www.samajalive.in
Sunday, December 7, 2025
13.1 C
Bhubaneswar

ମାଘ ପୂର୍ଣ୍ଣିମାରେ ବିଶେଷ ସଂଯୋଗ ; ଏସବୁ ରାଶିଙ୍କ ଉପରେ ହେବ ଧନବର୍ଷା..

ଶନିବାର ମାଘ ପୂର୍ଣ୍ଣିମା। ଦୀର୍ଘ ୧୩ ବର୍ଷ ପରେ ମାଘ ପୂର୍ଣ୍ଣିମାରେ ଦୁର୍ଲ୍ଲଭ ସଂଯୋଗ ରହିଛି। ଏହାର ପ୍ରଭାବ ରାଶି ଉପରେ ମଧ୍ୟ ପଡିବ। ହିନ୍ଦୁ ପଞ୍ଜିକା ଅନୁସାରେ ମାଘ ମାସର ଶୁକ୍ଳପକ୍ଷର ପୂର୍ଣ୍ଣିମା ତିଥିରେ ମାଘ ପୂର୍ଣ୍ଣିମା ପାଳନ କରାଯାଏ। ଚଳିତ ଥରର ପୂର୍ଣ୍ଣିମା ତିଥିର ବିଶେଷ ମହତ୍ତ୍ୱ ରହିଛି। ୧୩ ବର୍ଷ ପରେ ପୂର୍ଣ୍ଣିମାରେ ବିଶେଷ ଯୋଗ ହେବ।
ମାଘ ପୂର୍ଣ୍ଣିମାରେ ନଦୀରେ ସ୍ନାନ ଓ ଦାନର ଖୁବ ମହତ୍ତ୍ୱ ରହିଛି। ଏହାସହ ଏହି ଦିନ ଯଜ୍ଞ, ଜପ ଓ ତପ କରିବା ଦ୍ୱାରା ଅତ୍ୟନ୍ତ ଶୁଭଫଳ ପ୍ରାପ୍ତି ହୋଇଥାଏ।
ତେବେ ଜାଣନ୍ତୁ ମାଘ ପୂର୍ଣ୍ଣିମାରେ ୧୩ ବର୍ଷ ପରେ ପଡୁଥିବା ଦୁର୍ଲ୍ଲଭ ଯୋଗ ଫଳରେ କେଉଁ ରାଶିଙ୍କ ଭାଗ୍ୟ ଚମକିବ।
ମେଷ – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଖୁବ୍‌‌ ଶୁଭ ସମୟ। କର୍ମକ୍ଷେତ୍ରରେ ବଡ ଧରଣର ଉପଲବ୍ଧି ମିଳିବ। ଛାତ୍ର ମାନଙ୍କ ପାଇଁ ମଧ୍ୟ ଶୁଭ ସମୟ ରହିଛି। ଦାମ୍ପତ୍ୟ ଜୀବନ ସୁଖମୟ ହେବା ସହ ଧନସମ୍ପତ୍ତି ବୃଦ୍ଧି ପାଇବ।
ମିଥୁନ – ମିଥୁନ ରାଶି ବ୍ୟକ୍ତିବିଶେଷଙ୍କ ଜୀବନରେ ସକରାତ୍ମକ ପରିବର୍ତ୍ତନ ଆସିବ। ଜୀବନ ସୁଖମୟ ହେବ। ପରିବାର ସଦସ୍ୟଙ୍କ ସହ ଉତ୍ତମ ସମୟ ଅତିବାହିତ କରିବେ। କର୍ମକ୍ଷେତ୍ରରେ ପଦନ୍ନୋତି ହେବ।
ମାଘ ପୂର୍ଣ୍ଣିମାରୁ ସିଂହ ରାଶି ବ୍ୟକ୍ତି ବିଶେଷଙ୍କ ଉତ୍ତମ ସମୟ ଆରମ୍ଭ ହେବ। ଅଟକି ଥିବା କାର୍ଯ୍ୟରେ ସଫଳତା ମିଳିବ। ଉତ୍ତମ ସ୍ୱାସ୍ଥ୍ୟ ରହିବ। ବ୍ୟବସାୟରେ ମଧ୍ୟ ଲାଭ ମିଳିବ।
ତୁଳା – ଏହି ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ମଧ୍ୟ ଉତ୍ତମ ସମୟ ରହିଛି। ମା’ଲକ୍ଷ୍ମୀଙ୍କ କୃପା ପ୍ରାପ୍ତି ହେବ। କର୍ମକ୍ଷେତ୍ର ସହ ଜଡିତ ଶୁଭ ଖବର ମିଳିବ। ଟଙ୍କା ନିବେଶ ପାଇଁ ମଧ୍ୟ ଉତ୍ତମ ସମୟ ରହିଛି।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories