www.samajalive.in
Wednesday, December 10, 2025
26.1 C
Bhubaneswar

ୟୁଟ୍ୟୁବରେ ସମସ୍ୟା, ନଜର ଆସିଲାନି ଭିଡିଓ

ନୂଆଦିଲ୍ଲୀ : ଗୁଗଲର ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ ଖୋଲିବାରେ ଉପଭୋକ୍ତାଙ୍କୁ ଅସୁବିଧା ହେଉଛି । ଅନେକ ଉପଭୋକ୍ତା ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଏନେଇ ସୂଚନା ଦେଉଛନ୍ତି । ଦ୍ବିପ୍ରହର ୩ଟା ସୁଦ୍ଧା ପ୍ରାୟ ୧୦୦ ୟୁଜର୍ସ ୟୁଟ୍ୟୁବ୍ ସେବାରେ ସମସ୍ୟା ଆସୁଥିବା ରିପୋର୍ଟ କରିଛନ୍ତି ।

ଅନେକ ବ୍ୟବହାରକାରୀ ଏକ୍ସରେ ଜଣାଇଛନ୍ତି କି ଭିଡିଓ ଅପଲୋଡ୍ ହେବା ପରେ ମଧ୍ୟ ଓ୍ବେବସାଇଟରେ ନଜର ଆସୁନି । ଭିଡିଓ ଅପଲୋଡ୍ କରିବାରେ ସମସ୍ୟା ଆସୁଛି । ରିପୋର୍ଟ ଅନୁସାରେ ଦିନ ୩ଟା ସୁଦ୍ଧା ୮୦ ପ୍ରତିଶତ ୟୁଟ୍ୟୁବରଙ୍କୁ ଭିଡିଓ ଅପଲୋଡ୍ କରିବା ପରେ ଦେଖିବାରେ ଅସୁବିଧା ହେଉଛି । ତେବେ ୟୁଟ୍ୟୁବର ଏହି ସମସ୍ୟା ଭାରତ ସମେତ ଅନ୍ୟ କିଛି ଦେଶରେ ମଧ୍ୟ ନଜର ଆସିଛି ।

- Advertisement -

ସୂଚନା ଅନୁସାରେ ୭୨ ପ୍ରତିଶତ ଉପଭୋକ୍ତାଙ୍କୁ ଭିଡିଓ ଦେଖିବା ସମୟରେ ସମସ୍ୟା ହେଉଥିବାବେଳେ ୨୩ ପ୍ରତିଶତ ଉପଭୋକ୍ତାଙ୍କୁ ସର୍ଭର କନେକ୍ଟ କରିବାରେ ସମସ୍ୟା ହେଉଛି । ୫ ପ୍ରତିଶତ ୟୁଜର୍ସଙ୍କର ୟୁଟ୍ୟୁବ୍ ଆଦୌ ଖୋଲୁନି । ତେବେ ଏହି ସମସ୍ୟା ନେଇ ୟୁଟ୍ୟୁବ୍ ତରଫରୁ କୌଣସି ବୟାନ ଆସିନି । ଯାନ୍ତ୍ରିକ ତୃଟି ଯୋଗୁଁ ଏହି ସମସ୍ୟା ହୋଇଥିବା ନେଇ ଅନୁମାନ କରାଯାଉଛି ।

Hot this week

ନିଶା ଭାବରେ ବ୍ୟବହାର କରାଯାଉଥିବା କଫ୍‌ ସିରଫ ବ୍ୟବସାୟ ରୋକିବା ପାଇଁ ପୁଲିସ ତତ୍ପର

କଟକ- ବେଆଇନ କଫ୍‌ ସିରପ ଚୋରା ଚାଲାଣ ଓ ବ୍ୟବସାୟ ରୋକିବା...

ସୁଧୁରୁଛି ସ୍ଥିତି- ଏବେ ବିମାନ ଚଳାଚଳ ସ୍ୱାଭାବିକ ହେବ

ଭୁବନେଶ୍ବର ବିଜୁପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଇଣ୍ଡିଗୋ ବିମାନ ଚଳାଚଳ ନେଇ ଦେଖାଦେଇଥିବା...

ଭାରତ ମୁସଲମାନ ମାନେ ଧମାନ୍ତରିତ : ବ୍ରିଜଭୂଷଣ ଶରଣ ସିଂ

ସମାଜ ଲାଇଭ ଡ଼େସ୍କ : ପୂର୍ବତନ କେସିଆରଗଞ୍ଜ ସାଂସଦ ବ୍ରିଜଭୂଷଣ ଶରଣ...

ମରକ୍କୋରେ ୨ଟି କୋଠା ଭୁଶୁଡ଼ି ୧୯ ମୃତ

ସମାଜ ଲାଇଭ ଡ଼େସ୍କ : ମରକ୍କୋର ଫେଜ୍‌ ସହରରେ ଦୁଇଟି କୋଠା...

ଗୁଜୁରାଟରେ ଭୟାବହ ଅଗ୍ନିକାଣ୍ଡ

ସମାଜ ଲାଇଭ ଡ଼େସ୍କ : ଗୁଜୁରାଟ ସ୍ଥିତ ସୁରଟର ଟେକ୍ସଟାଇଲ ବଜାରରେ...

Related Articles

Popular Categories