ନିଆରା ଢଙ୍ଗରେ ବିବାହ କରିବାକୁ ବାହାରିଛି ବର, ଭିଡିଓ ଭାଇରାଲ

ନୂଆଦିଲ୍ଲୀ : ବିବାହ ସମୟରେ ବର କାରକୁ ଫୁଲରେ ସଜାଯାଏ । ଏହାକୁ ଲୋକମାନେ ଭିନ୍ନ ଭିନ୍ନ ଢଙ୍ଗରେ ସଜାଇଥାନ୍ତି । ଏବେ ସାମାଜିକ ଗଣମାଧ୍ୟମରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ବର କାରକୁ ଖାଇବା ଚିପ୍ସ ପ୍ୟାକେଟରେ ସଜାଯାଇଛି । ଏହି ଭିଡିଓ ଦେଖି କିଛି ଲୋକ ଆଶ୍ଚର୍ଯ୍ୟ ହେଉଛନ୍ତି ତ ଆଉ କିଛି ଲୋକ ହସି ହସି ଗଡିଯାଉଛନ୍ତି ।

 

View this post on Instagram

 

A post shared by Satyapal Yadav (@ysatpal569)

ଭାଇରାଲ ହେଉଥିବା ଏହି ଭିଡିଓଟି ସମସ୍ତଙ୍କ ଧ୍ୟାନ ଆକର୍ଷଣ କରୁଛି । ସମସ୍ତେ ଏହା ଦେଖି ଚକିତ ହେଉଛନ୍ତି । ବର କାରରେ ଅନେକ ଛୋଟ ଛୋଟ ଚିପ୍ସ ପ୍ୟାକେଟ୍ ସଜା ହୋଇଛି । ନିଆରା ଢଙ୍ଗରେ ବର ନିଜ ଜୀବନ ସାଥିଙ୍କୁ ଆଣିବାକୁ ବାହାରିଛି । ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୨ ଲକ୍ଷରୁ ଅଧିକ ଲୋକ ଦେଖିସାରିଛନ୍ତି । ସାମାଜିକ ଗଣମାଧ୍ୟମ କ୍ଷେତ୍ର ଇନଷ୍ଟାଗ୍ରାମରେ ସେୟାର ହୋଇଥିବା ଏହି ଭିଡିଓରେ ଲୋକେ ଲଗାତର ପ୍ରତିକ୍ରିୟା ଦେବା ସହ ଏହାକୁ ସେୟାର କରୁଛନ୍ତି ।

Comments are closed.