www.samajalive.in
Sunday, December 14, 2025
23.1 C
Bhubaneswar

ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ରାଷ୍ଟ୍ରପତିଙ୍କ ଗସ୍ତକୁ ନେଇ ଜିଲା ପ୍ରଶାସନର ପ୍ରସ୍ତୁତି

ଗୋପାଳପୁର : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟରେ ମାର୍ଚ୍ଚ ୧ ତାରିଖରେ ହେବାକୁ ଥିବା ୨୫ ତମ ସମାବର୍ତ୍ତନ ଉତ୍ସବରେ ମହମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଯୋଗଦେବେ। ଏହାକୁ କୁ ନେଇ ଜିଲ୍ଲା ପ୍ରଶାସନ ଓ ବିଶ୍ଵବିଦ୍ୟାଳୟ କତୃପକ୍ଷଙ୍କ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଛି। ମହାମହିମ ରାଷ୍ଟ୍ରପତି ରଙ୍ଗେଈଲୁଣ୍ଡା ବିମାନ ବନ୍ଦରରେ ଶୁକ୍ରବାର ସକାଳ ପ୍ରାୟ ୧୦.୧୫ ମିନିଟ ସମୟରେ ଅବତରଣ କରିବା ପରେ କଡା ସୁରକ୍ଷାରେ ଆସି ରୋବିଙ୍ଗ ରୁମରେ ପହଞ୍ଚି ପରେ ଶୋଭାଯାତ୍ରାରେ ବାହାରି ସଭାସ୍ଥଳକୁ ଆସିବେ। ସମାବର୍ତ୍ତନ ଉତ୍ସବ ପାଇଁ ବିଜୁ ପଟ୍ଟନାୟକ ଅଡ଼ିଟୋରିୟମ ଠାରେ ପ୍ରାୟ ୫୦ ମିନିଟର କାର୍ୟ୍ୟକ୍ରମ ରହିଛି କ୍ଷ ଏଥିରେ ପିଜି ବିଭାଗର ୨୫ଟି ବିଭାଗର ସର୍ବାଧିକ ମାର୍କ ରଖିଥିବା ଛାତ୍ର ଛାତ୍ରୀଙ୍କୁ ସ୍ବର୍ଣ୍ଣ ପଦକ, ସ୍ନାତକୋ ବିଭାଗର ଟପ୍ପର ୧୦ ଜଣକୁ ସ୍ବର୍ଣ୍ଣ ପଦକ ପ୍ରଦାନ କରାଯିବା ବେଳେ ପି ଏଚ ଡ଼ି ୪୩ ଜଣ,ଡିଲିଟ ୩ ଜଣ,ଡ଼ି ଏସ ସି ଜଣଙ୍କୁ ସମ୍ମାନିତ କରାଯିବା ସହ ଛାତ୍ର ଛାତ୍ରୀଙ୍କୁ ଉଦବୋଧନ ଦେବେ ମହାମହିମ।
ଏହି ଅବସରରେ ବିଶ୍ଵବିଦ୍ୟାଳୟରେ ପ୍ରଶାସନ ଓ କତ୍ତୃର୍ପକ୍ଷଙ୍କ ମଧ୍ୟରେ ସିନେଟ ହଲ ଠାରେ ଅନୁଷ୍ଠିତ ଆଲୋଚନା ହୋଇଥିଲା । ଏଥିରେ କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ, ମେଡିକାଲ ସାଇନ୍ସ ଡିନ ପ୍ରଫେସର ପ୍ରଭାତ ମହାନ୍ତି, ପେଡା ଗୋଗୀ କାଲ ସାଇନ୍ସର ଡିନ ପ୍ରଫେସର ଶ୍ରୀକାନ୍ତ ପାଇକରାୟଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିବା ସହ ସଭା ସ୍ଥଳ ବୁଲି ତଦାରଖ କରିଥିଲେ ।

 

Hot this week

ଆଜି ମୁମ୍ବଇରେ ଲିଓନେଲ୍‌ ମେସିଙ୍କ କାର୍ଯ୍ୟକ୍ରମ

ମୁମ୍ବଇ: କିମ୍ବଦନ୍ତୀ ଫୁଟବଲ ଖେଳାଳି ଲିଓନେଲ୍‌ ମେସିଙ୍କ ଭାରତ ଗସ୍ତର ଦ୍ୱିତୀୟ...

କଟକରେ ପହଞ୍ଚିଲେ ପ୍ରଧାନ ବିଚାରପତି

ସମାଜ ଲାଇଭ ଡ଼େସ୍କ : କଟକରେ ପହଞ୍ଚିଲେ ଭାରତର ସର୍ବୋଚ୍ଚ ନ୍ୟାୟଳୟ...

ନକଲି ଔଷଧ ରାକେଟର ପର୍ଦ୍ଦାଫାଶ, ମାଲିକ ଏବଂ ଅନ୍ୟ ଦୁଇ ଗିରଫ

ନୂଆଦିଲ୍ଲୀ: ଗାଜିଆବାଦରେ ଏକ ନକଲି ଔଷଧ ରାକେଟର ପର୍ଦ୍ଦାଫାଶ ହୋଇଛି। ଦିଲ୍ଲୀ...

ନକଲି ସିମ୍ ବିକ୍ରି ଅଭିଯୋଗ; ୨ ଜଣଙ୍କୁ ଧରିଲା ଦିଲ୍ଲୀ ପୁଲିସ

ଭଣ୍ଡାରିପୋଖରୀ: ମଞ୍ଜୁରୀରୋଡ ବଜାରରେ ମୋବାଇଲ ଦୋକାନ କରି ନକଲି ସିମ କାର୍ଡ...

ଦିଲ୍ଲୀରେ ଗ୍ରାପ୍‌-୩ କଟକଣା

ନୂଆଦିଲ୍ଲୀ : ରାଜଧାନୀ ଦିଲ୍ଲୀର ବାୟୁମଣ୍ଡଳ ଶନିବାର ଅତ୍ୟଧିକ ପ୍ରଦୂଷିତ ହୋଇପଡିଥିବାରୁ...

Related Articles

Popular Categories