www.samajalive.in
Sunday, December 14, 2025
26.1 C
Bhubaneswar

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ 

କେନ୍ଦୁଝରଗଡ଼: କେନ୍ଦୁଝର ସହର ଉପକଣ୍ଠ ଶଙ୍କରପୁରସ୍ଥିତ ଧରଣୀଧର କ୍ରୀଡା ପରିସରରେ ମଙ୍ଗଳବାର ଅପରାହ୍ନରେ ଜିଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲା ଶିକ୍ଷା ଅଧିକାରୀ ଗୌରୀମଣି ନାଏକ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଭିନ୍ନକ୍ଷେତ୍ରରେ ଉତ୍କର୍ଷତା ପ୍ରତିପାଦନ କରିଥିବା ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ, ବିଦ୍ୟାଳୟ, ପଞ୍ଚାୟତ, ପୁରାତନ ଛାତ୍ର ମାନଙ୍କୁ ସ୍ୱତନ୍ତ୍ର ଭାବେ ମାନପତ୍ର ଓ ଟ୍ରଫି ଦେଇ ପୁରସ୍କାର ପ୍ରଦାନ କରିଥିଲେ। ଜିଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନ କେନ୍ଦୁଝରର ପ୍ରଶିକ୍ଷିକା ଦେବସ୍ମୀତା ଚକ୍ର କାର୍ଯ୍ୟକ୍ରମକୁ ସଂଯୋଜନା କରିବା ଅବସରରେ ବ୍ଲକସ୍ତରୀୟ ଛାତ୍ର ଏକାଡେମୀ ଭାବେ ୧୩୪୫ଜଣଙ୍କୁ, ଛାତ୍ର ଲିଡରସିପ୍‌‌ ଭାବେ ୮୦୬ଜଣଙ୍କୁ, ଜିଲାସ୍ତରୀୟ ଛାତ୍ର ଏକାଡେମୀ ଭାବେ ୧୫୨ଜଣଙ୍କୁ, ପ୍ରାଥମିକ ବିଦ୍ୟାଳୟ ଭାବେ ୩୬, ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଭାବେ ୩୯, ପୁରାତନ ଛାତ୍ର ଭାବେ ପ୍ରତି ବ୍ଲକରୁ ଜଣେ ଲେଖାଏଁ ମିଶାଇ ୧୩ଜଣଙ୍କୁ, ଶ୍ରେଷ୍ଠ ପଞ୍ଚାୟତ ଭାବେ କେନ୍ଦୁଝର, ଯୋଡା ଓ ଆନନ୍ଦପୁର ବ୍ଲକର ଗୋଟିଏ ଲେଖାଏଁ ପଞ୍ଚାୟତକୁ ଏବଂ ଶ୍ରେଷ୍ଠ ପ୍ରାଥମିକ ଶିକ୍ଷକ ଭାବେ ପ୍ରତି ବ୍ଲକରୁ ଜଣେ ଲେଖାଏଁଙ୍କୁ ମିଶାଇ ମୋଟ ୧୩ଜଣ ଶିକ୍ଷକଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ପୁରସ୍କୃତ କରାଯାଇଥିବା ସୂଚନା ପ୍ରଦାନ କରିଥିଲେ। ଜିଲା ମଙ୍ଗଳ ଅଧିକାରୀ ପ୍ରବୀର କୁମାର ଦେଓ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଏହି କାର୍ଯ୍ୟକ୍ରମ ଶିକ୍ଷାକ୍ଷେତ୍ରରେ ଏକ ନୂଆ ପରିଚୟ ସୃଷ୍ଟି କରିଥିବା ବେଳେ ଏହା ଆଗକୁ ପରବର୍ତ୍ତୀ ପୀଢ଼ି ପାଇଁ ପ୍ରେରଣା ଯୋଗାଇବ ବୋଲି ଆଶାପ୍ରକଟ କରିଥିଲେ। ୫-ଟି ଅର୍ନ୍ତଗତ ବିଦ୍ୟାଳୟ ରୂପାନ୍ତରୀକରଣରେ କେନ୍ଦୁଝର ଜିଲା ସମଗ୍ର ରାଜ୍ୟରେ ଦ୍ୱିତୀୟସ୍ଥାନ ହାସଲ କରିଥିବା ବେଳେ ଏହା ଆଗକୁ କିଭଳି ପ୍ରଥମସ୍ଥାନ ହାସଲ କରିବ ସେ ନେଇ ଜିଲା ଶିକ୍ଷା ଅଧିକାରୀ ଜିତେନ୍ଦ୍ର ମହାକୁଡ ଅତିଥି ଭାବେ ଯୋଗଦେଇ ନିଜ ବକ୍ତବ୍ୟରେ ଏହା କହିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାଂଶପାଳ ବ୍ଲକ ଶିକ୍ଷା ଅଧିକାରୀ ତୃପ୍ତୀମୟୀ ପାତ୍ର, ତେଲକୋଇ ବ୍ଲକ ଶିକ୍ଷା ଅଧିକାରୀ ସତ୍ୟ ନାରାୟଣ ମହାନ୍ତ, ପାଟଣା ବ୍ଲକ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଅମାନ୍ତ, ସଦର ବ୍ଲକ ଶିକ୍ଷା ଅଧିକାରୀ କ୍ଷେତ୍ରମୋହନ ହାଁସଦା, ଝୁମ୍ପୁରା ବ୍ଲକ ଶିକ୍ଷା ଅଧିକାରୀ ଦୁଃଶାସନ ସିଂହ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ। ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟ କର୍ମଚାରୀ ସଚ୍ଚିଦାନନ୍ଦ ମହାକୁଡ ପ୍ରାରମ୍ଭରେ ଅତିଥି ପରିଚୟ ପ୍ରଦାନ ସହ ମଞ୍ଚ ପରିଚାଳନା କରିଥିବା ବେଳେ ଜିଲା ବିଜ୍ଞାନ ପରିଦର୍ଶକ ପରମେଶ୍ୱର ମହାନ୍ତ, ପୀତବାସ ସାହୁ, ଶିକ୍ଷକ ବିଜୟ କୁମାର ମିଶ୍ର, ବିଜୟ କୁମାର ବେହେରା, ସୌଭାଗ୍ୟ କୁମାର ଦାସ, ପ୍ରଦୀପ କୁମାର ମିଶ୍ର, ପଲ୍ଲବୀ ପଣ୍ଡା, ଲଳିତ କୁମାର ବାରିକ, ବିବେକାନନ୍ଦ ରାଉତ, ତିଳୋତ୍ତମା ସାହୁ, ରଶ୍ମୀତା ଦାସ, ମଧୁସ୍ମୀତା ଚକ୍ର, ତେଜସ୍ୱିନୀ ପାତ୍ର, ରାକ୍ଷୀ ମହାନ୍ତ, ଅଜ୍ଞାନ କୁମାର ଚାନ୍ଦ, ବିଜୟଲକ୍ଷ୍ମୀ ଦାସ, ପ୍ରିୟଙ୍କା ମହାନ୍ତ, ସମରଜିତ ସିଂହ, ସୁଧାଂଶୁ କୁମାର ରାଉତ ପ୍ରମୁଖ ସହଯୋଗ କରିଥିବା ବେଳେ ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଜଗବନ୍ଧୁ ସାହୁ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।

