www.samajalive.in
Saturday, December 6, 2025
23.1 C
Bhubaneswar

ଅନ୍‍ଲାଇନ ଔଷଧ ବିକ୍ରିକୁ ନିଷିଦ୍ଧ କଲେ ଦିଲ୍ଳୀ ହାଇକୋର୍ଟ

ନୂଆଦିଲ୍ଲୀ: ଅନ୍‍ଲାଇନ୍‍ ବା ଇଣ୍ଟରନେଟ୍‍ ଜରିଆରେ ଔଷଧ କାରବାରକୁ ନିଷିଦ୍ଧ କରିଛନ୍ତି ଦିଲ୍ଲୀ ହାଇକୋର୍ଟ। ଦିଲ୍ଲୀ ସମେତ ଦେଶର ସବୁ ଅଞ୍ଚଳରେ ଇ ଫାର୍ମା ବା ଅନ୍‍ଲାଇନ୍‍ ଔଷଧ କାରବାରକୁ ବନ୍ଦ କରିବା ପାଇଁ ଦିଲ୍ଳୀର ଆପ୍‍ ସରକାର ଓ କେନ୍ଦ୍ର ସରକାରଙ୍କୁ କୋର୍ଟ ନିର୍ଦେଶ ଦେଇଛନ୍ତି।
ଜାହିର ଅହମ୍ମଦ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ଆଗତ ଜନସ୍ୱାର୍ଥ ମାମଲାର ବିଚାର କରି ବିଚାରପତି ରାଜେନ୍ଦ୍ର ମେନନ୍‍ ଓ ଭି କେ ରାଓଙ୍କୁ ନେଇ ଗଠିତ ଦିଲ୍ଳୀ ହାଇକୋର୍ଟ ଖଣ୍ଡପୀଠ ଉପରୋକ୍ତ ନିର୍ଦେଶ ଦେଇଛନ୍ତି। ସୂଚନାଯୋଗ୍ୟ, ଦୈନିକ ଅନ୍‍ଲାଇନ୍‍ରେ ଲକ୍ଷ ଲକ୍ଷ ଟଙ୍କାର ଔଷଧ କିଣାବିକା ହେଉଛି। ବିନା ଅନୁମତି ଓ ବିନା ଡାକ୍ତରୀ ପରାମର୍ଶରେ ଏହି ବ୍ୟବସାୟ ଚାଲୁଥିବା ବେଳେ ଏହା ଉପରେ କାହାର ନିୟନ୍ତ୍ରଣ ରହୁନାହିଁ। ଏଥିଯୋଗୁଁ ଲୋକଙ୍କ ଜୀବନ ଉପରେ ବିପଦ ଆଶଙ୍କା ରହିଛି। ଡ୍ରଗ୍ସ ଆଣ୍ଡ କସମେଟିକ୍‍ସ ଆକ୍ଟ ୧୯୪୦ ଓ ଫାର୍ମାସୀ ଆକ୍ଟ ୧୯୪୮ ଅଧୀନରେ ମଧ୍ୟ ଅନ୍‍ଲାଇନ୍‍ ଔଷଧ କାରବାରକୁ ନିଷେଧ କରାଯାଇଛି। ଅନ୍‍ଲାଇନ୍‍ କାରବାର ବନ୍ଦ କରିବାକୁ ଡ୍ରଗ୍ସ କଣ୍ଟ୍ରୋଲ୍‍ର ଜେନେରାଲ୍‍ ଅଫ୍‍ ଇଣ୍ଡିଆ ସମସ୍ତ ରାଜ୍ୟର ଡ୍ରଗ୍ସ କଣ୍ଟ୍ରୋଲରମାନଙ୍କୁ ୨୦୧୫ରୁ ନିର୍ଦେଶ ଦେଇଛନ୍ତି। ତଥାପି ଏହା ଉପରେ ଅଙ୍କୁଶ ଲାଗିପାରୁନାହିଁ। ଅନ୍‍ଲାଇନ୍‍ ଔଷଧ କାରବାର ଉପରେ ନିୟନ୍ତ୍ରଣ ପାଇଁ ଗତ ସେପ୍ଟେମ୍ବର ମାସରେ କେନ୍ଦ୍ର ସରକାର ଏକ ଚିଠା ନୀତି ପ୍ରସ୍ତୁତ କରିଛନ୍ତି।

Hot this week

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ ବିଦ୍ୟୁତ ଉପଭୋକ୍ତା ମହାସଂଘ କ୍ଷୋଭ

ଭୁବନେଶ୍ୱର: ବିଦ୍ୟୁତ ଗ୍ରାହକଙ୍କ ଠାରୁ ଅତିରିକ୍ତ ସୁରକ୍ଷା ଜମା ଆଦାୟ ନେଇ...

ଶିଶୁଙ୍କ ସୁନ୍ଦରତା ସହିପାରିଲାନି : ଏମିତି କରିଲା ନିଜ ପିଲାଙ୍କୁ ହତ୍ୟା

ସମାଜ ଡିଜିଟାଲ ଡେସ୍କ: ସେ ବୋଧହୁଏ ଦେଶର ପ୍ରଥମ ମହିଳା ସିରିଏଲ୍...

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

Related Articles

Popular Categories