କୋଇଲା ବୋଝେଇ ପିକଅପ ଜବତ, ୩ ଗିରଫ

ଧାମରା : ଧାମରା ଥାନାଧିକାରୀ ଶୋଭନ କୁମାର ସ୍ୱାଇଁଙ୍କ ଦ୍ୱାରା ଏକ କୋଇଲା ବୋଝେଇ ପିକଅପ ଜବତ ହୋଇଛି । ଗତକାଲି ବିଳମ୍ବିତ ରାତିରେ କଇଥଖୋଲା ବଜାରଠାରେ ଏକ କୋଇଲା ବୋଝେଇ ହୋଇ ଏକ ପିକଅପ ଧାମରା ରେଳପଥରୁ ଭଦ୍ରକ ଅଭିମୁଖେ ଯାଉଥିବାବେଳେ ଉକ୍ତ ଗାଡିକୁ ପିଛା କରି ସେ ଏହାକୁ ଜବତ କରିଥିଲେ । ଏହି ଚୋରା କୋଇଲା ଚାଲାଣରେ ସମ୍ପୃକ୍ତ ଥିବା ବସନ୍ତ ବଳ, ମଳୟ ଦାସ ଏବଂ ସନ୍ତୋଷ ଦାସଙ୍କୁ  ଅଟକ ରଖିଥିଲେ । ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି । ଏହି ପିକ ଅପରୁ ୧୦୨ବସ୍ତା କୋଇଲା ଜବତ ହୋଇଥିବାବେଳେ ଏ ନେଇ ଧାମରା ଥାନାରେ ଏକ ମାମଲା ରୁଜୁ କରାଯାଇଥିବା ଧାମରା  ଥାନାଧିକାରୀ ସୂଚନା ଦେଇଛନ୍ତି ।

Comments are closed.