Hot this week

ଧାନ କଟା ମେସିନରେ କଟିଗଲେ ଯୁବଚାଷୀ

ସମାଜ ଲାଇଭ ଡେସ୍କ :ବାଲେଶ୍ଵର ରେ ଧାନକଟା ମେସିନ୍ ରେ  କଟି...

ଧାନ ଜମିରେ ଜଳିଗଲେ ଚାଷୀ

ସମାଜଲାଇଭ ଡେସ୍କ: ଧାନ ଜମିରେ ଜଳିଗଲେ ଚାଷୀ। ପୁରୀ ଜିଲା ପିପିଲି...

ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ; ୧୦ ଜଣଙ୍କ ମୃତ୍ୟୁ, ପୁଲିସର ଜରୁରୀକାଳୀନ ଅପରେସନ୍ ଜାରି

ଅଷ୍ଟ୍ରେଲିଆ: ସିଡନୀର ବଣ୍ଡି ବିଚ୍‌ରେ ଗୁଳିକାଣ୍ଡ ଖବର ପରେ ରବିବାର ସକାଳେ...

ପୁଲିସ ହେପାଜତରେ ଅଭିଯୁକ୍ତଙ୍କ ମୃତ୍ୟୁ!

ସମାଜ ଡିଜିଟାଲ ଡେସ୍କ: ବାଣପୁର ପୁଲିସ ହେପାଜତରେ ଅଭିଯୁକ୍ତଙ୍କର ମୃତ୍ୟୁ ହୋଇଥିବା...

ଏସଆଇଆର ବିରୋଧରେ ଦିଲ୍ଲୀରେ କଂଗ୍ରେସର ମହାରାଲି

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ କଂଗ୍ରେସର ରଣହୁଙ୍କାର । ବିଭିନ୍ନ ରାଜ୍ୟରୁ ଶହଶହ...

Related Articles

Popular Categories