www.samajalive.in
Sunday, December 7, 2025
13.1 C
Bhubaneswar

ଜାଣନ୍ତୁ ବୁଲେଟପ୍ରୁଫ୍‌‌ କଫି ପିଇଲେ ମିଳେ କି କି ଲାଭ..

ଓଜନ ବୃଦ୍ଧି ହେବା ଦ୍ୱାରା ଅନେକ ରୋଗ ହେବାର ସମ୍ଭାବନା ଥାଏ। କୋଲେଷ୍ଟେରୋଲ୍‌‌ ଠାରୁ ଆରମ୍ଭ କରି ମଧୁମେହ ଭଳି ଅନେକ ରୋଗକୁ ନିୟନ୍ତ୍ରଣ କରିଥାଏ।
ଆପଣଙ୍କ ଓଜନ ଅଧିକ ଥିଲେ,ହ୍ରାସ ପାଇଁ ଇଚ୍ଛୁକ ଥିଲେ, ଏକ ପାନୀୟ ବେଶ ଲାଭଦାୟକ। ଏହାକୁ ପିଇବା ଦ୍ୱାରା ଓଜନ ହ୍ରାସ ହେବା ସହ ଥକ୍କାପଣ ଅନୁଭବ ହୋଇନଥାଏ। ଏହି ପାନୀୟ ହେଉଛି ବୁଲେଟପ୍ରୁଫ୍‌‌ କଫି। ଏହା ଶକ୍ତିଶାଳୀ ପାନୀୟ। ଯାହାକୁ ଆପଣ ନିଜ ଡାଏଟ୍‌‌ରେ ସାମିଲ କରିପାରିବେ।
ବୁଲେଟପ୍ରୁଫ୍‌‌ କଫି ଓଜନ ହ୍ରାସ ସହ ଶରୀରରେ ଉତ୍ତମ ଫ୍ୟାଟ୍‌‌କୁ ବୃଦ୍ଧି କରିଥାଏ। ଏହା ଅନେକ ପୋଷକ ତତ୍ତ୍ୱରେ ଭରପୁର। ଏହା କେବଳ ଆପଣଙ୍କୁ ଶକ୍ତି ଯୋଗାଏ ତାହା ନୁହେଁ ବରଂ ପାଚନ ଶକ୍ତିକୁ ମଧ୍ୟ ମଜଭୂତ କରିଥାଏ। ବାରମ୍ବାର ଭୋକ ମଧ୍ୟ ଲାଗି ନଥାଏ। ଏହା ଶରୀରର ଅତିରିକ୍ତ ଚର୍ବିକୁ ଏକାଠି ହେବାକୁ ଦେଇନଥାଏ। ଫଳରେ ଶରୀରକୁ ଶକ୍ତି ମିଳିଥାଏ ମାତ୍ର ମୋଟାପଣ ବୃଦ୍ଧି ହୋଇଥାଏ।
ଉତ୍ତମ ଫ୍ୟାଟ୍‌‌ ସହ ଏହା ଅନେକ ପୋଷକ ତତ୍ତ୍ୱରେ ଭରପୁର। ଏହି ବୁଲେଟପ୍ରୁଫ୍‌‌ କଫି ଓଜନ ହ୍ରାସ ସହ ସ୍ୱାସ୍ଥ୍ୟକର ଓ ସ୍ୱାଦିଷ୍ଟ ମଧ୍ୟ।
ଏହି କଫିରେ ଥିବା କାଫିନ୍‌‌ ଥକ୍କାପଣ ଅନୁଭବ ହେବାକୁ ଦେଇନଥାଏ। ଶକ୍ତି ମଧ୍ୟ ପ୍ରଦାନ କରିଥାଏ।
ବୁଲେଟପ୍ରୁଫ୍‌‌ କଫିରେ ଘିଅ ଥିବା କାରଣରୁ ବାରମ୍ବାର ଭୋକ ଲାଗିନଥାଏ। ବାରମ୍ବାର ଖାଦ୍ୟ ଖାଇବାର ଆବଶ୍ୟକତା ପଡିନଥାଏ।
ଏଥିରେ ଥିବା ଆଣ୍ଟି-ଅକ୍ସିଡାଣ୍ଟ, ଭିଟାମିନ୍ସ ସହ ଅନ୍ୟ ପୋଷକ ତତ୍ତ୍ୱ ରହିଛି। ଏହା ମସ୍ତିଷ୍କକୁ ଶାନ୍ତ ରଖିବା ସହ ଉତ୍ତମ ଅନୁଭବ ହୋଇଥାଏ।
ଏହି କଫିରେ ଉତ୍ତମ ଫ୍ୟାଟ୍‌‌ ଓ ଆଣ୍ଟି-ଅକ୍ସିଡାଣ୍ଟ ଦ୍ୱାରା ରୋଗପ୍ରତିରୋଧକ ଶକ୍ତି ମଜଭୂତ ହୋଇଥାଏ। ଫଳରେ ବାରମ୍ବାର ରୋଗରେ ପଡିବାର ସମ୍ଭାବନା ମଧ୍ୟ କମ୍‌‌ ଥାଏ।

 

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories