www.samajalive.in
Tuesday, December 9, 2025
23.1 C
Bhubaneswar

ମହାଶିବରାତ୍ରୀରେ ଆଣନ୍ତୁ ଏହି ୪ଟି ଗଛ ; ସୁଖସମୃଦ୍ଧି ସହ ହେବ ଧନବର୍ଷା..

ଚଳିତ ବର୍ଷ ମାର୍ଚ୍ଚ ୮ରେ ମହାଶିବରାତ୍ରୀ ପବିତ୍ର ପର୍ବ ପାଳନ କରାଯିବ। ପ୍ରତିବର୍ଷ ଏହା ବେଶ ଧୂମଧାମରେ ପାଳନ କରାଯାଏ। ମାନ୍ୟତା ଅନୁଯାୟୀ, ମହାଶିବରାତ୍ରୀ ଦିନ ଭଗବାନ ଶିବ ଓ ମା’ପାର୍ବତୀଙ୍କ ବିବାହ ହୋଇଥିଲା। ତେଣୁ ଏହି ଦିନ ଲୋକେ ଉପବାସ ରଖି ମନ୍ଦିର ଯାଇ ପୂଜା କରି ଥାଆନ୍ତି। ମହାଶିବରାତ୍ରୀ ଦିନ ବ୍ରତ ରଖିବା ସହ ମହାଦେବଙ୍କ ପୂଜା କରିବା ଦ୍ୱାରା ଆଶୀର୍ବାଦ ପ୍ରାପ୍ତ ହୋଇଥାଏ। ଏହାସହ ଘରେ ସୁଖସମୃଦ୍ଧିର ଆଗମନ ହୋଇଥାଏ। ଏହା ବ୍ୟତୀତ ପ୍ରଭୁ ଶିବଙ୍କର ବିଶେଷ କୃପା ପ୍ରାପ୍ତି ପାଇଁ ମହାଶିବରାତ୍ରୀ ଦିନ କିଛି ସ୍ୱତନ୍ତ୍ର ଗଛ ଘରକୁ ଆଣିବା ଅତ୍ୟନ୍ତ ଶୁଭ ହୋଇଥାଏ। ଜାଣନ୍ତୁ..

ବେଲପତ୍ର ଭଗବାନ ଶିବଙ୍କୁ ଅତ୍ୟନ୍ତ ପ୍ରିୟ। ଶିବଲିଙ୍ଗରେ ବେଲପତ୍ର ଅର୍ପଣ କରିବା ଦ୍ୱାରା ଭୋଳାଶଙ୍କର ଖୁବ ଶୀଘ୍ର ପ୍ରସନ୍ନ ହୋଇଥାଆନ୍ତି। ତେଣୁ ପ୍ରଭୁଙ୍କ କୃପା ପାଇବା ପାଇଁ ଏହି ଦିନ ଘରର ବଗିଚାରେ ବେଲପତ୍ର ଗଛ ନିଶ୍ଚୟ ଲଗାନ୍ତୁ। ଏହାଦ୍ୱାରା ପ୍ରଭୁ ଶଙ୍କର ପ୍ରସନ୍ନ ହେବା ସହ ଘରେ ଥିବା ନକରାତ୍ମକ ଶକ୍ତି ଦୂର ହୋଇଥାଏ।

- Advertisement -

ଶମି ବୃକ୍ଷକୁ ମଧ୍ୟ ଅତ୍ୟନ୍ତ ଶୁଭ ବୃକ୍ଷ କୁହାଯାଏ। ଏହା ଖୁବ ଚମତ୍କାରୀ ବୋଲି ମାନ୍ୟତା ରହିଛି। ଭଗବାନ ଶିବଙ୍କୁ ମଧ୍ୟ ଶମି ବୃକ୍ଷ ଅତ୍ୟନ୍ତ ପ୍ରିୟ। ପ୍ରଭୁଙ୍କୁ ପ୍ରସନ୍ନ କରିବା ପାଇଁ ଶମିପତ୍ର ଓ ଫୁଲ ଅର୍ପଣ କରନ୍ତୁ। ମହାଦେବଙ୍କ କୃପା ପ୍ରାପ୍ତି ପାଇଁ ମହାଶିବରାତ୍ରୀରେ ଶମି ବୃକ୍ଷ ଆଣି ଘରର ବଗିଚାରେ ଲଗାନ୍ତୁ।

ବାସ୍ତୁ ଶାସ୍ତ୍ର ଅନୁଯାୟୀ, ଘରେ କିମ୍ବା ଘରର ବଗିଚାରେ କଣ୍ଟାଯୁକ୍ତ ଗଛ ଲଗାଇବା ଉଚିତ ନୁର୍ହେ। ମାତ୍ର ଦୁଦୁରା ଏକ ମାତ୍ର ଏପରି ଗଛ ଯାହାକୁ ଘରର ବଗିଚାରେ କିମ୍ବା ଅଳ୍ପ ଦୂରରେ ଲଗାଇବା ଦ୍ୱାରା ଘରେ ସୁଖସମୃଦ୍ଧି ପ୍ରବେଶ କରିଥାଏ। କାରଣ ଏହା ଭଗବାନ ଶଙ୍କରକୁ ଅତି ପ୍ରିୟ। ତେଣୁ ଏହି ଦିନ ଦୁଦୁରା ଗଛ ନିଶ୍ଚୟ ଲଗାନ୍ତୁ।

ମହାଶିବରାତ୍ରୀରେ ଘରର ବଗିଚାରେ ମଲ୍ଲି ଫୁଲ ଗଛ ଲଗାଇବା ଅତ୍ୟନ୍ତ ଶୁଭ। ମାନ୍ୟତା ଅନୁଯାୟୀ ଏହି ଫୁଲ ମା’ପାର୍ବତୀଙ୍କୁ ଅତି ପ୍ରିୟ। ଏହି ଦିନ ମଲ୍ଲି ଫୁଲ ଗଛ ଘରର ବଗିଚାରେ ଲଗାଇବା ଦ୍ୱାରା ମା’ପାର୍ବତୀଙ୍କ ସହ ଭଗବାନ ଶଙ୍କରଙ୍କ ଆଶୀର୍ବାଦ ମିଳିଥାଏ। ବୈବାହିକ ଜୀବନ ସୁଖମୟ ହୋଇଥାଏ।

Hot this week

୧୬ରେ ସୂର୍ଯ୍ୟଙ୍କ ଭ୍ରମଣ: ୭ଟି ରାଶି ପାଇଁ ଚ୍ୟାଲେଞ୍ଜ, ନୂତନ ବର୍ଷରେ କ୍ଷତି ହୋଇପାରେ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ରାଜା ସୂର୍ଯ୍ୟ, ଡିସେମ୍ବର ୧୬ ତାରିଖ...

ଶ୍ରୀଜଗନ୍ନାଥଙ୍କ ଦର୍ଶନ କଲେ ଭାରତୀୟ ଖେଳାଳି

ସମାଜ ଡିଜିଟାଲ ଡେସ୍କ: ମ୍ୟାଚ ପୂର୍ବରୁ ପୁରୀ ଯାଇ ମହାପ୍ରଭୁଙ୍କ ଦର୍ଶନ...

ଦୁର୍ନୀତି : ବିକାଶରେ ବାଧା

ଦୁର୍ନୀତି ବିରୋଧରେ ଶୂନ୍ୟ ସହନଶୀଳତା ନୀତି ଆପଣା ଯାଉଛି। ମାତ୍ର ଭାରତ...

୨୦୨୬ରେ ଦୁଇ ଥର ଚଳନ କରିବେ ରାହୁ: ଏହି ରାଶିରେ ବର୍ଷିବ ଧନ

ସମାଜ ଡିଜିଟାଲ ଡେସ୍କ: ନୂଆ ବର୍ଷ, ନୂଆ ଆଶା ନେଇ ଆସୁଛି...

ସେନସେକ୍ସ ୬୧୦ ପଏଣ୍ଟ ଓ ନିଫ୍ଟି ୨୨୬ ପଏଣ୍ଟ ହ୍ରାସ

ନୂଆଦିଲ୍ଲୀ : ଘରୋଇ ଇକ୍ୱିଟି ସୂଚକାଙ୍କ ସୋମବାର ହ୍ରାସ ପାଇଛି। ସୂଚକାଙ୍କଗୁଡ଼ିକ...

Related Articles

Popular Categories