www.samajalive.in
Thursday, December 11, 2025
15.1 C
Bhubaneswar

ଆମ ଆଦମୀ ପାର୍ଟି ପକ୍ଷରୁ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା 

କଣ୍ଟାବାଞ୍ଜି : ଆମ ଆଦମୀ ପାର୍ଟି ତରଫରୁ ଆଜି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଦିଆଯାଇଛି । ନିର୍ବାଚନ ମଣ୍ଡଳୀର ସଭାପତି ସୁରଥ ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ସଭାରେ ବେହେରା କହିଲେ ଯେ କଣ୍ଟାବାଞ୍ଜିରେ ସରକାରୀ ତଥା ରେଳବାଇ ଅଞ୍ଚଳରେ ରହୁଥିବା ପ୍ରାୟ ୫୦୦ ପରିବାରକୁ ଘର ଯୋଗାଇ ଦେବାପାଇଁ ଓଡ଼ିଶା ବସ୍ତି ବାସିନ୍ଦା ଭୂମି ଅଧିକାର ଅଧିନିୟମ ୨୦୧୭ ଭୂମି ଅଧିକାର ପ୍ରମାଣ ପତ୍ର ଗତ ପାଞ୍ଚ ବର୍ଷ ତଳେ ପ୍ରଦାନ କରାଯାଇ ଥିଲା । କିନ୍ତୁ ଦୀର୍ଘ ସମୟ ବିତି ଯାଇଥିଲେ ବି ସେମାନଙ୍କୁ ଘର ଦିଆଯାଇନାହିଁ କିମ୍ବା ଜମିପଟ୍ଟା ପ୍ରଦାନ କରାଯାଇନାହିଁ । ପୂର୍ବରୁ ଏନେଇ ଡିସେମ୍ବର ୨୬ ତାରିଖରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯାଇଥିଲା । ଦାବି ପୂରଣ କରାଯିବ ବୋଲି ପ୍ରଶାସନ ତରଫରୁ ପ୍ରତିଶ୍ରୁତି ଦିଆଯାଇଥିଲା ।

ମାତ୍ର ଦୀର୍ଘ ଦୁଇ ମାସ ବିତିଯାଇଥିଲେ ମଧ୍ୟ ଉକ୍ତ ଦାବି ଉପରେ କୌଣସି କର୍ଣ୍ଣପାତ ନ ହେବାରୁ ଗୁରୁବାରଠାରୁ ଦଳ ପକ୍ଷରୁ ପୁଣି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଦାବି ପୂରଣ ନ ହେବା ଯାଏଁ ଗଣଧାରଣାରେ ବସି ରହିବୁ ବୋଲି ବେହେରା କହିଛନ୍ତି । ଅନ୍ୟ ପକ୍ଷରେ ୧୯୩୬  ବନ୍ଦୋବସ୍ତ ଅନୁସାରେ ବିଭିନ୍ନ ସରକାରୀ ଜମିରେ ରହିଥିବା ବସ୍ତି ବାସିନ୍ଦାଙ୍କ ଘର ମଧ୍ୟ ଭାଙ୍ଗି ଦିଆଯାଉଥିବାର ଅଭିଯୋଗ ହେଉଛି । ଧାରଣାରେ ନଗର ସଭାପତି ବିଷ୍ନୁ ପୁଞ୍ଜି, ବିଧାନସଭା ସମ୍ପାଦକ ହାଡ଼ୁ ଛତ୍ରିଆ, ଉପସଭାପତି ଡ଼ୋଲାମଣୀ ମହତ୍, ନାରୀନେତ୍ରୀ ସୁବର୍ଣ୍ଣ ଲତା ସାହୁ, ସଭ୍ୟ ଚମାର ବେହେରା ସହ ବହୁ କାର୍ଯ୍ୟକର୍ତ୍ତା ଯୋଗ ଦେଇଥିଲେ ।

- Advertisement -

 

Hot this week

ଗାଡି କାହାର, ଫାଇନ ଦେବ କିଏ ? କଳହାଣ୍ଡି ଆରଟିଓଙ୍କ ଅଜବ ନୀତି

ଭବାନୀପାଟଣା - କଳାହାଣ୍ଡି ଆରଟିଓ ଙ୍କ ଏକ ଚାଲାଣ ଏବେ ମୋବାଇଲ...

ଆଠଗଡରୁ ନିଖୋଜ ଦୁଇ ନାବାଳିକା ଉଦ୍ଧାର

ଆଠଗଡ - ଆଠଗଡରୁ ଗତ ଡିସେମ୍ବର ୧ ତାରିଖରୁ ନିଖୋଜ ଥିବା...

ଘାଟିରେ ଗ୍ୟାସ ଟ୍ୟାଙ୍କର ଓଲଟିଲା : ଗ୍ୟାସ ନିର୍ଗତ ନେଇ ସୂଚନା ନାହିଁ

ଭବାନୀପାଟଣା -     ଛତିଗୁଡ଼ା ନିକଟସ୍ଥ ବଞ୍ଜାରି ଘାଟିରେ ଏକ ଗ୍ୟାସ...

ମୋବାଇଲ ପାଇଁ -ପୁଅର ଟାଙ୍ଗିଆ ଚୋଟରେ ବାପା ମୃତ

ରାୟଗଡ଼ା,: ମୋବାଇଲ ପାଇଁ ଟଙ୍କା ନଦେବାରୁ ହତ୍ୟାକାଣ୍ଡ। ପୁଅର ଟଙ୍ଗିଆ ଚୋଟରେ...

ତ୍ରିକୋଣୀୟ ପ୍ରେମ ସମ୍ପର୍କର କରୁଣ କାହାଣୀ-ପୁର୍ବତନ ପ୍ରେମିକକୁ ହତ୍ୟା କରି ପ୍ରେମୀ ଓ ପ୍ରେମିକ ଗିରଫ

ସମ୍ବଲପୁର : ସ୍ଥାନୀୟ କ୍ଷେତରାଜପୁର ଥାନା ଅନ୍ତର୍ଗତ ଲକ୍ଷ୍ମୀ ଡୁଙ୍ଗୁରୀ ପାହାଡ...

Related Articles

Popular Categories