www.samajalive.in
Sunday, December 7, 2025
13.1 C
Bhubaneswar

ମୂଲ୍ୟବୋଧଭିତ୍ତିକ ଶିକ୍ଷାକ୍ଷେତ୍ରରେ କିଟ୍‍ ବିଶ୍ୱର ନିଦର୍ଶନ

କୋଲକତା : କିଟ୍‍ ଏଜୁକେଶନ ସମ୍ମିଟ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ହୋଇଯାଇଛି। କିଟ୍‍ ଓ କିସ୍‍ର ପ୍ରତିଷ୍ଠାତା ତଥା ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ଆହ୍ୱାନରେ ପ୍ରତ୍ୟେକଙ୍କ ପାଇଁ ଶିକ୍ଷା ଅଭିଯାନର ଅଂଶ ସ୍ୱରୂପ। ଏହି ଶିକ୍ଷା ସମ୍ମିଳନୀରେ କିଟ୍‍ର ରେଜିଷ୍ଟ୍ରାର ପ୍ରଫେସର ସସ୍ମିତା ସାମନ୍ତ କହିଲେ ଯେ କିଟ୍‍ ସର୍ବଦା ଶିକ୍ଷାର୍ଥୀଙ୍କ ଲକ୍ଷ୍ୟ ପୂରଣ ପାଇଁ ପଦକ୍ଷେପ ନେଇଥାଏ। ଉଚ୍ଚମାନର ଶିକ୍ଷା ସହିତ ନିଯୁକ୍ତି ସୁଯୋଗ କ୍ଷେତ୍ରରେ ମଧ୍ୟ ଏହି ପ୍ରତିଷ୍ଠାନ ଦୃଷ୍ଟାନ୍ତମୂଳକ ଭୂମିକା ଗ୍ରହଣ କରିଆସିଛି। ସର୍ବୋପରି ଆଦିବାସୀ ଜନଜାତିର ୨୭ହଜାର ଛାତ୍ରଛାତ୍ରୀଙ୍କୁ କିସ୍‍ ମାଧ୍ୟମରେ ଶିକ୍ଷାର ମୂଳସ୍ରୋତରେ ଆଣିବାର ବ୍ୟବସ୍ଥା କରିଛିି।
ବି.ଏଚ୍‍.ୟୁର ସ୍କୁଲ ଅଫ୍‍ ମ୍ୟାନେଜମେଣ୍ଟର ମୁଖ୍ୟ ପ୍ରଫେସର ସୁଜିତ୍‍ ଦୁବେ କହିଲେ ଯେ କିଟ୍‍ର ଶିକ୍ଷାର ମାନ ଉନ୍ନତ ତର ଏବଂ ଆଦର୍ଶ ମଣିଷ ତିଆରି କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଥାଏ।
ବି.ଏଚ୍‍.ୟୁର ଇଲେକ୍‍ଟ୍ରିକାଲ ବିଭାଗ ପ୍ରଫେସର ଡ. ରଂଜିତ୍‍ ମହାନ୍ତି କହିଲେ ଯେ ଡାକ୍ତର, ଇଞ୍ଜିନିୟର ସହ ବିଭିନ୍ନ କ୍ଷେତ୍ରରେ ସଫଳତା ପାଇଁ ନିଜ ଇଛାଶକ୍ତିର ପ୍ରୟୋଜନ ରହିଛି। ଏହା ସହିତ ଆଦର୍ଶଗତ ସୁଯୋଗ କିଟ୍‍ ଦେବାଦ୍ୱାରା ଏକ ଅଭାବନିୟ ଶିକ୍ଷା ପରିମଣ୍ଡଳ ତିଆରି ହୋଇଛି। ପ୍ରଫେସର ଏସ୍‍.କେ.ସିହ୍ନା କହିଲେ ଯେ କିଟ୍‍ ଦେଶର ଶିକ୍ଷା ପରିମଣ୍ଡଳରେ ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଳନ କରୁଛି। ଯାହାକି ବିଶ୍ୱ ପାଇଁ ନିଦର୍ଶନ। କିଟ୍‍ର ପୂର୍ବତନ କୂଳପତି ପ୍ରଫେସର ପି.ପି.ମାଥୋର କହିଲେ ଯେ, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଓ କିଟ୍‍ ମଧ୍ୟରେ ବହୁ ସମାନତା ରହିଛି। ସେ ତୁଳନାତ୍ମକ କେତେକ ବିଷୟକୁ ଉପସ୍ଥାପନ କରିଥିଲେ। ଯାହାକି ଶିକ୍ଷାବିତ୍‍ମାନଙ୍କୁ ବିଶେଷ ଆକୃଷ୍ଟ କରିଥିଲା।
ଅସୁସ୍ଥତା କାରଣରୁ କିଟ୍‍ ପ୍ରତିଷ୍ଠାତା ଏହି କାର୍ଯ୍ୟକ୍ରମରେ ଯୋଗଦେଇ ନପାରି ଭିଡିଓ ବାର୍ତ୍ତାଦ୍ୱାରା ଶିକ୍ଷାର୍ଥୀ ଓ ଶିକ୍ଷାବିତ୍‍ଙ୍କୁ ତାଙ୍କ ଆଭିମୁଖ୍ୟ ପ୍ରକାଶ କରିଥିଲେ। କୃତୀ ଛାତ୍ରଛାତ୍ରୀଙ୍କୁ ସ୍ମାରକୀ, ମାନପତ୍ର ଓ ଉପଢୌକନ ପ୍ରଦାନ କରାଯାଇଥିଲା। କିଟ୍‍ର ଡେପୁଟି ଡାଇରେକ୍ଟର ଆଡ୍‍ମିଶନ ପ୍ରଶାନ୍ତ କୁମାର ମହାପାତ୍ରଙ୍କ ତତ୍ତ୍ୱାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

