www.samajalive.in
Saturday, December 6, 2025
26.1 C
Bhubaneswar

ବିବାହ ହେଉଛି ନିକଟତର, ଏବେ ପ୍ରି ୱେଡିଙ୍ଗ୍‌‌ ,ଯୋଗ ଦେବେ ବିଶିଷ୍ଟ ତାରକା

ମୁମ୍ବଇ : ଏସିଆର ସବୁଠାରୁ ଅଧିକ ଧନୀ ତଥା ବିଶିଷ୍ଟ ଉଦ୍ୟୋଗପତୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ବିବାହର ସମୟ ନିକଟତର ହେଉଛି। ଏହା ପୂର୍ବରୁ ବିବାହର ପୂର୍ବ ପ୍ରସ୍ତୁତି ସହ ପ୍ରି ୱେଡିଙ୍ଗ୍‌‌ର ଆୟୋଜନର ଆରମ୍ଭ ହୋଇ ସାରିଛି। ଏହା ୧ରୁ ୩ ମାର୍ଚ୍ଚ ଅର୍ଥାତ ୩ ଦିନ ହେବ। ଗୁଜରାଟରେ ହେବାକୁ ଥିବା ଏହି ସମାରୋହରେ ଦେଶ ଦୁନିଆର ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ। ସଭିଁଙ୍କୁ ସ୍ୱାଗତ କରିବା ପାଇଁ ପ୍ରାୟ ୨୨୦ରୁ ଅଧିକ ସୁସ୍ୱାଦୁ ଭୋଜନର ବ୍ୟବସ୍ଥା କରାଯିବ। ଆସନ୍ତୁ ଜାଣିବା, କେଉଁ କେଉଁ ବିଶିଷ୍ଟ ବ୍ୟକ୍ତି ମାନେ ବିବାହର ଏହି ସମାରୋହରେ ଯୋଗ ଦେବେ।

ଆସନ୍ତା ୧୨ ଜୁଲାଇ ୨୦୨୪ରେ ରାଧିକାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବେ ଅନନ୍ତ। ଏହା ପୂର୍ବରୁ ପ୍ରି ୱେଡିଙ୍ଗ୍‌‌ର ଆୟୋଜନ କରାଯାଇଛି। ଯାହା ଗୁଜରାଟର ଜାମନଗରରେ ସ୍ଥିତ ବିଶାଳ ରିଲାଏନ୍ସ ଗ୍ରୀନ୍‌‌ କମ୍ପେକ୍ସରେ ଆୟେଜିତ ହେବ। ଏହି କାର୍ଯ୍ୟକ୍ରମରେ ବଲିଉଡ ଠାରୁ ଆରମ୍ଭ କରି ହଲିଉଡ୍‌‌ର ବିଶିଷ୍ଟ ବ୍ୟକ୍ତି ଯୋଗ ଦେବେ।

- Advertisement -

ମୁକେଶ ଅମ୍ବାନୀଙ୍କ ବଡ ପୁଅ ଆକାଶ ଅମ୍ବାନୀ ଓ ଝିଅ ଇଶା ଅମ୍ବାନୀଙ୍କ ବିବାହ ଖୁବ୍‌‌ ଚର୍ଚ୍ଚାରେ ରହିଥିଲା। ଏବେ ଅନନ୍ତ ଅମ୍ବାନୀଙ୍କ ବିବାହ ମଧ୍ୟ ଚର୍ଚ୍ଚାର ବିଷୟ ପାଲଟିବ। ଏଥିରେ ଅଭିନେତା, ଅଭିନେତ୍ରୀ ଓ ଖେଳାଳୀ ଯୋଗ ଦେବେ। ଶାହାରୁଖ ଖାନ୍‌‌, ଅମିର ଖାନ୍‌‌, ରଣବୀର କପୁର, ଆଲିୟା ଭଟ୍ଟ, ରଣବୀର ସିଂହ, ଦୀପିକା ପାଦୁକନ୍‌‌, ଅମିତାଭ ବଚ୍ଚନ ଓ ସଲମାନ୍‌‌ ଖାନ୍‌‌ ମଧ୍ୟ ସାମିଲ ରହିଛନ୍ତି।

ସେହିପରି ସଚ୍ଚିନ ତେନ୍ଦୁଲକର, ମହେନ୍ଦ୍ର ସିଂହ ଧୋନୀ ଆଦି ଯୋଗ ଦେବେ। ଏହାସହ ଟାଟା ସନ୍ସର ଏନ ଚନ୍ଦ୍ରଶେଖରନ,  କେଏମ ବିରଲା, ଗୌତମ ଆଦାନୀ, ଭାରତୀ ଏୟାରଟେଲର ସୁନୀଲ ଭାରତୀ ଆଦି ଯୋଗ ଦେବାର ରହିଛି।

ବିଦେଶୀ ଅତିଥି ମାନଙ୍କ ମଧ୍ୟରେ କତରର ପ୍ରଧାନମନ୍ତ୍ରୀ ମହମ୍ମଦ ବିନ୍‌‌ ଅବଦୁଲ ରହମାନ ବିନ ଜସୀମ ଅଲ ଥାନୀ, ମେଟାର ଫାଉଣ୍ଡର ମାର୍କ ଜୁକରବର୍ଗ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପର ଝିଅ ଇଭାଙ୍କା ଟ୍ରମ୍ପ, ବିଲ୍‌‌ ଗେଟସ୍‌‌, ଆଲଫାବେଟ୍‌‌ ତଥା ଗୁଗଲ୍‌‌ ସିଇଓ ସୁନ୍ଦର ପିଚାଇ ଯୋଗ ଦେବାର ରହିଛି।

ବିବାହ ସମାରୋହରେ ଆସିବାକୁ ଥିବା ଅତିଥିଙ୍କ ପାଇଁ ଖାଦ୍ୟପେୟର ବିଶେଷ ଆୟୋଜନ ହୋଇଛି। ଏଥିପାଇଁ ୬୫ ଶେଫ୍‌‌ଙ୍କ ଟିମ୍‌‌ ରହିବେ। ପ୍ରାୟ ୨୨୫ ରକମର ବ୍ୟଞ୍ଜନ ପ୍ରସ୍ତୁତ କରିବେ। ବ୍ୟଞ୍ଜନ ମଧ୍ୟରେ ପାରସୀ, ଥାଇ,ମେକ୍ସିକନ, ଜାପାନିଜ୍‌‌ ଖାଦ୍ୟ ବିଶେଷ ଭାବେ ପ୍ରସ୍ତୁତ କରାଯିବ।

Hot this week

ବିଗ୍ ବସ୍ ୧୯ ଗ୍ରାଣ୍ଡ ଫିନାଲେ; କିଏ ହେବେ ବିଜେତା ?

ନୂଆଦିଲ୍ଲୀ: ସଲମାନ ଖାନଙ୍କ ରିଆଲିଟି ଶୋ, ବିଗ୍ ବସ୍ ୧୯ର ଗ୍ରାଣ୍ଡ...

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

Related Articles

Popular Categories