www.samajalive.in
Wednesday, December 10, 2025
26.1 C
Bhubaneswar

ବଦଳିଲେ ପରୀକ୍ଷା ପର୍ଯ୍ୟବେକ୍ଷକ

ଭବାନୀପାଟଣା : କୋକସରାର ଜବାହର ଉଚ୍ଚ ବିଦ୍ୟାପୀଠରେ ଦଶମ ବୋର୍ଡ ପରୀକ୍ଷା ଚାଲିଥିବାବେଳେ ଦାୟିତ୍ବରେ ଥିବା ପର୍ଯ୍ୟବେକ୍ଷକ ମୋବାଇଲ ଧରିଥିବା ଏଆଇ କ୍ୟାମେରାରେ ଜଣାପଡିଥିଲା। ଫଳରେ ସେହି ପରୀକ୍ଷାକେନ୍ଦ୍ରର ପର୍ଯ୍ୟବେକ୍ଷକଙ୍କୁ ବଦଳା ଯାଇଛି। ସ୍ଥାନୀୟ ଡ଼ିଆଇଇଟିର ବରିଷ୍ଠ ପ୍ରଶିକ୍ଷିକା ମମିତା ଦୋରା, ଗତ ମଙ୍ଗଳବାର ଦିନ ଦଶମ ବୋର୍ଡ ପରୀକ୍ଷା ପର୍ଯ୍ୟବେକ୍ଷକ ଭାବେ ଦାୟିତ୍ଵରେ ଥିଲେ। ସେହି ସମୟରେ ସେ ମୋବାଇଲ ଧରିଥିବା ଏଆଇ କ୍ୟାମେରା ଦ୍ଵାରା ବୋର୍ଡ କର୍ତୃପକ୍ଷ ଜାଣିପାରିଥିଲେ। ଫଳରେ ଆଜି ତାଙ୍କୁ ବଦଳା ଯାଇ କୋକସରା ବ୍ଲକ୍ ଶିକ୍ଷା ଅଧିକାରୀ ରଶ୍ମିତା ନେତମଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ବ ଦିଆଯାଇଛି।

ସମ୍ପୃକ୍ତ ପର୍ଯ୍ୟବେକ୍ଷକଙ୍କ ବିରୁଦ୍ଧରେ ରାଜ୍ୟ ଉଚ୍ଚ ମାଧ୍ୟମିକ ବୋର୍ଡ ପକ୍ଷରୁ ପଦକ୍ଷେପ ନିଆଯିବ ବୋଲି ଜିଲ୍ଲା ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ସୂତ୍ରରୁ ଜଣାପଡିଛି  । ତେବେ ସ୍କୁଲର ଦୁଇଟି ଫାଟକରେ “ମୋବାଇଲ୍ ନିଷିଦ୍ଧ”  ବୋଲି ଲେଖାଥିବା ବେଳେ ସମ୍ପୃକ୍ତ ପର୍ଯ୍ୟବେକ୍ଷକ ସ୍କୁଲ ପରିସରରେ କିଭଳି ମୋବାଇଲ ବ୍ୟବହାର କଲେ ତାହା ବିଭିନ୍ନ ମହଲରେ ପ୍ରଶ୍ନ ସୃଷ୍ଟି କରିଛି। ତେବେ ବୋର୍ଡ ଦ୍ଵାରା ଦିଆଯାଇଥିବା ମାର୍ଗ ଦର୍ଶିକାକୁ କଡ଼ାକଡ଼ି ଭାବେ ପାଳନ ପାଇଁ ଜିଲ୍ଲା ଶିକ୍ଷା ବିଭାଗ ପକ୍ଷରୁ ସମସ୍ତ ପରୀକ୍ଷା କେନ୍ଦ୍ର ଅଧିକ୍ଷକଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି।

Hot this week

ଭାରତରେ ନିବେଶ ପାଇଁ ମୋଦୀଙ୍କ ସହ ଆଲୋଚନା କଲେ ମାଇକ୍ରୋସଫ୍ଟ ସିଇଓ

ସମାଜ ଲାଇଭ ଡ଼େସ୍କ : ମାଇକ୍ରୋସଫ୍ଟର ସିଇଓ ସତ୍ୟ ନାଡେଲା କହିଛନ୍ତି...

ଏହି ଦେଶରେ ବ୍ୟାନ୍ ହେଲା ସୋସିଆଲ ମିଡିଆ

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆରେ ବ୍ୟାନ୍ ହେଲା ସୋସିଆଲ ମିଡିଆ। ଅଷ୍ଟ୍ରେଲିଆ...

ଭକ୍ତଙ୍କ ନେତୃତ୍ୱକୁ ମୋକିମଙ୍କ ଖୋଲା ଚ୍ୟାଲେଞ୍ଜ: ସୋନିଆଙ୍କୁ ଲେଖିଲେ ଚିଠି

ସମାଜ ଡିଜିଟାଲ ଡେସ୍କ: ପିସିସି ସଭାପତି ଭକ୍ତ ଦାସଙ୍କ ନେତୃତ୍ୱକୁ ନେଇ...

ଭଏସ୍‌ ମେସେଜ ନୁହେଁ , ଡାଇରେକ୍ଟ ଭିଡିଓ କଲ : ଗିରଫ ହେଲେ ରସିକିଆ କଲେଜ ଅଧ୍ୟକ୍ଷ

ବୋଲଗଡ: ଅଧ୍ୟାପିକାଙ୍କୁ ପ୍ରେମ ନିବେଦନ କରି ଫସିଲେ କଲେଜ ଅଧ୍ୟକ୍ଷ ।...

ଟ୍ରିବ୍ୟୁନାଲ ଯିବା ଭୁଲ ଥିଲା, ରାଜନୈତିକ ସମାଧାନ ହେଲେ ମହାନଦୀ ଜଳ ବିବାଦ ତୁଟିବ କହିଲେ ଜୟନାରାୟଣ

ସମାଜ ଡିଜିଟାଲ ଡେସ୍କ: ମହାନଦୀ ଜଳ ବିବାଦ ପ୍ରସଙ୍ଗରେ କମିଟି ସଦସ୍ୟ...

Related Articles

Popular Categories