www.samajalive.in
Sunday, December 7, 2025
14.1 C
Bhubaneswar

ମଦ ବୋଝେଇ ପିକଅପ୍ ଭ୍ୟାନକୁ ଧକ୍କା ଦେଲା ଟ୍ରକ 

ପାଟଣା : କେନ୍ଦୁଝର ଜିଲ୍ଲା ତୁରୁମୁଙ୍ଗା ଥାନା ୪୯ ନମ୍ବର ଜାତୀୟ ରାଜପଥ ବାଉଁଶୁଳୀ ଛକ ନିକଟରେ ଆଜି ବିଳମ୍ୱିତ ସନ୍ଧ୍ୟାରେ ଏକ ଟ୍ରକ ଗୋଟିଏ ବଳଦକୁ ଧକ୍କା ଦେଇ ମାରିବା ପରେ ଗୋଟିଏ ବିଦେଶୀ ମଦ ବୋଝେଇ ପିକଅପକୁ  ମୁହାଁ ମୁହିଁ ଧକ୍କା ଦେଇଥିଲା। ଫଳରେ ମଦ ବୋଝେଇ ପିକ୍ଅପ ଭ୍ୟାନଟି ରାଜପଥ  ଉପରେ ଓଲଟି ପଡ଼ିଥିଲା। ଏହାପରେ ରାଜପଥରେ ମଦ ବୋତଲ ଭାଙ୍ଗି ସମ୍ପୂର୍ଣ୍ଣ ରାଜପଥ ମଦମୟ ହେବା ସହ ରାସ୍ତା ସାରା କାଚ ଭର୍ତ୍ତି ହୋଇ ପଡ଼ିଥିଲା। ଦୁର୍ଘଟଣା ପରେ ଲୋକେ ବଳକା ବିଦେଶୀ ମଦ ପେଟିକୁ ବୋହି ନେଇଯାଇଥିଲେ । ଉଖୁଣ୍ଡା ବିଦେଶୀ ମଦ କାଉଣ୍ଟରକୁ ବିଦେଶୀ ମଦ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

 

Hot this week

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

୩୭ ଟ୍ରେନ୍‌ରେ ଲାଗିଲା ଅତିରକ୍ତ ୧୧୬ ବଗି

ନୂଆଦିଲ୍ଲୀ : ଇଣ୍ଡିଗୋ ସମସ୍ୟା ଯୋଗୁଁ ଦେଶବ୍ୟାପୀ ବିମାନସେବା ବର୍ତ୍ତମାନ ଜଟିଳ...

ବହିଷ୍କୃତ ହେବେ ଇଣ୍ଡିଗୋ ସିଇଓ !

ନୂଆଦିଲ୍ଲୀ : ପାଞ୍ଚଦିନ ମଧ୍ୟରେ ଇଣ୍ଡିଗୋ ଏୟାରଲାଇନ୍ସର ଅବସ୍ଥା ଶୋଚନୀୟ ହୋଇପଡିଥିବାବେଳେ...

ସାପ୍ତାହିକ ରାଶିଫଳ: ଏହି ରାଶିର ବ୍ୟକ୍ତି ସାବଧାନ

ମେଷ: ରବିବାର ଓ ସୋମବାର କର୍ମଅନୁରୂପ ଫଳପ୍ରାପ୍ତ ହେବେ। କାର୍ଯ୍ୟକ୍ଷେତ୍ର ବ୍ୟାପକ...

Related Articles

Popular Categories