www.samajalive.in
Sunday, December 7, 2025
13.1 C
Bhubaneswar

ବଜାରକୁ ଆସୁଛି ସାମ୍‌‌ସଙ୍ଗ ଗ୍ୟାଲେକ୍ସିର ଏହି ମଡେଲ୍‌‌ ; ଜବରଦସ୍ତ ସ୍ପୀଡ୍‌‌ ସହ ଆଣୁଛି ଏସବୁ ଫିଚର୍‌‌..

ନୂଆଦିଲ୍ଲୀ : ସାରା ଦୁନିଆରେ ବର୍ତ୍ତମାନ ସମୟରେ ବଜାରରେ ଉନ୍ନତ ମାନର ପ୍ରୋସେସର ଓ ଜବରଦସ୍ତ ସ୍ପୀଡ୍‌‌ ଥିବା ସ୍ମାର୍ଟ ଫୋନ୍‌‌ର ଅଧିକ ଚାହିଦା ରହିଛି। ସମସ୍ତ କମ୍ପାନୀ ନିଜର ସ୍ମାର୍ଟଫୋନ୍‌‌ରେ ଗ୍ରାହକଙ୍କ ଏହି ରୁଚିକୁ ପୂରଣ କରୁଥିବା ନଜର ଆସୁଛି। ଏହା ମଧ୍ୟରେ ସାମ୍‌‌ସଙ୍ଗ ସ୍ମାର୍ଟ ଫୋନ୍‌‌ ପୁଣି ଥରେ ବଜାରରେ ହଇଚଇ ସୃଷ୍ଟି କରିବାକୁ ଯାଉଥିବା ସବୁଠାରୁ ସ୍ପୀଡ୍‌‌ ସ୍ମାର୍ଟଫୋନ୍‌‌ ଲଞ୍ଚ କରିବା ନେଇ ନିଷ୍ପତ୍ତିି ନେଇଛି। ସାମ୍‌‌ସଙ୍ଗ ଗ୍ୟାଲେକ୍ସି ଏ୭୪୫ଜି, ଯାହା ଖୁବ୍‌‌ ଶୀଘ୍ର ଭାରତୀୟ ବଜାରରେ ପ୍ରବେଶ କରିବ। ଏହି ଫୋନ୍‌‌ରେ ୧୨ଜିବି ରାମ୍‌‌-୨୫୬ଜିବି ଷ୍ଟୋରେଜ୍‌‌ ଓ ୭୦୦୦ଏମ୍‌‌ଏଏଚର ବ୍ୟାଟେରୀ ସହ ଚମତ୍କାର କ୍ୟାମେରା ମଧ୍ୟ ରହିଛି। ଜାଣନ୍ତୁ ଏହି ବିଷୟରେ..
ସାମ୍‌‌ସଙ୍ଗ ଗ୍ୟାଲେକ୍ସି ଏ୭୪୫ଜି (Samsung Galaxy A74 5G) ସ୍ମାର୍ଟ ଫୋନ୍‌‌ରେ ୬.୮୯ ଇଞ୍ଚର ସୁପର୍‌‌ AMOLED ଡିସପ୍ଲେ ଦେଖିବାକୁ ମିଳିବ। ଯାହା ୧୪୪ଏଚଜେଡ୍‌‌ର ରିଫ୍ରେସ ରେଟ୍‌‌ ଓ Gorilla Glass 5ର ସୁରକ୍ଷା ସହ ଆସିବ।

ଏଥିରେ ସ୍ନାପଡ୍ରାଗନ୍ ୯୮୫ (୪ଏନଏମ) Snapdragon 985 (4nm)ର ପ୍ରୋସେର ଦେଖିବାକୁ ମିଳିବ। ଯାହା ଏପର୍ଯ୍ୟନ୍ତ କମ୍ପାନୀ ଦ୍ୱାରା ଳଞ୍ଚ କରାଯାଇଥିବା ପ୍ରୋସେସର ତୁଳନାରେ ଅଧିକ ସ୍ପୀଡ୍‌‌ର।

- Advertisement -

ଏହି ଫୋନ୍‌‌ରେ ତ୍ରିପଲ୍‌‌ ରିୟର କ୍ୟାମେରା ସେଟ୍‌‌ଅପ୍‌‌ ଦେଖିବାକୁ ମିଳିବ। ଯେଉଁଥିରେ ୧୦୮ ଏମପି+୧୨ଏମପି +୮ ଏମ୍‌‌ପିର ସେନ୍ସର ସାମିଲ ରହିଛି। ଏହାସହ ସେଲଫି ଓ ଭିଡିଓ କଲିଙ୍ଗ୍‌‌ ପାଇଁ ୪୨ ଏମପିର ସେଲଫି କ୍ୟାମେରା ଦିଆଯିବ।
ଏହି ସ୍ମାର୍ଟଫୋନ୍‌‌ରେ ପାୱାର ବ୍ୟାକପ୍‌‌ ପାଇଁ ୭୦୦୦ ଏମଏଏଚର (7000mAh)ସୁପର ବ୍ୟାଟେରୀ ଦିଆଯିବ। ଯାହା ୮୦ଡବ୍ଲ୍ୟୁର (80W)ସ୍ପୀଡ୍‌‌ ଚାର୍ଜିଙ୍ଗ୍‌‌ର ସପୋର୍ଟ କରିବ।

ଏହି ସ୍ମାର୍ଟଫୋନ୍‌‌ର ମୂଲ୍ୟକୁ ନେଇ ଏପର୍ଯ୍ୟନ୍ତ କମ୍ପାନୀ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ। ମାତ୍ର ରିପୋର୍ଟ ଅନୁଯାୟୀ, ଏହି ଫୋନ୍‌‌ ୩୦ ରୁ ୩୫ ହଜାର ଟଙ୍କାରେ ବଜାରରେ ପ୍ରବେଶ କରିବ।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories