www.samajalive.in
Monday, December 8, 2025
24.1 C
Bhubaneswar

ବିଶ୍ଵ ବାଣିଜ୍ୟ ସଂଗଠନ ଛାଡ଼ ଦିବସ ପାଳନ ବିରୋଧରେ ପ୍ରତିବାଦ ସଭା

କଲ୍ୟାଣସିଂହପୁର: ରାୟଗଡା ଜିଲା କଲ୍ୟାଣସିଂହପୁର ବ୍ଲକ ଶିକରପାଇ ଗ୍ରାମପଞ୍ଚାୟତର ଧାମଲିମା ନିକଟସ୍ଥ ଆମ୍ବତୋଟାରେ କିଷାନ ମୋର୍ଚ୍ଚା ଓ ସିପିଆଇ(ଏମଏଲ) ଲିବରେସନ ତରଫରୁ ପ୍ରତିବାଦ ବୈଠକ କରାଯାଇଛି। ସେଥିରେ ସଂଯୁକ୍ତ କିଷାନ ମୋର୍ଚ୍ଚା ତ୍ରିପତି ଗମାଙ୍ଗଙ୍କ ନେତୃତ୍ୱରେ ରାମଚନ୍ଦ୍ର ପ୍ରାସ୍କା, ମୂର୍ତ୍ତି ମିଣିଆକା, ମେଦିରି ଗରଡିଆ, ଆଛାନା ମଣ୍ଡାଙ୍ଗି, ବୈଷ୍ଟମ ଉଲକା, ଆଶ୍ରିଗା ଅଟକା, ଚୈତନ୍ୟ ଗରଡିଆ, ସୁଧୁଂରୁ ମିଣିଆକା ଉପସ୍ଥିତ ରହିଥିଲେ। ଏଥିରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ, ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ୍‌ ଖଟ୍ଟର୍, ଗୃହମନ୍ତ୍ରୀ ଅନୀଲ ଭିଜ୍‌ଙ୍କ ଇସ୍ତଫା ଦେବା, ଏହି ତିନି ଜଣଙ୍କ ସହ ଅନ୍ୟ ସଂପୃକ୍ତ ପୁଲିସ ଓ ରାଜସ୍ୱ ଅଧିକାରୀଙ୍କ ବିରୋଧରେ ଆଇପିସି ଧାରା ୩୦୨ ଅନୁଯାୟୀ ଏତଲା ଦାୟର କରିବା, ଯୁବ ଶୁଭ କିରଣ ସିଂହ କୃଷକଙ୍କୁ ୧ କୋଟି ଟଙ୍କା ପ୍ରଦାନ କରିବା, ରାଷ୍ଟ୍ର ପରିଚାଳିତ ନୃଶଂସ ଦମନ ଓ ଟ୍ରାକ୍ଟର କ୍ଷୟକ୍ଷତିର ନ୍ୟାୟିକ ତଦନ୍ତ କରିବା, ୨୬ ଫେବୃଆରୀ ୨୦୨୪କୁ ‘ବିଶ୍ୱ ବାଣିଜ୍ୟ ସଂଗଠନ ଛାଡ଼ ଦିବସ’ ଭାବେ ପାଳନକୁ ବନ୍ଦ କରିବା, ମନ୍ତ୍ରୀସ୍ତରୀୟ ସମ୍ମିଳନୀ ସଂଯୁକ୍ତ କୃଷକ ମୋର୍ଚ୍ଚା ମୋଦୀ ସରକାରଙ୍କ କୃଷକ ବିରୋଧି ନୀତିକୁ ବିରୋଧ କରିବା, ଆଳାପ-ଆଲୋଚନା ବନ୍ଦ କରିବା, ଭାରତ ସରକାର କୃଷକମାନଙ୍କୁ ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ ଲାଗୁ କରିବା, ଖାଦ୍ୟ ଶସ୍ୟ ବଣ୍ଟନ ବଦଳରେ ସିଧାସଳଖ ନଗଦ ହସ୍ତାନ୍ତର କରିବା, ଦେଶର କୃଷକ ଗରିବ ଲୋକଙ୍କ ଖାଦ୍ୟ ନିରାପତ୍ତା ଏବଂ ଭାରତର ସାର୍ବଭୌମତ୍ୱ ପାଇଁ କ୍ଷତିକାରକ ହେବ ବୋଲି ବୈଠକରେ ଆଲୋଚନା କରାଯାଇଛି।

Hot this week

ଶନି ଚଳନ: ୨୦୨୬ରେ ଲାଭବାନ ହେବେ ଏହି ୩ ରାଶି

ସମାଜ ଡିଜିଟାଲ ଡେସ୍କ: ହିନ୍ଦୁ ଧର୍ମରେ ଶନି ଦେବଙ୍କୁ ସ୍ୱତନ୍ତ୍ର ଭାବେ...

ଶୀତଦିନରେ ଅଧିକ ନିଦ୍ରା କାହିଁକି ଲାଗେ: ଜାଣନ୍ତୁ କେତେ ଘଣ୍ଟା ଶୋଇବା ଜରୁରୀ

ସମାଜ ଡିଜିଟାଲ ଡେସ୍କ: ନିଦ୍ରା ଆମ ଶରୀର ପାଇଁ ଅତ୍ୟନ୍ତ ଜରୁରୀ...

ଟ୍ରମ୍ପଙ୍କ ନାମରେ ହେବ ହାଇଦରାବାଦର ସଡ଼କ

ହାଇଦରାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାମରେ ହାଇଦରାବାଦର ଏକ...

ଓୱେସୀଙ୍କ ସହ ମେଣ୍ଟ ଯୋଜନାରେ ହୁମାୟୁନ

କଲକାତା : ପଶ୍ଚିମବଙ୍ଗ ମୁର୍ଶିଦାବାଦରେ ବାବ୍ରି ମସ୍‌ଜିଦ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର...

ଆଜି ବାରବାଟୀରେ ଦୁଇ ଦଳର ଅଭ୍ୟାସ

କଟକ: ବାରବାଟୀ ଷ୍ଟାଡିୟମ୍‌ରେ ମଙ୍ଗଳବାର ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ...

Related Articles

Popular Categories