www.samajalive.in
Saturday, December 6, 2025
19.1 C
Bhubaneswar

ଏହି ୫ଟି ଉପାୟରେ ସେବନ କଲେ ତୁଳସୀ ପତ୍ର : ମିଳିବ ଅନେକ ଲାଭ..

ହିନ୍ଦୁ ଧର୍ମରେ ତୁଳସୀ ବୃକ୍ଷଙ୍କ ଖୁବ୍‌‌ ମହତ୍ତ୍ୱ ରହିଛି। ଏହି ବୃକ୍ଷ ପୂଜନୀୟ ହେବା ସହ ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ଲାଭଦାୟକ। ଆୟୁର୍ବେଦରେ ଜଡି-ବୁଟୀ ଭାବେ ଏହାର ବ୍ୟବହାର କରାଯାଏ। ତୁଳସୀ ପତ୍ରରେ ୧୦୦ରୁ ଅଧିକ ରୋଗକୁ ନଷ୍ଟ କରିବାର କ୍ଷମତା ରହିଛି। ଏହା ଅନେକ ଔଷଧୀୟ ଗୁଣରେ ଭରପୁର। ତୁଳସୀ ପତ୍ରକୁ ସଠିକ୍‌‌ ଉପାୟରେ ଏହାର ବ୍ୟବହାର କରାଗଲେ, ମାନସିକ ଦୁଃଶ୍ଚିନ୍ତା ଠାରୁ ଆରମ୍ଭ କରି ଅନେକ ରୋଗରୁ ମୁକ୍ତି ମିଳିପାରିବ। ଜାଣନ୍ତୁ..
ତୁଳସୀପତ୍ରକୁ ପିଲାଙ୍କୁ ଥଣ୍ଡାକାଶ ଠାରୁ ଆରମ୍ଭ କରି ଗଳାରେ ହେଉଥିବା ଯନ୍ତ୍ରଣାରୁ ମୁକ୍ତି ପାଇବା ପାଇଁ ବ୍ୟବହାର କରାଯାଏ। ଏହାର ଲାଭ ପାଇବା ପାଇଁ ତୁଳସୀପତ୍ରକୁ ମହୁ ସହ ସେବନ କରନ୍ତୁ। ଏକ ଚାମଚ ତୁଳସୀପତ୍ର ରସରେ ଏକ ଚାମଚରୁ କମ୍‌‌ ମହୁ ମିଶାଇ ସେବନ କରନ୍ତୁ। ଏହାଦ୍ୱାରା ଅତ୍ୟନ୍ତ ଲାଭ ମିଳିଥାଏ।
ବିଶେଷଜ୍ଞଙ୍କ ମତାନୁସାରେ ଖାଲି ପେଟରେ ତୁଳସୀପତ୍ର ଚୋବାଇ ଖାଆନ୍ତୁ। ନିୟମିତ ଭାବେ ଖାଲି ପେଟରେ ତୁଳସୀ ପତ୍ର ଚୋବାଇ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଆଶ୍ଚର୍ଯ୍ୟଜନକ ଲାଭ ମିଳିଥାଏ।
ତୁଳସୀପତ୍ରକୁ ଚା’ ଭାବେ ପ୍ରସ୍ତୁତ କରି ମଧ୍ୟ ପିଇପାରିବେ। କ୍ଷୀର ଚା’ରେ ତୁଳସୀପତ୍ର ପକାଇ ଏହାର ସେବନ କଲେ, ଶରୀରର ଅନେକ ସମସ୍ୟା ଦୂର ହୋଇଥାଏ। ଶରୀରକୁ ମାରାତ୍ମକ ରୋଗରୁ ରକ୍ଷା କରିଥାଏ।
ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ଶରୀରକୁ ସୁସ୍ଥ ରଖିବା ପାଇଁ ତୁଳସୀପତ୍ରର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏଥି ପାଇଁ ତୁଳସୀପତ୍ରରେ କାଢା ପ୍ରସ୍ତୁତ କରି ପିଇପାରିବେ। ଏଥିପାଇଁ ୧ କପ ପାଣି ନିଅନ୍ତୁ,୧୨ରୁ ୧୪ଟି ତୁଳସୀ ପତ୍ର, ଅଳ୍ପ ଅଦା ପକାଇ କିଛି ସମୟ ଫୁଟାଇବା ପରେ ଏହାକୁ ଛାଣି ପିଅନ୍ତୁ।
ତୁଳସୀପତ୍ରର ଜୁସ୍‌‌ ଗଳା କୁଣ୍ଡାଇ ହେବା,ଗଳା ଯନ୍ତ୍ରଣା ଠାରୁ ଆରମ୍ଭ କରି ପେଟ ଜନିତ ଅନେକ ସମସ୍ୟା ଦୂର କରିଥାଏ। ୧୦ ରୁ ୧୫ଟି ତୁଳସୀପତ୍ରର ରସକୁ ଏକ ଗ୍ଲାସ ପାଣିରେ ମିଶାନ୍ତୁ। ଏହାକୁ ସେବନ କରିବା ଦ୍ୱାରା ପେଟ ଜନିତ ସମସ୍ୟା ଠାରୁ ଆରମ୍ଭ କରି ଓଜନ ହ୍ରାସ ହେବାରେ ମଧ୍ୟ ସହାୟକ ହୋଇଥାଏ।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories