www.samajalive.in
Saturday, December 13, 2025
26.1 C
Bhubaneswar

ନୂତନ ନଳକୂଅ ଖୋଳିବାକୁ ସାହି ବାସିନ୍ଦାଙ୍କ ଦାବି

ଝୁମ୍ପୁରା: ଗ୍ରୀଷ୍ମଦିନ ଆସିବା ଆଗରୁ ସାହି ସାହିରେ ପିଇବା ପାଣି ସଂକଟ ଆରମ୍ଭ ହୋଇଥିବା ଦେଖିବାକୁ ମିଳିଛି। ଝୁମ୍ପୁରା ବ୍ଲକର ଚଉଠିଆ ଉପର ବେଡା ସାହି ବାସିନ୍ଦାଙ୍କ ପିଇବା ପାଣି ଟୋପାଏ ନିମନ୍ତେ ଅନ୍ୟ ସାହି ଉପରେ ନିର୍ଭର କରୁଛନ୍ତି। ସାହିବାସିନ୍ଦା ପିଇବା ପାଣିର ସୁବିଧା କରିବା ନିମନ୍ତେ ପ୍ରଶାସନ ତରଫରୁ ନଳକୂଅ ଖୋଳା ଯାଇଛି ସାହିରେ ହେଲେ ନଳକୂଅର ପାଣିକୁ ସାହି ବାସିନ୍ଦା ବ୍ୟବହାର କରିପାରୁ ନାହାନ୍ତି। ଏହି ନଳକୂଅରୁ ଆଇରନ ଯୁକ୍ତ ପାଣି ବାହାରୁଛି ଓ ଏହି ପାଣିକୁ ମହିଳା ମାନେ ଗରା କିମ୍ବା ବାଲଟିରେ ପାଣିକୁ କିଛି ସମୟ ରଖିଦେଲେ ସେହି ପାଣିରୁ ତେଲିଆ ଅଂଶ ବାହାରିବା ସହିତ ପାଣି ପାତ୍ରରେ ରହିଥିବା ପାଣି ସଂପୂର୍ଣ୍ଣ ଭାବରେ ନାଲି ପଡ଼ିଯାଉଛି ଯାହା ଫଳରେ ପାଣି ପିଇବା ପାଇଁ ଅନୁପଯୁକ୍ତ ହୋଇଯାଉଛି। କୌଣସି ବ୍ୟକ୍ତି ଯଦି ଏହି ପାଣିରେ ଦୁଇ ଚାରିଦିନ ମୁହଁ ଧୋଇଦେଲା ତା ହେଲେ ଉକ୍ତ ବ୍ୟକ୍ତିର ଦାନ୍ତ ମଧ୍ୟ ନାଲି ପଡ଼ିଯାଉଛି ବୋଲି ସାହି ବାସିନ୍ଦା ପ୍ରକାଶ କରିଛନ୍ତି। ସାହି ନଳକୂଅରେ ଭଲ ପାଣି ବାହାରୁନଥିବାରୁ ସାହି ବାସିନ୍ଦା ଅନ୍ୟ ସାହି ଉପରେ ରହିଥିବା ନଳକୂଅ ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଏହି ସାହିକୁ ତୂରନ୍ତ ପ୍ରଶାସନ ତରଫରୁ ନୂତନ ନଳକୂଅ କିମ୍ବା ପାଇପ ପାଣି ଯୋଗାଇ ଦେବା ପାଇଁ ସାହି ବାସିନ୍ଦା ପ୍ରଶାସନକୁ ନିବେଦନ କରିଛନ୍ତି।

Hot this week

କେରଳର ପ୍ରଥମ ବିଜେପି ମେୟର୍

ସମାଜ ଲାଇଭ୍ ଡେସ୍କ : କେରଳରେ ବଡ଼ ସଫଳତା ପାଇଛି ବିଜେପି...

କଲକତା ଅଘଟଣ : ଇଭେଣ୍ଟ ଆୟୋଜକ ଅଟକ

ସମାଜ ଲାଇଭ୍ ଡେସ୍କ : ବିଶ୍ଵ ଫୁଟ୍‌ବଲ୍‌ ତାରକା ଲିଓନେଲ୍ ମେସିଙ୍କ...

ବୋରଓ୍ବେଲରେ ବିଷ ମିଶାଇଲେ ଦୁର୍ବୁତ୍ତ !

ମାଲକାନଗିରି:ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଦଳପତିଗୁଡ଼ା ପଞ୍ଚାୟତ ସିନ୍ଧାବେଡ଼ା ଉଚ୍ଚ ପ୍ରାଥମିକ...

ଅପରାହ୍ନ ୩ଟା ମୁଖ୍ୟ ଖବର

() ପୁଲିସ୍‌ ଏସ୍‌ଆଇ ନିଯୁକ୍ତି ସ୍କାମ୍..ରାଜ୍ୟ ବାହାରୁ ଆଉ ଜଣେ ଦଲାଲ...

Related Articles

Popular Categories