www.samajalive.in
Monday, December 8, 2025
27.1 C
Bhubaneswar

ସଡକ ଦୁର୍ଘଟଣାରେ ରାଜ୍ୟରେ ୨୦୨୩ରେ ଯାଇଛି ୫୬୦୦ ଜୀବନ, ୭୦% ଯୁବବର୍ଗ

ଡେସ୍କ: ରାଜ୍ୟ ସଡକ ସୁରକ୍ଷା ପରିଷଦର ବୈଠକ ଅନୁଷ୍ଠିତ ହୋଇଯାଇଛି। ପରିବହନ ବିଭାଗ ମନ୍ତ୍ରୀ ଟୁକୁନି ସାହୁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଉନ୍ନୟନ କମିସନର, ପୋଲିସ ମହାନିର୍ଦେଶକ, ବାଣିଜ୍ୟ ଓ ପରିବହନ ପ୍ରମୁଖ ଶାସନ ସଚିବ, ପରିବହନ କମିସନର , ଟ୍ରକ ଓ ବସ ସଂଘର କର୍ମକର୍ତ୍ତାଙ୍କ ସମେତ ନିର୍ମାଣ ବିଭାଗ, ଆଇନ ବିଭାଗ ଓ ଅର୍ଥ ବିଭାଗର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇଥିଲେ।

ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟରେ ୨୦୨୩ ମସିହାରେ ସଡକ ଦୁର୍ଘଟଣାରେ ପ୍ରାୟ ୫୬୦୦ ଜଣ ମୃତ୍ୟୁ ବରଣ କରିଛନ୍ତି ଓ ସେଠି ମଧ୍ୟରୁ ୭୦% ହେଉଛନ୍ତି ଯୁବ ବର୍ଗ। ଏହି ପରିପ୍ରେକ୍ଷୀରେ ମନ୍ତ୍ରୀ ବିଭିନ୍ନ ପଞ୍ଚାୟତି ରାଜ ପ୍ରତିଷ୍ଠାନର ସଦସ୍ୟ ସରପଞ୍ଚ ଆଦିଙ୍କୁ ସଂଶ୍ଲିଷ୍ଟ କରି ଗ୍ରାମ୍ୟ ସ୍ତରରେ ସଚେତନତା କାର୍ଯ୍ୟକ୍ରମ କରିବାକୁ ନିର୍ଦେଶ ଦେଇଛନ୍ତି। ହେଲମେଟ ଆଇନକୁ କଡାକଡି ଲାଗୁ କରିବା ପାଇଁ ମଧ୍ୟ ନିର୍ଦେଶ ଦେଇଛନ୍ତି।

- Advertisement -

ବୈଠକରେ ଜାତୀୟ ରାଜପଥ ୧୬ ଓ ଜାତୀୟ ରାଜପଥ ୩୧୬ କୁ ଆଦର୍ଶ ରାସ୍ତା ଭାବେ ନିର୍ମାଣ କରିବାକୁ ନିଷ୍ପତ୍ତି
ନିଆଯାଇଛି। ଜାତୀୟ ରାଜପଥ ପ୍ରାଧିକରଣ ଅଧିକାରୀ ମାନେ ଜୁନ ମାସ ଶେଷ ସୁଦ୍ଧା ଏହି ରାସ୍ତାର ଅଡିଟ କରି ଉପଯୁକ୍ତ ସୂଚନା ଫଳକ ଲଗାଇବେ ଏବଂ ରାସ୍ତାରେ ଦୁର୍ଘଟଣା ସଂଖ୍ୟା ଯେପରି ହ୍ରାସ ପାଇବା ସେଥି ପ୍ରତି ପଦକ୍ଷେପ ନେବେ। ରାଜ୍ୟରେ ପ୍ରତିଦିନ ପ୍ରାୟ ୧୫ଟି ଦୁର୍ଘଟଣା ଜନିତ ମୃତ୍ୟୁ ଘଟୁଥିବାରୁ ଉନ୍ନୟନ କମିସନର ନିର୍ମାଣ ବିଭାଗ ଅଧିକାରୀ ମାନଙ୍କୁ ଆଗାମୀ ୩ ମାସ ମଧ୍ୟରେ ସମସ୍ତ ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ସୁରକ୍ଷା ଅଡିଟ ଶେଷ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Hot this week

ସୁନା ବିସ୍କୁଟ୍ ଲୋଭ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା ଠକେଇ, ୬ ଗିରଫ

ନୀଳଗିରି: ସୁନା ବିସ୍କୁଟ୍ ପ୍ରଲୋଭନ ଦେଖାଇ ବ୍ୟକ୍ତିଙ୍କଠାରୁ ୪ ଲକ୍ଷ ଟଙ୍କା...

ଆତ୍ମସମର୍ପଣ କଲେ ୧୨ ମାଓବାଦୀ

ମାଲକାନଗିରି: ଆତ୍ମସମର୍ପଣ କଲେ ୧୨ ମାଓବାଦୀ। କୁଖ୍ୟାତ ନକ୍ସଲବାଦୀ କମାଣ୍ଡର ଓ...

ବିବାହ ଭାଙ୍ଗିବା ପରେ ପରସ୍ପରଙ୍କୁ ଅନଫଲୋ କଲେ ମନ୍ଧାନା-ପଲାସ

ସମାଜଲାଇଭ ଡେସ୍କ: ଭାରତୀୟ ମହିଳା କ୍ରିକେଟ ଦଳର ଉପଅଧିନାୟିକା ସ୍ମୃତି ମନ୍ଧାନା...

ଭୟଙ୍କର ଅଗ୍ନିକାଣ୍ଡ: ଜଳିଗଲା ୫୦ରୁ ଅଧିକ ଫଳ ଦୋକାନ

ସମାଜଲାଇଭ ଡେସ୍କ: ବଲାଙ୍ଗିର ସହରରେ ଥିବା ଫଳ ବଜାରରେ ସୋମବାର ଭୟଙ୍କର...

Related Articles

Popular Categories