ନୂଆପଡା: ନୂଆପଡା ଜିଲ୍ଲା ସିନାପାଲି ବ୍ଳକରେ ଅଭାବନୀୟ ଘଟଣା ଘଟିଛି। ଝାଙ୍କରପୁଡା ଗାଁ ସିନାପାଲି ଏବଂ ଛତିଶଗଡ ବନ ବିଭାଗ ପକ୍ଷରୁ ମିଳିତ ଚଢଉ କରାଯାଇଛି। ଘଟଣାରେ ୬ ଜଣ ବେପାରୀଙ୍କୁ ଗିରଫ କରାଯାଇଛି। ବେଆଇନ ଭାବେ ବଜ୍ରକାପ୍ତା ବେପାର ହେଉଥିବାର କୌଣସି ସୂତ୍ରରୁ ଖବର ପାଇ ଝାଙ୍କରପୁଡା ଗାଁରେ ବନ ବିଭାଗ ଚଢାଉ କରିଥିଲା। ବନ ବିଭାଗ ଟିମ୍ କୁ ଦେଖି ବେପାରୀମାନେ ଖସି ପଳାଇବାକୁ ଉଦ୍ୟମ କରୁଥିବାବେଳେ ଟିମ୍ ଅଭିଯୁକ୍ତ ମାନଙ୍କୁ କାବୁ କରିବାରେ ସଫଳ ହୋଇଛି। ତେବେ ବଜ୍ରକାପ୍ତା ଗୁଡିକୁ କେଉଁଠାକୁ ଚାଲାଣ କରାଯାଉଥିଲା, ଅନ୍ୟ କେଉଁମାନେ ଏହି ରାକେଟ୍ ରେ ସାମିଲ ରହିଛନ୍ତି। ବର୍ତ୍ତମାନ୍ ପର୍ଯ୍ୟନ୍ତ ସେ ନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ଅଧିକ ତଦନ୍ତ ଜାରି ରହିଛି।
Popular Categories