Hot this week

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣା

କାର୍ଯ୍ୟରତ ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ, କ୍ଷତିପୂରଣ ଦାବିରେ ଫାଟକ ସମ୍ମୁଖରେ ଧାରଣ ଚନ୍ଦ୍ରଶେଖରପୁର,...

ରାଜ୍ୟସଭାରେ ସାଂସଦ ସୁଜିତ କୁମାରଙ୍କ ପ୍ରସ୍ତାବ ପାଠ୍ୟପୁସ୍ତକ, ସରକାରୀ ୱେବସାଇଟରୁ ‘ଲର୍ଡ’ ଶଦ୍ଦକୁ ବାଦ୍‍ ଦିଆଯାଉ

ନୂଆଦିଲ୍ଲୀ,: ବ୍ରିଟିଶ ଗଭର୍ଣ୍ଣର ଜେନେରାଲ ଏବଂ ଭାଇସରୟଙ୍କ ଉଦେଶ୍ୟରେ ବ୍ୟବହାର ହେଉଥିବା...

ଆଠଗଡ଼ର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଡଃ ରାଧାନାଥ ଜୟନ୍ତୀ ପାଳିତ

ସମାଜ ନ୍ୟୁଜ ଡେସ୍କ- ଆଠଗଡର ସର୍ବପୁରାତନ ପିଏମଶ୍ରୀ ବିଶ୍ଵନାଥ ବିଦ୍ୟାପୀଠରେ ବିଶିଷ୍ଟ...

ଭୁବନେଶ୍ବରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା, ସୁରକ୍ଷାରେ ବିମାନବନ୍ଦରରୁ ଗଲେ ହୋଟେଲ

ସମାଜ ନ୍ୟୁଜ ଡେସ୍କ- ଶନିବାର ରାତିରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିଛନ୍ତି...

ଜାଣନ୍ତୁ କାହିଁକି ଏତେ ବଢିଛି ସୁନାଦର- ରୂପା ଦୁଇ ଗୁଣା ବଢିଛି

ନୂଆଦିଲ୍ଲୀ - କ୍ରମାଗତ ଦ୍ୱିତୀୟ ସପ୍ତାହ ପାଇଁ ସୁନା ଏବଂ ରୂପା...

Related Articles

Popular Categories