ମନ୍ଦିରରୁ ଦାନବାକ୍ସ ଚୋରି
ଚୌଦ୍ୱାର : ଚୌଦ୍ୱାର ପୌରପାଳିକା ନୁଆସାହି ସ୍ଥିତ ମା’ ଶିବାନୀ ମନ୍ଦିରର ଦାନବାକ୍ସ ଚୋରି ହୋଇଥିବା ଜଣାପଡିଛି। ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ଅପରାହ୍ନ ୨ଟା ସମୟରେ କେହି ଦୁର୍ବୃତ୍ତ ମନ୍ଦିର ସମ୍ମୁଖରେ ରଖାଯାଇଥିବା ଦାନବାକ୍ସର ତାଲା ଭାଙ୍ଗି ଦୀର୍ଘ ୮ମାସ ଖୋଲା ହୋଇନଥିବା ଦାନ ଅର୍ଥକୁ ଲୁଟ କରି ନେଇଥିବା ସ୍ଥାନୀୟ ଲୋକେ କହିଛନ୍ତି। ସ୍ଥାନୀୟ ଲୋକଙ୍କ ଠାରୁ ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
Comments are closed.