www.samajalive.in
Saturday, December 13, 2025
26.1 C
Bhubaneswar

ରଙ୍ଗେଇଲୁଣ୍ଡାରେ ଆରମ୍ଭ ହେଲା ଲକ୍ଷ୍ମୀ ବସ୍ ସେବା

ଗୋପାଳପୁର: ଗଞ୍ଜାମ ଜିଲାରେ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହୋଇ ସାରିଥିବାବେଳେ ମଙ୍ଗଳବାର ରଙ୍ଗେଇଲୁଣ୍ଡା ବ୍ଲକର ବିଭିନ୍ନ ପଞ୍ଚାୟତରୁ ବ୍ଲକ କାର୍ଯ୍ୟାଳୟକୁ ସଂଯୋଗ କରିବା ପାଇଁ ଲକ୍ଷ୍ମୀ ବସ୍ ସେବାର ଶୁଭାରମ୍ଭ ହୋଇଛି। ଏହି ଅବସରରେ କନିଷିସ୍ଥିତ ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବ୍ରହ୍ମପୁର ବିଧାୟକ ତଥା ଜିଲା ଯୋଜନା ବୋର୍ଡ ସଦସ୍ୟ ବିକ୍ରମ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତକା ଦେଖାଇ ୨ଟି ବସ୍‌ର ଶୁଭାରମ୍ଭ କରିଥିଲେ। ଏହି ଦୁଇଟି ବସ୍ କନିଷିସ୍ଥିତ ବ୍ଲକ କାର୍ଯ୍ୟାଳୟରୁ ବାହାରି କନିଷି, ରଣ୍ଢା, ଗୋଳନ୍ଥରା, ଭାଲିଆଗଡ, ମାଣିକପୁର, କୋଠାରସିଂ, ମନ୍ତ୍ରୀଡି, ହରଡଙ୍ଗ, ଶାଶନପଦର, ପାରାପେଣ୍ଠ ଛକ, ଜଗନ୍ନାଥପୁର, ମେଣ୍ଡରାଜପୁର ଓ ବିଶ୍ବନାଥପୁର ସହ ସଂଯୋଜ ହେଉଥିବାବେଳେ ଆଉ ଗୋଟିଏ ବସ୍ ଦୁବ ପଲ୍ଲୀ, ଲାଞ୍ଜିପଲ୍ଲୀ, କେଶବ ନଗର, ଗଞ୍ଜୁ, ଗୋଳବନ୍ଧ କେଣ୍ଟନମେଣ୍ଟ, ହାତୀପାଦ, ଧବଳେଶ୍ଵର, ଗୋଳାବନ୍ଧ, କମଳାପୁର, କଦରପଲ୍ଲୀ, ଆର୍ମି ଗେଟ୍, କରାପଲ୍ଲୀ, ସତ୍ୟନାରାୟଣପୁର, ବ୍ରହ୍ମପୁର ବିଶ୍ଵବିଦ୍ୟାଳୟ ଓ ମାଣ୍ଡିଆପଲ୍ଲୀ ମଧ୍ୟରେ ଚଳାଚଳ କରିବ ବୋଲି ବ୍ଲକ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଅଂଶୁମାନ ମହାପାତ୍ର ସୂଚନା ଦେଇଛନ୍ତି।

ଅନ୍ୟମାନଙ୍କ ମଧ୍ୟରେ ବ୍ଲକ ଅଧ୍ୟକ୍ଷା ସିଏଚ ଉଷାରାଣୀ, ଉପାଧ୍ୟକ୍ଷା ଅନିତା ମହାଙ୍କୁଡ, ଜିଲା ପରିଷଦ ଉପାଧ୍ୟକ୍ଷା ରାଜେଶ୍ବରୀ ଦୋରା, ଜିଲା ପରିଷଦ ସଭ୍ୟ ଦୀପକ ସାମନ୍ତ, ରାମହରି ପାତ୍ର, ବିଷ୍ଣୁପ୍ରିୟା ନାୟକଙ୍କ ସମେତ ସମସ୍ତ ସରପଞ୍ଚ, ସମିତି ସଭ୍ୟଙ୍କ ସମେତ ମିଶନ ଶକ୍ତିର ସମସ୍ତ ସଦସ୍ୟ ଉପସ୍ଥିତ ରହିଥିଲେ। ଆଗାମୀ ଦିନରେ ଆଉ ୫ଟି ବସ୍‌କୁ ମିଶାଇ ସମୁଦାୟ ୭ଟି  ଲୋକଙ୍କ ସେବାରେ ବ୍ୟବହାର ହେବ ବୋଲି ଜଣାପଡିଛି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories