ମହିଳାଙ୍କ ପୋଷାକକୁ ନେଇ ବିବାଦ, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ସାମାଜିକ ଗଣମାଧ୍ୟମରେ ଏମିତି ଅନେକ ଭିଡିଓ ନଜର ଆସେ ଯାହା କେତେବେଳେ ହସର ଖୋରାକ ଯୋଗାଏ ତ ଆଉ କେତେବେଳେ ସମସ୍ତଙ୍କୁ ଚକିତ କରିଥାଏ । ଏମିତି ଏକ ଭିଡିଓ ଏବେ ପାକିସ୍ତାନରୁ ଭାଇରାଲ ହେବାରେ ଲାଗିଛି । ଭାଇରାଲ ଭିଡିଓରେ ନଜର ଆସୁଛି କି ଜଣେ ମହିଳାଙ୍କୁ ଅନେକ ଲୋକ ବିରୋଧ କରିଛନ୍ତି । ଏହି ଭିଡିଓ ସମସ୍ତଙ୍କୁ ଚକିତ କରୁଛି । ଏହା ଖୁବ୍ ଭାଇରାଲ ହେବାରେ ଲାଗିଛି ।

ଭାଇରାଲ ହେଉଥିବା ଏହି ଭିଡିଓଟି ପାକିସ୍ତାନର । କୁହାଯାଉଛି କି ଜଣେ ମହିଳା ରେଷ୍ଟୁରାଣ୍ଟରେ ବସିଥିଲେ । ତାଙ୍କ ଡ୍ରେସରେ ଆରବୀ ଭାଷାରେ କିଛି ଲେଖା ହୋଇଥିଲା । କିନ୍ତୁ ଉପସ୍ଥିତ ଲୋକମାନେ ଏହାକୁ କୁରାନର ଆୟତ୍ତ ବୋଲି ଭାବିଲେ । ଏବଂ ଏହା ପରେ ସମସ୍ତେ ମହିଳାଙ୍କ ଉପରେ ଖପ୍ପା ହୋଇ ତାଙ୍କୁ ଚାରିପଟୁ ଘେରିଗଲେ । ସଠିକ୍ ସମୟରେ ପୁଲିସ ପହଞ୍ଚିନଥିଲେ ମହିଳା ଜଣକ ଅସୁବିଧାରେ ପଡିଥାନ୍ତେ ।

ଭାଇରାଲ ହେଉଥିବା ଏହି ଭିଡିଓକୁ ପାକିସ୍ତାନର ପଞ୍ଜାବ ପ୍ରାନ୍ତର ପୁଲିସ ନିଜ ଅଫିସିଆଲ ସାମାଜିକ ଗଣମାଧ୍ୟମ ଏକ୍ସ ଆକାଉଣ୍ଟରେ ସେୟାର କରିଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୪ ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି । ଏଥିରେ ଲୋକମାନେ ମହିଳାଙ୍କ ସାହସକୁ ପ୍ରଶଂସା କରୁଛନ୍ତି ।

Comments are closed.