www.samajalive.in
Thursday, December 11, 2025
15.1 C
Bhubaneswar

ପଦକ ଜିତିଥିବା ଏନସିସି କ୍ୟାଡେଟ୍‌ମାନଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ସମ୍ବର୍ଦ୍ଧନା

ଡେସ୍କ: ଉଚ୍ଚଶିକ୍ଷା ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ସ୍ଵର୍ଣ୍ଣ, ରୌପ୍ୟ ଓ ବ୍ରୋଞ୍ଜ ପଦ ଜିତିଥିବା ଓଡିଶାର ଏନ୍.ସି.ସି କ୍ୟାଡେଟ୍‌ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନସ୍ଥିତ ସରକାରୀ ପ୍ରକୋଷ୍ଠରେ ଆୟୋଜିତ କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଦିଲ୍ଲୀଠାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ କ୍ୟାମ୍ପ –୨୦୨୪ରେ ଅଂଶଗ୍ରହଣ କରିଥିବା ଓଡିଶାର ତିନିଜଣ ଏନ୍.ସି.ସି. କ୍ୟାଡେଟ୍‌ମାନଙ୍କ ପ୍ରଦର୍ଶନକୁ ଅତୀବ ପ୍ରଶଂସନୀୟ ବୋଲି ଅଭିହିତ କରିଥିଲେ।

ସୂଚନାଯୋଗ୍ୟ ଯେ, ଏସୟୁଓ ସାହିଲ କୁମାର ସ୍ଵାଇଁ, ଜେୟୁଓ ଆର୍ଯ୍ୟନନ୍ଦିନୀ ବେହେରା ଓ କ୍ୟାଡେଟ୍ ସୂର୍ଯ୍ୟଶଙ୍କର ରାୟ ଦିଲ୍ଲୀଠାରେ ଅନୁଷ୍ଠିତ ସାଧାରଣତନ୍ତ୍ର ଦିବସ କ୍ୟାମ୍ପ– ୨୦୨୪ରେ ଅଂଶଗ୍ରହଣ କରି ବ୍ୟକ୍ତିଗତ ଉତ୍କର୍ଷ ହାସଲ କରି ଗୋଟିଏ ସ୍ଵର୍ଣ୍ଣ, ଗୋଟିଏ ରୌପ୍ୟ ଓ ତିନିଟି ବ୍ରୋଞ୍ଜ ପଦକ ଜିତିଛନ୍ତି।

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories