଇଁ ଖାଦ୍ୟ ଆଣିବାକୁ କ୍ଷେତକୁ ଯାଇଥିଲେ।
ସେହି ସମୟରେ ତାଙ୍କ ଆଠ ବର୍ଷର ଶିଶୁ ତାଙ୍କ ସହ କ୍ଷେତ୍ରରେ ହିଁ ଥିଲେ। ସୀମା ଚାରା କାଟିବା ସମୟରେ ବ୍ୟସ୍ତରେ ଥିବା ବେଳେ ଏହି ସମୟ ମଧ୍ୟରେ ଶିବ ଏକାକୀ ଘରକୁ ପଳାଉଥିବା ସମୟରେ କୁକୁର ଦଳ ତାଙ୍କ ଉପରେ ଆକ୍ରମଣ କରି ଝୁଣି ଝୁଣି ମାରି ଦେଇଥିଲେ। ତାଙ୍କ ମୁହଁ, ମୁଣ୍ଡ ଓ ଗୋଡରେ ଗଭୀର ଆଘାତ ଲାଗିଥିଲା। ଫଳରେ ଘଟଣାସ୍ଥଳରେ ହିଁ ଆଠ ବର୍ଷ ଶିଶୁର ମୃତ୍ୟୁ ହୋଇଥିଲା। ମାଆ ଘରକୁ ଆସି ପୁଅକୁ ନପାଇବାରୁ ଅନେକ ଖୋଜାଖୋଜି କରିବା ପରେ ଅନ୍ୟ ଏକ ଚାଷ ଜମିରୁ ପୁଅର ମୃତଦେହ ମିଳିଥିଲା।

 

- Advertisement -

 

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories